ବ୍ରିଟେନ ରାଜନୀତି ସରଗରମ : ପ୍ରଧାନମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ

The Sakala Picture
Published On

ଲଣ୍ଡନ : ବ୍ରିଟେନ୍‌ ରାଜନୈତିକ ସଙ୍କଟ ଜାରି ରହିଛି। ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା ପରେ ବ୍ରିଟେନରେ ପୁଣି ନିର୍ବାଚନ ମାହୋଲ ସରଗରମ ହୋଇ ଉଠିଛି। କ୍ଷମତାସୀନ କନ୍‌ଜରଭେଟିବ ପାର୍ଟି ନୂଆ ନେତା ଚୟନ କରିବା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଟ୍ରସ୍‌ଙ୍କ ନାମରେ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ସେ ବ୍ରିଟେନର ସବୁଠାରୁ କମ୍‌ ସମୟ ୪୫ ଦିନ ପର୍ଯ୍ୟନ୍ତ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏଭଳି […]

ଲଣ୍ଡନ : ବ୍ରିଟେନ୍‌ ରାଜନୈତିକ ସଙ୍କଟ ଜାରି ରହିଛି। ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା ପରେ ବ୍ରିଟେନରେ ପୁଣି ନିର୍ବାଚନ ମାହୋଲ ସରଗରମ ହୋଇ ଉଠିଛି। କ୍ଷମତାସୀନ କନ୍‌ଜରଭେଟିବ ପାର୍ଟି ନୂଆ ନେତା ଚୟନ କରିବା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଟ୍ରସ୍‌ଙ୍କ ନାମରେ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ସେ ବ୍ରିଟେନର ସବୁଠାରୁ କମ୍‌ ସମୟ ୪୫ ଦିନ ପର୍ଯ୍ୟନ୍ତ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏଭଳି ସ୍ଥିତିରେ ଦଳ ନିଜ ଛବିକୁ ସୁଧାରିବା ପାଇଁ ମଜବୁତ୍‌ ନେତାଙ୍କୁ ଖୋଜୁଛି। ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ସବୁଠାରୁ ଆଗରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ମଧ୍ୟ ଏହି ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। ନିର୍ବାଚନରେ ସୁନକ ଏବଂ ଜନ୍‌ସନ୍‌ଙ୍କ ମଧ୍ୟରେ ମୁକାବିଲା ହେବ ବୋଲି କୁହାଯାଉଛି। ଏପରି ସମୟରେ ଏକ ନୂତନ ସର୍ବେକ୍ଷଣ ରିପୋର୍ଟ ସାମ୍‌ନାକୁ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ଦୌଡରେ ସୁନକ ଆଗରେ ଅଛନ୍ତି। କନ୍‌ଜରଭେଟିବ ପାର୍ଟିର ୫୭ ସାଂସଦ ସୁନକଙ୍କୁ ଖୋଲାଖୋଲି ଭାବେ ସମର୍ଥନ ଘୋଷଣା କରିଛନ୍ତି। କେବଳ ୪୦ ସାଂସଦ ଜନସନ୍‌ଙ୍କ ସପକ୍ଷରେ ମତ ଦେଇଛନ୍ତି। ତୃତୀୟ ସ୍ଥାନରେ ଥିବା ପେନି ମୋର୍ଡେଣ୍ଟଙ୍କ ସପକ୍ଷରେ ମାତ୍ର ୧୮ ସାଂସଦ ରହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ୱାଲେସ ଜନ୍‌ସନ୍‌ଙ୍କୁ ସମର୍ଥନ ଦେଇ ନିଜେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାଦ୍‌ ପଡିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଲିଜ୍‌ ଟ୍ରସ୍‌ଙ୍କ ସ୍ଥାନ ନେବାକୁ ଚାହୁଁଥିବା ନେତାଙ୍କୁ ସୋମବାର ସୁଦ୍ଧା ୧୦୦ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏହି ସାଂସଦଙ୍କ ସମର୍ଥନ ମିଳିବା ପରେ କୌଣସି ନେତା ପ୍ରଧାନମନ୍ତ୍ରୀ ହେବା ପାଇଁ ଦଳର ନେତୃତ୍ବ ଦୌଡ଼ରେ ଭାଗ ନେଇପାରିବେ। ଚଳିତ ଥର ସ୍ଥାୟୀ ନେତା ମିଳିବ ବୋଲି ଦଳ ଆଶା ରଖିଛି। ଏହି ନେତା ଆଗାମୀ ନିର୍ବାଚନରେ ଦଳର ନେତୃତ୍ବ ନେବେ। ସର୍ବେକ୍ଷଣ ଅନୁଯାୟୀ ଆଜି ବ୍ରିଟେନରେ ନିର୍ବାଚନ ହେଲେ କନ୍‌ଜରଭେଟିବ ପାର୍ଟି ଶୋଚନୀୟ ପରାଜୟବରଣ କରିବ। କାରଣ ଦଳ କିଛି ବର୍ଷ ହେଲା ନେତୃତ୍ବ ସଙ୍କଟର ସମ୍ମୁଖୀନ ହେଉଛି। ପଞ୍ଚମ ଥର ପାଇଁ ଦଳର ନେତା ଚୟନ କରିବାକୁ ନିର୍ବାଚନ କରାଯାଉଛି। ଇସ୍ତଫା ଦେବା ସମୟରେ ଟ୍ରସ୍‌ କହିଥିଲେ ଯେ ସେ ଜନମତକୁ ସମର୍ଥନ ଦେଉଛନ୍ତି। ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନ ପାରିବାରୁ ସେ ଇସ୍ତଫା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଋଷି ସୁନକଙ୍କ ବିରୋଧରେ ବୋରିସ୍‌ ଜନସନ୍‌ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି। ତେବେ ଜନସନ୍‌ ଏ ନେଇ କୌଣସି ସୂଚନା ଦେଇନାହାନ୍ତି। ଗତ କାର୍ଯ୍ୟକାଳରେ ଜନ୍‌ସନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଥିଲା। ଏଥିଯୋଗୁଁ ସେ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ। ଜନସ୍‌ଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ସୁନକଙ୍କ ମଧ୍ୟ ତାଙ୍କୁ ବିରୋଧ କରି ଇସ୍ତଫା ଦେଇଥିଲେ। ପରେ ଜନସନ୍‌ ନିର୍ବାଚନରେ ସୁନକଙ୍କୁ ଖୋଲାଖୋଲି ଭାବେ ବିରୋଧ କରିଥିଲେ। ସେ ନିଜ ସହଯୋଗୀଙ୍କୁ ସୁନକଙ୍କ ବିରୋଧରେ ଭୋଟ ଦେବାକୁ ନିବେଦନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର