କନଜରଭେଟିଭ୍ ପାର୍ଟି ଭୋଟିଂରେ ପଛରେ ପଡିଲେ ଋଷି ସୁନକ, ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଲିଜ୍‌ ଟ୍ରସ୍‌

The Sakala Picture
Published On

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଶୁକ୍ରବାର ଅନ୍ତିମ ପର୍ଯ୍ୟାୟ ମତଦାନ ହୋଇଛି। ଜୋରଦାର ପ୍ରଚାର ମଧ୍ୟରେ ଶୁକ୍ରବାର କନଜରଭେଟିଭ ପାର୍ଟିର ସଦସ୍ୟ ଭୋଟ୍‌ ଦେଇଛନ୍ତି। ତେବେ ସୋମବାର ଏହାର ଫଳାଫଳ ଘୋଷଣା କରାଯିବ। କିନ୍ତୁ ମତଦାନରେ ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଉପରେ ଭାରି ପଡୁଛନ୍ତି। ଦେଶବ୍ୟାପୀ ହୋଇଥିବା କନଜରଭେଟିଭ୍ ପାର୍ଟି ଭୋଟିଂ, ୧୨ଟି ନିର୍ବାଚନୀ ସଭା ଓ ୩ଟି ଟିଭି ବିତର୍କରେ ଅନ୍ୟତମ ଦାବିଦାର ତଥା ପୂର୍ବତନ ଚାନସେଲର […]

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଶୁକ୍ରବାର ଅନ୍ତିମ ପର୍ଯ୍ୟାୟ ମତଦାନ ହୋଇଛି। ଜୋରଦାର ପ୍ରଚାର ମଧ୍ୟରେ ଶୁକ୍ରବାର କନଜରଭେଟିଭ ପାର୍ଟିର ସଦସ୍ୟ ଭୋଟ୍‌ ଦେଇଛନ୍ତି। ତେବେ ସୋମବାର ଏହାର ଫଳାଫଳ ଘୋଷଣା କରାଯିବ। କିନ୍ତୁ ମତଦାନରେ ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଉପରେ ଭାରି ପଡୁଛନ୍ତି। ଦେଶବ୍ୟାପୀ ହୋଇଥିବା କନଜରଭେଟିଭ୍ ପାର୍ଟି ଭୋଟିଂ, ୧୨ଟି ନିର୍ବାଚନୀ ସଭା ଓ ୩ଟି ଟିଭି ବିତର୍କରେ ଅନ୍ୟତମ ଦାବିଦାର ତଥା ପୂର୍ବତନ ଚାନସେଲର ଋଷି ସୁନକଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି ଲିଜ୍‌ ଟ୍ରସ୍‌। ଟ୍ରସ୍‌ ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। କ୍ଷମତାସୀନ କନ୍‌ଜରଭେଟିଭ ପାର୍ଟିର ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବା ପରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିବେ। ନିଜ ସରକାରର ନୀତି ଏବଂ ଦୁର୍ନୀତି ବିରୋଧରେ ଅନେକ ମନ୍ତ୍ରୀଙ୍କ ଇସ୍ତଫା ପରେ ଜୁଲାଇରେ ଜନସନ ପଦ ଛାଡିବାକୁ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ବୋରିଶ ଜନସନ ପଦ ଛାଡିବାକୁ ଘୋଷଣା କରିବା ପରେ ବୋରିଶଙ୍କ ଉତ୍ତରଧିକାରୀ ଭାବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାଁ ଆଗରେ ଥିଲା । କିନ୍ତୁ ରାଜନୈତିକ ସମୀକରଣର ଓଲଟପାଲଟ ଭିତରେ ସୁନକ ପଛରେ ପଡିଯାଇଥିବା ସୂଚନା ରହିଛି । ତେବେ ୨୦୨୫ ଜାନୁଆରୀରେ ବ୍ରିଟେନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

03 Sep 2022 By The Sakala

କନଜରଭେଟିଭ୍ ପାର୍ଟି ଭୋଟିଂରେ ପଛରେ ପଡିଲେ ଋଷି ସୁନକ, ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଲିଜ୍‌ ଟ୍ରସ୍‌

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଶୁକ୍ରବାର ଅନ୍ତିମ ପର୍ଯ୍ୟାୟ ମତଦାନ ହୋଇଛି। ଜୋରଦାର ପ୍ରଚାର ମଧ୍ୟରେ ଶୁକ୍ରବାର କନଜରଭେଟିଭ ପାର୍ଟିର ସଦସ୍ୟ ଭୋଟ୍‌ ଦେଇଛନ୍ତି। ତେବେ ସୋମବାର ଏହାର ଫଳାଫଳ ଘୋଷଣା କରାଯିବ। କିନ୍ତୁ ମତଦାନରେ ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଉପରେ ଭାରି ପଡୁଛନ୍ତି। ଦେଶବ୍ୟାପୀ ହୋଇଥିବା କନଜରଭେଟିଭ୍ ପାର୍ଟି ଭୋଟିଂ, ୧୨ଟି ନିର୍ବାଚନୀ ସଭା ଓ ୩ଟି ଟିଭି ବିତର୍କରେ ଅନ୍ୟତମ ଦାବିଦାର ତଥା ପୂର୍ବତନ ଚାନସେଲର ଋଷି ସୁନକଙ୍କୁ ବହୁ ପଛରେ ପକାଇ ଦେଇଛନ୍ତି ଲିଜ୍‌ ଟ୍ରସ୍‌। ଟ୍ରସ୍‌ ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। କ୍ଷମତାସୀନ କନ୍‌ଜରଭେଟିଭ ପାର୍ଟିର ନୂଆ ପ୍ରଧାନମନ୍ତ୍ରୀ ଚୟନ ହେବା ପରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିବେ। ନିଜ ସରକାରର ନୀତି ଏବଂ ଦୁର୍ନୀତି ବିରୋଧରେ ଅନେକ ମନ୍ତ୍ରୀଙ୍କ ଇସ୍ତଫା ପରେ ଜୁଲାଇରେ ଜନସନ ପଦ ଛାଡିବାକୁ ଘୋଷଣା କରିଥିଲେ।

ବୋରିଶ ଜନସନ ପଦ ଛାଡିବାକୁ ଘୋଷଣା କରିବା ପରେ ବୋରିଶଙ୍କ ଉତ୍ତରଧିକାରୀ ଭାବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାଁ ଆଗରେ ଥିଲା । କିନ୍ତୁ ରାଜନୈତିକ ସମୀକରଣର ଓଲଟପାଲଟ ଭିତରେ ସୁନକ ପଛରେ ପଡିଯାଇଥିବା ସୂଚନା ରହିଛି । ତେବେ ୨୦୨୫ ଜାନୁଆରୀରେ ବ୍ରିଟେନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର