ସୋସିଆଲ ମିଡିଆରେ ଚାଇନା ରାଷ୍ଟ୍ରପତିଙ୍କୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା; ଗାଦିଚ୍ୟୁତ ହେବା ସହ ଗୃହବନ୍ଦୀ ରହିଥିବା ଗୁଜବ ପ୍ରଚାର

The Sakala Picture
Published On

ବେଜିଂ: ଚୀନ୍‌ରେ ସାମରିକ ବିଦ୍ରୋହର ସୂତ୍ରପାତ ଘଟିଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଛି। ଜିନ୍‌ପିଙ୍ଗଙ୍କୁ କ୍ଷମତାରୁ ହଟାଇ ପିପୁଲ୍ସ ଲିବରେସନ ଆର୍ମି (ପିଏଲଲ) ମୁଖ୍ୟ ଲି କିୱାମିଙ୍ଗଙ୍କୁ ରାଷ୍ଟ୍ରପତି କରିବାକୁ ପ୍ରସ୍ତୁତି ଚାଲିଛି। ଏଭଳି ଅନେକ ବିଷୟକୁ ନେଇ ଶନିବାର ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ଗତ କିଛି କିଛି ଦିନ ମଧ୍ୟରେ ସେଠାକାର ପରିବର୍ତ୍ତିିତ ପରିସ୍ଥିତି ଏଭଳି ସ୍ଥିତିକୁ ସ୍ପଷ୍ଟ କରିଛି। ସବୁଠାରୁ ବଡ଼ କଥା ହେଲା ଚୀନ୍‌ରେ ସୋସିଆଲ ମିଡିଆ […]

ବେଜିଂ: ଚୀନ୍‌ରେ ସାମରିକ ବିଦ୍ରୋହର ସୂତ୍ରପାତ ଘଟିଛି। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଛି। ଜିନ୍‌ପିଙ୍ଗଙ୍କୁ କ୍ଷମତାରୁ ହଟାଇ ପିପୁଲ୍ସ ଲିବରେସନ ଆର୍ମି (ପିଏଲଲ) ମୁଖ୍ୟ ଲି କିୱାମିଙ୍ଗଙ୍କୁ ରାଷ୍ଟ୍ରପତି କରିବାକୁ ପ୍ରସ୍ତୁତି ଚାଲିଛି। ଏଭଳି ଅନେକ ବିଷୟକୁ ନେଇ ଶନିବାର ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ଗତ କିଛି କିଛି ଦିନ ମଧ୍ୟରେ ସେଠାକାର ପରିବର୍ତ୍ତିିତ ପରିସ୍ଥିତି ଏଭଳି ସ୍ଥିତିକୁ ସ୍ପଷ୍ଟ କରିଛି। ସବୁଠାରୁ ବଡ଼ କଥା ହେଲା ଚୀନ୍‌ରେ ସୋସିଆଲ ମିଡିଆ କାର୍ଯ୍ୟ କରୁ ନ ଥିବା ବେଳେ ଟ୍ବିଟର ମଧ୍ୟ ନାହିଁ। କିନ୍ତୁ ବହୁ ବିଦେଶ ରାଷ୍ଟ୍ରରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଭଳି ବିଷୟରେ ସୂଚନା ଦିଆଯାଇଥିବା ବେଳେ ବର୍ତ୍ତମାନ ଚାଲିଥିବା କେତେକ ଘଟଣାର ଭିଡିଓ କ୍ଳିପ୍‌ ମଧ୍ୟ ପୋଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

ଅନ୍ୟପକ୍ଷରେ ଶନିବାର ଘରୋଇ ରୁଟ୍‌ରେ ଚାଲୁଥିବା ୬ ହଜାର ଏବଂ ଆନ୍ତର୍ଜାତିକ ରୁଟ୍‌ରେ ଚାଲୁଥିବା ଅଧିକାଂଶ ବିମାନ ଚଳାଚଳ ବନ୍ଦ ରଖାଯିବା ଘଟଣା ମଧ୍ୟ ଚୀନର କ୍ଷମତା ପରିବର୍ତ୍ତନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଅଧିକ ପୁଷ୍ଟ କରିଛି। ତେବେ ଜିନପିଙ୍ଗ୍‌ଙ୍କୁ କ୍ଷମତାରୁ ହଟାଇବା ଷଡ଼ଯନ୍ତ୍ର ବିଗତ ସପ୍ତାହରୁ ଆରମ୍ଭ ହୋଇସାରିଥିଲା ବୋଲି କୁହାଯାଉଛି। ଯାହାର ସତ୍ୟତା ସି ଜିନ୍‌ପିଙ୍ଗଙ୍କ ଉଜବେକିସ୍ତାନ ଗସ୍ତ ସମୟରେ ପ୍ରମାଣିତ ହୋଇଛି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ନିକଟରେ ସମରକନ୍ଦରେ ଶେଷ ହୋଇଥିବା ଏସସିଓ ସମ୍ମିଳନୀରେ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ଆଚରଣ ଓ ହାବଭାବ ସ୍ବାଭାବିକ ନ ଥିଲା। ଏହି ସମ୍ମିଳନୀରେ ୮ ସଦସ୍ୟ ରାଷ୍ଟ୍ର ବ୍ୟତୀତ ଆଉ କିଛି ନିମନ୍ତ୍ରିତ ରାଷ୍ଟ୍ରମୁଖ୍ୟ ଯୋଗ ଦେଇଥିଲେ ହେଁ ଜିନ୍‌ପିଙ୍ଗ କାହା ସହିତ ଦ୍ବିପାକ୍ଷିକ ବୈଠକରେ ସାମିଲ ନ ହେବା ଏବଂ ସାମୂହିକ ସ୍ତରରେ ମଧ୍ୟ କାହା ସହିତ ଖୁସି ମନରେ ଆଲୋଚନା କରି ନ ଥିବା ଦେଖାଯାଇଥିଲା। ବିଶେଷକରି ରୁଷ ରାଷ୍ଟ୍ରପତି ପୁତିନଙ୍କ ସହ କୌଣସି ଆଲୋଚନାରେ ଭାଗ ନ ନେବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହାତ ନ ମିଳାଇବା କୂଟନୀତି ସ୍ତରରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। ଏପରିକି ସମ୍ମିଳନୀ ଶେଷରେ ସେ ରାଷ୍ଟ୍ରପତି ପୁତିନଙ୍କ ସହ ରାତ୍ର ଭୋଜନରେ ମଧ୍ୟ ଯୋଗ ଦେବାକୁ ଏଡ଼ାଇ ଯାଇଥିଲେ। କୋଭିଡ୍‌ କାରଣ ଯୋଗୁଁ ସେ ରାତ୍ର ଭୋଜନରେ ଯୋଗଦେଇ ନ ଥିବା କହିଥିଲେ ହେଁ ଏହାପଛରେ ଅନ୍ୟ କିଛି କାରଣ ରହିଥିଲା। ସେ ସ୍ବଦେଶ ଫେରିବା ପାଇଁ ଏକ ପ୍ରକାର ତତ୍ପର ହୋଇ ପଡ଼ିଥିଲେ। ଏସସିଓ ସମ୍ମିଳନୀକୁ ଔପଚାରିକ ଭାବେ ସମାପ୍ତ ଘୋଷଣା କରାଯିବା ପୂର୍ବରୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। କାରଣ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ ହୋଇସାରିଥିବା ସେ ସୂଚନା ପାଇ ସାରିଥିଲେ। ଚିନ୍ତାଗ୍ରସ୍ତ ଏବଂ ଅତ୍ୟନ୍ତ ଉଦାସୀନ ଭାବେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ତାଙ୍କୁ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା ଏବଂ ପରେ ପରେ ଗୃହବନ୍ଦୀ କରାଯାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି

ଏହା ପରେ ମଧ୍ୟ କିଛି ଘଟଣା ଜିନପିଙ୍ଗ କ୍ଷମତାଚ୍ୟୁତ ହୋଇସାରିଥିବା ଇଙ୍ଗିତ କରିଛି। ଜିନ୍‌ପିଙ୍ଗ ୧୬ ତାରିଖରେ ସମରକନ୍ଦରୁ ଫେରିଥିଲା ବେଳେ ୨୧ ତାରିଖରେ ପିଏଲଏର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚୀନ୍‌ର ସମସ୍ତ କମାଣ୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କିନ୍ତୁ ଜିନପିଙ୍ଗ ଏହି ବୈଠକରେ ଅନୁପସ୍ଥିତ ଥିଲେ। ଚାଇନା କମ୍ୟୁନିଷ୍ଟ ପାର୍ଟି ମହାସଚିବ ଏବଂ ପିଏଲଏର ସୁପ୍ରିମ କମାଣ୍ଡର ଭାବେ ଏହି ବୈଠକରେ ତାଙ୍କର ଅନୁପସ୍ଥିତି ଅନେକ କିଛି ବିଷୟକୁ ସୂଚାଉଛି ବୋଲି ଆଲୋଚନା ହେଉଛି। ପୂର୍ବରୁ ଜିନପିଙ୍ଗ ନଦର୍ଣ୍ଣ ୱାର କମାଣ୍ଡ ମୁଖ୍ୟଙ୍କୁ ହଟାଇ ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେଇଥିବାରୁ ତାଙ୍କ ବିରୋଧରେ ସେନା ବିଦ୍ରୋହ ଆରମ୍ଭ କରିଦେଇଥିବା କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତି ହୁ ଜିନତାଓ ଏବଂ ପ୍ରମୁଖ ନେତା ୱେନ ଜିଆବାଓଙ୍କ ପରାମର୍ଶରେ ଚୀନ କମ୍ୟୁନିଷ୍ଟ ପାର୍ଟି ଷ୍ଟାଣ୍ଡିଂ କମିଟିର ପୂର୍ବତନ ମେମ୍ବର ସୋନ୍‌ ପିଙ୍ଗ ସେଣ୍ଟ୍ରାଲ ଗାର୍ଡ ବ୍ୟୁରୋ(ସିଜିବି) ଦାୟିତ୍ବ ନିୟନ୍ତ୍ରଣକୁ ନେଇଥିବା କୁହାଯାଉଛି। ଏହାବ୍ୟତୀତ ପିଏଲଏ ମୁଖ୍ୟ ଲି କିୱାମିଙ୍ଗଙ୍କୁ ରାଷ୍ଟ୍ରପତି ଭାବେ ନିଯୁକ୍ତି ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଚୀନ୍‌ର କେତେକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା କୁହାଯାଇଛି।

ଅନ୍ୟପକ୍ଷରେ ଜିନପିଙ୍ଗଙ୍କୁ ନେଇ ତାଙ୍କର କିଛି ବିରୋଧୀ ଗୋଷ୍ଠୀ ଏଭଳି ଅପପ୍ରଚାର ଚଳାଇଥିବା କୁହାଯାଉଛି। କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବର୍ତ୍ତମାନ ଦୁର୍ନୀତି ବିରୋଧୀ ଅଭିଯାନ ଚାଲିଥିବା ବେଳେ କେତେକ ବରିଷ୍ଠ ନେତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବା ସହିତ ଚଳିତ ସପ୍ତାହରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ଏହି ଗୋଷ୍ଠୀ ଏଭଳି ଅପପ୍ରଚାର ଚଳାଇଛନ୍ତି ବୋଲି ଜନିପିଙ୍ଗଙ୍କ ସମର୍ଥକମାନେ କହୁଛନ୍ତି। କିନ୍ତୁ ଦିନରେ ୬ ହଜାର ବିମାନ ଚଳାଚଳ ବନ୍ଦ କରିବା ଏବଂ ଜିନପିଙ୍ଗଙ୍କ ସାଂପ୍ରତିକ ଅବସ୍ଥିତିକୁ ନେଇ ଠୋସ୍‌ ସୂଚନା ଦିଆ ନ ଯିବା ବିଭିନ୍ନ ମହଲକୁ ସନ୍ଦିଃହାନ କରିଛି।

25 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର