ମସ୍କୋ-ଗୋଆ ବିମାନରେ ବୋମା ଗୁଜବ, ଗୁଜରାଟ ଜାମନଗରରେ କଲା ଜରୁରୀ ଅବତରଣ

The Sakala Picture
Published On

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ଯାତ୍ରୀବାହୀ ବିମାନରେ ବୋମା ଆତଙ୍କ। ବିମାନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଏହାପରେ ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ୍ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସଜି) ପହଞ୍ଚି ବିମାନର ସମସ୍ତ ସେକ୍ସନକୁ ତନ୍ନ ତନ୍ନ କରି ଯାଞ୍ଚ୍ କରିଛନ୍ତି । ବିମାନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ଜଣାପଡ଼ିଛି । ବିମାନରେ ୨୩୬ ଜଣ […]

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ଯାତ୍ରୀବାହୀ ବିମାନରେ ବୋମା ଆତଙ୍କ। ବିମାନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଏହାପରେ ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ୍ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସଜି) ପହଞ୍ଚି ବିମାନର ସମସ୍ତ ସେକ୍ସନକୁ ତନ୍ନ ତନ୍ନ କରି ଯାଞ୍ଚ୍ କରିଛନ୍ତି । ବିମାନରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ବିମାନରେ ୨୩୬ ଜଣ ଯାତ୍ରୀ ଓ ୮ ଜଣ କର୍ମଚାରୀ ଥିଲେ । ବିମାନଟି ଗୋଆର ଡାବୋଲିମ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ତେବେ ବୋମା ଭୟ ପରେ ଏହାର ଗତିପଥ ବଦଳାଯାଇଥିଲା ଓ ଏହା ଜାମନଗର ବିମାନବନ୍ଦରରେ ଅବତରଣ କରିଥିଲା । ସବୁ ଯାତ୍ରୀ ଓ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର