ଘୋର ଆର୍ଥିକ ସଙ୍କଟ ମଧ୍ୟରେ ପାକ୍‌ ସରକାର, ଘାରିଛି ଋଣ ଖିଲାପକାରୀ ହେବାର ଭୟ

The Sakala Picture
Published On

ଇସ୍‌ଲାମାବାଦ୍‌: ଦିନକୁ ଦିନ ଖରାପ ହେବାରେ ଲାଗିଛି ପାକିସ୍ତାନର ଆର୍ଥିକ ଅବସ୍ଥା। ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଏବେ ପାକ୍‌ ସରକାରଙ୍କୁ ଘାରିଛି ଋଣ ଖିଲାପକାରୀ ହେବାର ଭୟ। ପାକିସ୍ତାନ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଦେଶ ଏବେ ଋଣ ଖିଲାପକାରୀ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୮ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଏହି ହ୍ରାସ ପାକିସ୍ତାନ ସରକାର୍କ ଚିନ୍ତା ବଢ଼ାଇଦେଇଛି। ଦେଶ ନିକଟରେ […]

ଇସ୍‌ଲାମାବାଦ୍‌: ଦିନକୁ ଦିନ ଖରାପ ହେବାରେ ଲାଗିଛି ପାକିସ୍ତାନର ଆର୍ଥିକ ଅବସ୍ଥା। ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଏବେ ପାକ୍‌ ସରକାରଙ୍କୁ ଘାରିଛି ଋଣ ଖିଲାପକାରୀ ହେବାର ଭୟ। ପାକିସ୍ତାନ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଦେଶ ଏବେ ଋଣ ଖିଲାପକାରୀ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୮ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଏହି ହ୍ରାସ ପାକିସ୍ତାନ ସରକାର୍କ ଚିନ୍ତା ବଢ଼ାଇଦେଇଛି। ଦେଶ ନିକଟରେ ଗଚ୍ଛିତ ଥିବା ବୈଦେଶିକ ମୁଦ୍ରାଭଣ୍ଡାର ଶେଷ ହେବାରେ ଲାଗିଛି, ଯାହା ପାକିସ୍ତାନ ଋଣ ଖିଲାପକାରୀ ହେବାର ଆଶଙ୍କା ବୃଦ୍ଧି ଘଟାଉଛି। ଅନ୍ୟପକ୍ଷରେ, ଯଦି ପାକିସ୍ତାନକୁ ଏଭଳି ପରିସ୍ଥିତିରେ ଋଣ ଖିଲାପରୁ ବର୍ତ୍ତିବାକୁ ହେଲେ ଅନ୍ୟ ଦେଶରୁ ଅଧିକ ଋଣ ନେବାକୁ ପଡିବ, ଯାହାର ବଝେ ଆଗାମୀ ଦିନରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ଆହୁରି ଦୁର୍ବଳ କରିଦେବ ବଶଲି ଆଶଙ୍କା କରାଯାଉଛି। ଆହୁରିମଧ୍ୟ ପାକିସ୍ତାନରେ ଏକ ଏଲପିଜି ସିଲିଣ୍ଡର ଦର ୧୦,୦୦୦ ଟଙ୍କା ପହଞ୍ଚିଛି। ପରିସ୍ଥିତି ଏପରି ସ୍ଥିତିରେ ପହଞ୍ଚିଛି ଯେ ବିଦ୍ୟୁତ୍ ଏବଂ ପେଟ୍ରୋଲିୟମ ଉତ୍ପାଦ ସଞ୍ଚୟ କରିବାକୁ ସରକାର ଶୀଘ୍ର ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୦ ମସିହାରେ ଶ୍ରୀଲଙ୍କାରେ ଦେଖାଦେଇଥିବା ଅବସ୍ଥା ବର୍ତ୍ତମାନ ପାକିସ୍ତାନରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ରୁଷିଆର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ବନ୍ଦ କରିବାକୁ ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ପରାମର୍ଶ

ବାସ୍ତବରେ ଚଳିତ ସପ୍ତାହରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସର ମୁଖ୍ୟ କାରଣ ହେଉଛି ଅନ୍ୟ ଦେଶଠାରୁ ନିଆଯାଇଥିବା ଋଣ କିସ୍ତିର ପେମେଣ୍ଟ ଚଳିତମାସରେ କରାଯାଇଛି। ବର୍ତ୍ତମାନ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ୮ ବର୍ଷର ସର୍ବନିମ୍ନ ୫.୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହି କାରଣରୁ ଦେଶ ସମ୍ମୁଖରେ ଋଣ ଖିଲାପକାରୀ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ଅର୍ଥନୀତି ପରିଚାଳନା ପାଇଁ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି। ଡନ୍ ର ରିପୋର୍ଟ ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ (ଏସବିବି)ର ବୈଦେଶିକ ମୁଦ୍ରା ଭଣ୍ଡାର ୩୦ ଡିସେମ୍ବର ୨୦୨୨ରେ ଶେଷ ହୋଇଥିବା ସପ୍ତାହରେ ୫.୫୭୬ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି, ଯାହାକି ବିଗତ ଆଠ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ଋଣ ପରିଶୋଧ କରିବା ପାଇଁ ପାକ୍‌ ସରକାର ଏସ୍‌ବିପିର ବୈଦେଶିକ ମୁଦ୍ରା ଭଣ୍ଡାରରୁ ୨୪.୫କୋଟି ଡଲାର ପ୍ରତ୍ୟାହାର କରିଛନ୍ତି। ଏହି କାରଣରୁ, ପାକିସ୍ତାନ ସରକାରଙ୍କ ଆଗରେ ଋଣ ଖିଲାପକାରୀ ହେବାର ଏକ ଗୁରୁତର ବିପଦ ମାଡି ଆସୁଛି। ଏହି ସମୟରେ ପାକିସ୍ତାନ ପରବର୍ତ୍ତୀ ଋଣ କିସ୍ତି ପାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ଆଲୋଚନା ଆରମ୍ଭ କରିବାକୁ ଅନେକ ଚେଷ୍ଟା ଚଳାଇଛି।

ଆହୁରି ପଢ଼ନ୍ତୁ: ଆଦିତ୍ୟ ଠାକରେ ଓ ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ଦିଶା ସାଲିଆନଙ୍କ ବାପା

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦେଶ ବର୍ତ୍ତମାନ କଠିନ ସମୟ ଦେଇ ଗତି କରୁଛି। ସେଠାରେ ପେଟ୍ରୋଲ-ଡିଜେଲ, ଖାଦ୍ୟ ସାମଗ୍ରୀ, ରନ୍ଧନ ଗ୍ୟାସ ଏବଂ ବିଦ୍ୟୁତର ଅଭାବ ଦେଖାଦେଇଛି। ଦେଶରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ସୋମବାର ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୨ରେ ଦେଶରେ ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ହାର ୨୪.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଏକ ବର୍ଷ ପୂର୍ବେ ସମାନ ଅବଧିରେ ଏହା ୧୨.୩ ପ୍ରତିଶତ ରହିଥିଲା। ରିପୋର୍ଟ ଅନୁଯାୟୀ, ଅଧିକାଂଶ ଜରୁରୀ ଅତ୍ୟାବଶ୍ୟକ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁଦ୍ରାସ୍ଫୀତି ହାର ଅର୍ଥ ମନ୍ତ୍ରାଳୟର ୨୧ ରୁ ୨୩ପ୍ରତିଶତ ଲକ୍ଷ୍ୟଠାରୁ ଅଧିକ। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ୫୫.୯୩ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଚାହିଦା ଏବଂ ଯୋଗାଣର ଅଭାବ ହେତୁ ଏହି ପରିସ୍ଥିତି ଦେଫଖାଦେଇଛି। ପାକିସ୍ତାନରେ ଗତ ଏକ ବର୍ଷରେ ପିଆଜ ଦର ୪୧୫ ପ୍ରତିଶତ ବୃଦ୍ଧି ପାଇଛି। ଏଥି ସହିତ ଗତ ବର୍ଷ ତୁଳନାରେ ଚା ୬୪ ପ୍ରତିଶତ ଏବଂ ଗହମ ୫୮ପ୍ରତିଶତ ମହଙ୍ଗା ହୋଇଛି। ଘିଅ ଏବଂ ଖାଇବା ତେଲର ମୂଲ୍ୟରେ ୩୨ ପ୍ରତିଶତ ବୃଦ୍ଧି ଘଟିଛି। ତେେବ କ୍ଷୀର ଏବଂ ଚାଉଳ ମୂଲ୍ୟ ଯଥାକ୍ରମେ ୨୬% ଏବଂ ୪୭ ବ୍ୟୟବହୁଳ ହୋଇଛି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରାଯିବ ନାହିଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର