୨୦୧୦ରୁ ଆଜି ପର୍ଯ୍ୟନ୍ତ ନେପାଳରେ ଘଟିଛି ୯ ବଡ଼ ବିମାନ ଦୁର୍ଘଟଣା, ଯାଇଛି ୨୬୦ରୁ ଅଧିକ ଲୋକଙ୍କ ଜୀବନ

The Sakala Picture
Published On

ନୂଆଦିଲ୍ଲୀ : ଆଜି ନେପାଳର କାଠମାଣ୍ଡୁର ପୋଖରାରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାର ୭୨ ଜଣଙ୍କର ମୃତ୍ୟୁ ହୋଇଛି। ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର  ହୋଇଥିଲା। ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ରହିଥିଲେ। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସସମ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କର ମୃତ୍ୟୁ ହୋଇଛି।ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୟେତି ଏୟାରଲାଇନ୍ସର ବିମାନଟି କ୍ରାଶ କରି ଯାଇଛି। ପୁରୁଣା […]

ନୂଆଦିଲ୍ଲୀ : ଆଜି ନେପାଳର କାଠମାଣ୍ଡୁର ପୋଖରାରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାର ୭୨ ଜଣଙ୍କର ମୃତ୍ୟୁ ହୋଇଛି। ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର  ହୋଇଥିଲା। ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ରହିଥିଲେ। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ସସମ୍ତ ଯାତ୍ରୀ ଓ କ୍ରୁ ମେମ୍ବରଙ୍କର ମୃତ୍ୟୁ ହୋଇଛି।ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୟେତି ଏୟାରଲାଇନ୍ସର ବିମାନଟି କ୍ରାଶ କରି ଯାଇଛି। ପୁରୁଣା ଏୟାରପୋର୍ଟ ଓ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଏପରି ଘଟଣା ଘଟିଛି। ବିମାନରେ ୫୪ ଜଣ ନେପାଳ ନାଗରିକଙ୍କ ସମେତ ୫ ଜଣ ଭାରତୀୟ ଓ ୧୦ ଜଣ ଅନ୍ୟ ଦେଶ ନାଗରିକ ରହିଥିଲେ।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ନେପାଳ ବିମାନଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୟେତି ଏୟାରଲାଇନ୍ସର ୯ଏନ-ଏନସି ଏଟିଆର-୭୨ ବିମାନଟି ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଭରିଥିଲା। ଏହା ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍‌ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହାଲ ପ୍ରଚଣ୍ଡ ଦୁର୍ଘଟଣା ପରେ ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ତେବେ ଯଦି ବିମାନ ଦୁର୍ଘଟଣାରେ ନେପାଳ କଥା କହିବା ତେବେ ନେପାଳର ସବୁଠାରୁ ଖରାପ ରେକର୍ଡ ରହିଛି। ଗତ ୧୨ ବର୍ଷ ମଧ୍ୟରେ ନେପାଳରେ ଆଠଟି ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୦୧୦ ଠାରୁ ୨୦୨୨ ପର୍ଯ୍ୟନ୍ତ ୮ଟି ବଡ଼ ବିମାନ ଦୁର୍ଘଟଣାରେ ୧୬୬ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ଦୁର୍ଘଟଣା ୯ ନମ୍ବର ବଡ଼ ଦୁର୍ଘଟଣା ଯେଉଁଥିରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କ ସଂଖ୍ୟାକୁ ମିଶାଇଲେ ୨୦୧୦ରୁ ଆଜି ପର୍ଯ୍ୟନ୍ତ ୨୬୦ରୁ ଅଧିକ ଲୋକଙ୍କ ଜୀବନ ବିମାନ ଦୁର୍ଘଟଣାରେ ଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ବାସ୍ତବରେ, ଏଠାରେ ଖରାପ ପାଗ ଏବଂ ପର୍ବତ ମଧ୍ୟରେ ନିର୍ମିତ ଏୟାରଷ୍ଟ୍ରିପ୍ ଏହି ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇଥାଏ। ଆସନ୍ତୁ ଜାଣିବା ନେପାଳର ବଡ ବିମାନ ଦୁର୍ଘଟଣା ବିଷୟରେ …

  • ୨୯ ମଇ ୨୦୨୨ରେ ତାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଚାରି ଜଣ ଭାରତୀୟଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଖରା ଠାରୁ ଜୋମସୋମ ଅଭିମୁଖେ ଯାତ୍ରା କରୁଥିବା ତାରା ଏୟାରଲାଇନ୍ସ 9 NAET କଣ୍ଟ୍ରୋଲ ରୁମ୍‌ ସହ ସମ୍ପର୍କ ହରାଇଲା | ଏହି ବିମାନ ସକାଳ 9.55 ରେ ଉଡ଼ିଗଲା । ମାତ୍ର ଛଅ ଘଣ୍ଟା ପରେ ଏହାର ଖୁଲାସା ହୋଇଥିଲା।
  • ୨୦୧୮ରେ  US-Bangla Airlines ବିମାନ ୨୧୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ବାଂଲାଦେଶର ରାଜଧାନୀ ଢାକାରୁ ନେପାଳର କାଠମାଣ୍ଡୁ ଯାଉଥିଲା। ନେପାଳର ଟ୍ରିବୁଭାନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫୧ ଜଣଙ୍କର ମୃତ୍ୟୁ ଘଟିଥିଲ। ବିମାନରେ ମୋଟ୍‌ ୭୧ ଜଣ ଲୋକ ଥିଲେ।
  • ୨୦୧୬ ରେ ତାରା ଏୟାରଲାଇନ୍ସର ଏୟାର ଫ୍ଲାଇଟ୍ ୧୯୩ କ୍ରାସ୍ ହୋଇଥିଲା। ୨୪ ଫେବୃଆରୀରେ ବିମାନଟି ପୋଖରାରୁ ଜୋମସୋମକୁ ଯାଉଥିଲା। ବିମାନ ଉଡ଼ାଣର ଆଠ ମିନିଟ ପରେ ନିଖୋଜ ହୋଇଯାଇଥିଲା। ଏହା ପରେ ଡାନା ଗାଁ ନିକଟରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଥିଲା। ବିମାନରେ ୨୩ ଜଣ ଲୋକ ଥିଲେ। ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା।
  • ୨୦୧୨ରେ ସୀତା ଏୟାର ଫ୍ଲାଇଟ୍ ୬୦୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନଟି କାଠମାଣ୍ଡୁରୁ ଉଡାଣ କରିଥିଲା। କିନ୍ତୁ ଯାନ୍ତ୍ରିକ ସମସ୍ୟା ହେତୁ କିଛି ସମୟ ପରେ  ଏହା ଜରୁରୀକାଳୀନ ଅବତରଣ କରିଥିଲା। ଏହି ସମୟରେ ଏକ ଦୁର୍ଘଟଣା ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।
  • ୨୦୧୨ରେ ଅଗ୍ନି ଏୟାର ଡର୍ନିଅର୍ ୨୨୮ କ୍ରାସ୍ ହୋଇଥିଲା। ଏହି ବିମାନ ପୋଖରା ଠାରୁ ଜୋମସମ୍ ଅଭିମୁଖେ ଯାତ୍ରା କରିଥିଲା। ବିମାନଟି ଜୋମସମ ବିମାନବନ୍ଦର ନିକଟରେ ପହଞ୍ଚିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୨୧ ଜଣ ଥିଲେ। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
  • ୨୦୧୧ରେ ବୁଦ୍ଧ ଏୟାର ଫ୍ଲାଇଟ୍ ୧୦୩ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୫ ସେପ୍ଟେମ୍ବରରେ ବୁଦ୍ଧ ଏୟାରର ବିମାନ ଏକ ଦୁର୍ଘଟଣାର ଶିକାର ହୋଇଥିଲା। ୧୦ ଜଣ ଭାରତୀୟ ନାଗରିକଙ୍କ ସମେତ ବିମାନରେ ଥିବା ସମସ୍ତ ୨୨ଜଣଙ୍କର ମୃତ୍ୟୁ ହୋଇଥିଲା।
  • ୨୦୧୦ରେ Tara Air Twin Otter କ୍ରାସ୍ ହୋଇଥିଲା। ୧୫ ଡିସେମ୍ବରରେ ତାରା ଏୟାରଲାଇନ୍ସର ବିମାନ ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତିନି ଜଣ କ୍ରୁ ସଦସ୍ୟଙ୍କ ସମେତ ବିମାନରେ ଥିବା ସମସ୍ତ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା।
  • ୨୦୧୦ରେ ଅଗ୍ନି ଏୟାର ଫ୍ଲାଇଟ୍ ୧୦୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଗ୍ନି ଏୟାର ଫ୍ଲାଇଟ୍ ୧୦୧ର ବିମାନଟି କଣ୍ଟ୍ରୋଲ ରୁମ୍‌ ସହ  ଯୋଗାଯୋଗ ହରାଇଥିଲା। ଏହି ବିମାନ କାଠମାଣ୍ଡୁରୁ ଉଡ଼ାଣ କରିଥିଲା। ବିମାନଟି ଉଡ଼ିବାର ୨୨ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ସମସ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା।
15 Jan 2023 By The Sakala

https://www.thesakala.in/national-international/9-major-plane-crash-in-nepal-in-12-years-more-than-260-people-have-lost-their-lives/article-18153
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର