ଦେବାଳିଆର ଦ୍ବାରଦେଶରେ ପାକିସ୍ତାନ: ପାଖରେ ରହିଛି ମାତ୍ର ୨୧ ଦିନ ଚାଲିପାରିବା ଭଳି ଅର୍ଥ, ବିକ୍ରି କରିପାରେ ପରମାଣୁ ଅସ୍ତ୍ର

The Sakala Picture
Published On

ଇସ୍ଲାମାବାଦ୍: ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପାକିସ୍ତାନ ଏବେ ଦେବାଳିଆ ହେବାର ଦ୍ବାର ଦେଶରେ ପହଞ୍ଚିଛି। ଯଦି ପାକିସ୍ତାନ ଦେବାଳିଆ ହୋଇଯାଏ ତେବେ ସାରା ବିଶ୍ବ ପାଇଁ ଆଉ ଏକ ସଙ୍କଟ ଛିଡା ହେବ। ପାକିସ୍ତାନ ପାଖରେ ଆଉ ମାତ୍ର ୨୧ ଦିନ ଚାଲିପାରିବା ଭଳି ଅର୍ଥ ବାକି ରହିଛି। ଦେଶ ପାଖରେ ୨୫ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି। […]

ଇସ୍ଲାମାବାଦ୍: ଘୋର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପାକିସ୍ତାନ ଏବେ ଦେବାଳିଆ ହେବାର ଦ୍ବାର ଦେଶରେ ପହଞ୍ଚିଛି। ଯଦି ପାକିସ୍ତାନ ଦେବାଳିଆ ହୋଇଯାଏ ତେବେ ସାରା ବିଶ୍ବ ପାଇଁ ଆଉ ଏକ ସଙ୍କଟ ଛିଡା ହେବ। ପାକିସ୍ତାନ ପାଖରେ ଆଉ ମାତ୍ର ୨୧ ଦିନ ଚାଲିପାରିବା ଭଳି ଅର୍ଥ ବାକି ରହିଛି। ଦେଶ ପାଖରେ ୨୫ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି। ଏହି ଅର୍ଥରେ ଦେଶ କେବଳ ୩ ସପ୍ତାହ ପର୍ଯ୍ୟନ୍ତ ଆମଦାନୀ କରିପାରିବ। ପାକିସ୍ତାନ ଏତେ ମାତ୍ରାରେ ଋଣ କରିଛି ଯେ, ଏହା ତାହାର ଜିଡିପିର ୮୦ ପ୍ରତିଶତ ସହିତ ସମାନ ହେବ। ଅପରପକ୍ଷେ ଦେଶ ନିକଟରେ ଋଣ ପରିଶୋଧ କରିବାର କୌଣସି ଉପାୟ ଆଉ ନାହିଁ। ଏପରି ସ୍ଥିତିରେ ପାକିସ୍ତାନ ନିଜ ପାଖରେ ଥିବା ପରମାଣୁ ଅସ୍ତ୍ର ବିକ୍ରିକରି ଅଭାବ ମେଣ୍ଟାଇବାକୁ ଚେଷ୍ଟା କରିପାରେ ବୋଲି ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: MPSC ପେପର ଲିକ୍ ବିବାଦ: ଛାତ୍ରଙ୍କୁ ସମର୍ଥନ କଲା CJP, ଅଧ୍ୟକ୍ଷଙ୍କ ଇସ୍ତଫା ପାଇଁ ସେପ୍ଟେମ୍ବର ୨୪ ଡେଡଲାଇନ୍

ଏମିତିକି ପାକିସ୍ତାନ ଇରାନକୁ ୟୁରାନିୟମ ବିକ୍ରି କରିବାକୁ ଚେଷ୍ଟା ଚଳାଇଥିବା ମଧ୍ୟ ଜଣାପଡିଛି। ଏହି ଖବର ଜଣାପଡିବା ପରେ ଅନ୍ତର୍ଜାତୀୟ ଆଟେମିକ୍ ରିସର୍ଚ୍ଚ ଏଜେନ୍ସିର ମୁଖ୍ୟ ରାଫେଲ ମୋରିୟାନୋ ଗ୍ରାସୀ ପାକିସ୍ତାନ ଗସ୍ତ କରିଛନ୍ତି। ତାଙ୍କ ସହ ଏହି ଗସ୍ତରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରହିଛନ୍ତି। ଏହାକୁ ନେଇ ଭାରତର ଚିନ୍ତା ମଧ୍ୟ ବଢ଼ିଛି। ଯଦି ପାକିସ୍ତାନ ଦେବାଳିଆ ହୁଏ ତେବେ ଦେଶରେ ଅରାଜକତା ବ୍ୟାପିବ। ଏହାଫଳରେ ଆତଙ୍କବାଦୀଙ୍କ ହାତକୁ ପରମାଣୁ ଅସ୍ତ୍ର ଚାଲିଯିବାର ଭୟ ରହିଛି। ଏଥିଯୋଗୁ ଭାରତ,ଆମେରିକା ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡିକ ବିପଦରେ ପଡିପାରନ୍ତି।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

ପାକିସ୍ତାନର ବର୍ତ୍ତମାନର ରସାତଳ ଅର୍ଥନୀତି ସମ୍ପର୍କରେ ସାମାଜିକ କର୍ମକର୍ତ୍ତା ଅହମ୍ମଦ ଆୟୁବ ମୀର୍ଜ୍ଜା କହିଛନ୍ତି ଯେ, ସ୍ଥିତି ଅଧିକ ବିଗିଡିଲେ ପାକିସ୍ତାନ ଲାଗି ଶେଷ ଅସ୍ତ୍ର ହେବ ପରମାଣୁ ଅସ୍ତ୍ର ବିକ୍ରି କରିବା। ଏହା ଜରିଆରେ ପାକିସ୍ତାନ ବିପୁଳ ଅର୍ଥ ସଂଗ୍ରହ କରିପାରିବ। ୧୯୯୧ରେ ଭାରତ ମଧ୍ୟ ସମାନ ସ୍ଥିତିରେ ରହିଥିଲା। ଭାରତ ପାଖରେ ୩ ସପ୍ତାହରୁ କମ୍ ସମୟ ପାଇଁ ଆମଦାନୀ ନିମନ୍ତେ ବୈଦେଶିକ ମୁଦ୍ରା ଭଣ୍ଡାର ରହିଥିଲା। ଉପସାଗରୀୟ ଦେଶଗୁଡିକରେ ଯୁଦ୍ଧ ହେତୁ ତୈଳ ମୂଲ୍ୟ ଆକାଶଛୁଆଁ ହୋଇ ପଡିଥିଲା। ଏଭଳି ପରିସ୍ଥିତିରେ ଭାରତ ନିଜର ଅପ ଖର୍ଚ୍ଚରେ ହ୍ରାସ ଘଟାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ମନମୋହନ ସିଂ ବଜାରକୁ ନିୟନ୍ତ୍ରଣ କରି ଭାରତର ଅର୍ଥନୀତିକୁ ବିଶ୍ୱ ପାଇଁ ଖୋଲି ଦେଇଥିଲେ। ପାକିସ୍ତାନ ମଧ୍ୟ ଭାରତଠାରୁ ଏହି ଶିକ୍ଷା ଗ୍ରହଣ କରିବା ଉଚିତ୍। ଏହି ପରିସ୍ଥିତିରେ ବୋଧହୁଏ ଏହା ହେଉଛି ଏକମାତ୍ର ଉପାୟ।

ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର