କରୋନା ସଂକ୍ରମଣ କବଳରୁ ମୁକୁଳିପାରୁନି ଚୀନ୍‌; ଏକାଧିକ ଶିକ୍ଷାନୁଷ୍ଠାନ ବନ୍ଦ, ସର୍ବସାଧାରଣ ଲାଗିଲା କଟକଣା

The Sakala Picture
Published On

ବେଜିଂ: କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନ୍‌ କରୋନା ମହାମାରୀରୁ ମୁକ୍ତି ପାଇବାର ସମ୍ଭାବନା ଦେଖାଯାଉ ନାହିଁ। ବିଶ୍ବର ବିଭିନ୍ନ ଭାଗରେ ଏହି ମହାମାରୀର ପ୍ରଭାବ ଆପତତଃ ହ୍ରାସ ପାଇଥିଲା ବେଳେ ଏବେ ବି ଚୀନ୍‌ର ବିଭିନ୍ନ ସହରରେ କରୋନା ପ୍ରଭାବ ରହିଛି। ଯେଉଁଥିପାଇଁ ପ୍ରାୟ ୩ କୋଟି ଲୋକ କଟକଣା ମଧ୍ୟରେ ଜୀବନ ବିତାଉଛନ୍ତି। ହେଲେ ଏହା ମଧ୍ୟରେ ଚୀନର ଅନ୍ୟତମ ପ୍ରମୁଖ ସହର ସଙ୍ଘାଇକୁ କରୋନା ଫେରିଛି। ଏଠାରେ ଗତ ବୁଧବାର ୩ ମାସ […]

ବେଜିଂ: କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନ୍‌ କରୋନା ମହାମାରୀରୁ ମୁକ୍ତି ପାଇବାର ସମ୍ଭାବନା ଦେଖାଯାଉ ନାହିଁ। ବିଶ୍ବର ବିଭିନ୍ନ ଭାଗରେ ଏହି ମହାମାରୀର ପ୍ରଭାବ ଆପତତଃ ହ୍ରାସ ପାଇଥିଲା ବେଳେ ଏବେ ବି ଚୀନ୍‌ର ବିଭିନ୍ନ ସହରରେ କରୋନା ପ୍ରଭାବ ରହିଛି। ଯେଉଁଥିପାଇଁ ପ୍ରାୟ ୩ କୋଟି ଲୋକ କଟକଣା ମଧ୍ୟରେ ଜୀବନ ବିତାଉଛନ୍ତି। ହେଲେ ଏହା ମଧ୍ୟରେ ଚୀନର ଅନ୍ୟତମ ପ୍ରମୁଖ ସହର ସଙ୍ଘାଇକୁ କରୋନା ଫେରିଛି। ଏଠାରେ ଗତ ବୁଧବାର ୩ ମାସ ମଧ୍ୟରେ ସବୁଠାରୁ ଅଧିକ ଦୈନକ ସଂକ୍ରମଣ ରେକର୍ଡ କରାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଏକାଧିକ ଶିକ୍ଷାନୁଷ୍ଠାନ ବନ୍ଦ କରି ଦିଆଯାଇଛି। ସେହିପରି ସର୍ବସାଧାରଣ ସ୍ଥାନରେ କଟକଣା ଲଗାଯାଇଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଭାରତର ମୁମ୍ବାଇ ସହର ପରି ସଙ୍ଘାଇ ହେଉଛି ଚୀନ୍‌ର ଆର୍ଥିକ ପେଣ୍ଠସ୍ଥଳି। ଏଠାରେ ଚାଇନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସମାବେଶ କିଛି ଦିନ ମଧ୍ୟରେ ହେବାର ଥିଲା। ଏଠାରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପୁଣିଥରେ ଦେଶର ଶାସନ ଭାର ଦେବା ପାଇଁ ସମ୍ମିଳନୀ କରିବାକୁ ଯୋଜନା କରାଯାଇଥିଲା। ହେଲେ କରୋନା ଏଥିରେ ପ୍ରତିବନ୍ଧକ ସାଜିଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ସଙ୍ଘାଇ ସହରରୁ ୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି ଯାହାକି ଜୁଲାଇ ୧୩ ପରେ ସବୁ ଠାରୁ ଅଧିକ। ଜୁଲାଇରେ ସଂକ୍ରମଣ ବଢ଼ିବାରୁ ବିଭିନ୍ନ ପ୍ରକାରର କଟକଣା ଲାଗୁ କରାଯାଇଥିଲା। ଏବେ ଏହି ସ୍ଥିତିକୁ ନେଇ ପୁଣିଥରେ ଲୋକଙ୍କ ମନରେ ଲକଡାଉନର ଭୟ ସୃଷ୍ଟି ହୋଇଛି। ସଙ୍ଘାଇ ବ୍ୟତୀତ ବେଜିଂରୁ ମଧ୍ୟ ବୁଧବାର ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଘାଇରେ ସଂକ୍ରମଣ ବଢ଼ୁଥିବାରୁ ଅନେକ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ସେହିପରି ୫ ଜିଲ୍ଲାରେ ଏଣ୍ଟରଟେନମେଣ୍ଟ ଭେନ୍ୟୁରେ ତାଲା ଲଗାଯାଇଛି। ଏହା ମଧ୍ୟରେ ସିନେମାଲ ହଲ, ଜିମ ଓ ବାର ଭଳି ସ୍ଥାନ ରହିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଥିବା ପ୍ରଶାସନ କହିଛି। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ସ୍କୁଲ ସଂକ୍ରମଣ ଭୟରେ ବନ୍ଦ ହେଉଥିବାରୁ ସଂଘାଇରେ ରହୁଥିବା ୨୫ ମିଲିୟନ ଲୋକଙ୍କ ମନରେ ଲକଡାଉନର ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର