ରାଜା ଚାର୍ଲସ-୩ଙ୍କୁ ଭେଟି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ରୁଷି ସୁନକ

The Sakala Picture
Published On

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ। ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍‌ରେ ଆଜି ସୁନକ ରାଜା ଚାର୍ଲସ ତୃତୀୟଙ୍କୁ ଔପଚାରିକ ଭାବେ ସାକ୍ଷାତ କରିଥିଲେ। ସେହିଠାରେ ବ୍ରିଟେନର ଶାସନ ଭାର ତାଙ୍କୁ ରାଜା ହସ୍ତାନ୍ତର କରିଛନ୍ତି। ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ୪୨ ବର୍ଷୀୟ ସୁନକ ଗତକାଲି ବ୍ରିଟେନର କ୍ଷମତାସୀନ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି […]

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ। ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍‌ରେ ଆଜି ସୁନକ ରାଜା ଚାର୍ଲସ ତୃତୀୟଙ୍କୁ ଔପଚାରିକ ଭାବେ ସାକ୍ଷାତ କରିଥିଲେ। ସେହିଠାରେ ବ୍ରିଟେନର ଶାସନ ଭାର ତାଙ୍କୁ ରାଜା ହସ୍ତାନ୍ତର କରିଛନ୍ତି। ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ୪୨ ବର୍ଷୀୟ ସୁନକ ଗତକାଲି ବ୍ରିଟେନର କ୍ଷମତାସୀନ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି ପାଇଥିଲେ। ନିୟମ ଅନୁସାରେ ଶାସକ ଦଳର ନେତା ହିଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସେହି ଅନୁସାରେ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଦାୟିତ୍ୱ ନେବା ପରେ ସେ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆମ ଦେଶ ବର୍ତ୍ତମାନ ସାଂଘାତିକ ଅର୍ଥନୀତିକ ସମସ୍ୟା ଦେଇ ଗତି କରିଛୁ। କଠିନ ଓ କଷ୍ଟଦାୟକ ନିଷ୍ପତ୍ତି ଆଗକୁ ଆସିବ।” ସୁନକ ପୂର୍ବରୁ ବୋରିସ ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ବିବାଦ କାରଣରୁ ଜନସନ ଇସ୍ତଫା ଦେବାରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ହୋଇଥିଲା। ସୁନକଙ୍କୁ ହରାଇ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ। କିନ୍ତୁ ଶପଥ ନେବାର ୪୫ ଦିନ ପରେ ସେ ଦେଶର ଅର୍ଥନୀତି ଓ ନିଜର ପ୍ରତିଶ୍ରୁତି ପୂରଣ କରି ନ ପାରିବାରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବା ପରେ ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

 

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର