ଦୁବାଇରେ ବନ୍ୟା ବିତ୍ପାତ; ବୁଡ଼ିଲା ଶହ ଶହ ଲଗ୍‌ଜୁରୀ କାର୍‌, ଭାଙ୍ଗିଲା ଘର

The Sakala Picture
Published On

ଆବୁଧାବି: ମରୁଭୂମି ସହରରେ ପ୍ରଳୟଙ୍କାରୀ ବନ୍ୟା । ଆରବ ଏମିରେଟରେ ବିତ୍ପାତ ରଚିଛି ବନ୍ୟା। ବର୍ଷା ପାଣିରେ ଉବୁଟୁବୁ ହେଉଛି ସୁନାର ସହର ଦୁବାଇ । ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି। ରାସ୍ତା ଉପରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ବର୍ଷାରେ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ । ପକ୍କା ଚିକ୍କଣ ରାସ୍ତା ମଧ୍ୟ ସମୁଦ୍ର ପରି ଭ୍ରମ ସୃଷ୍ଟି କରୁଛି । କେଉଁଠି ରାସ୍ତା ଧୋଇ ହୋଇଛି ତ ପୁଣି କେଉଁଠି […]

ଆବୁଧାବି: ମରୁଭୂମି ସହରରେ ପ୍ରଳୟଙ୍କାରୀ ବନ୍ୟା । ଆରବ ଏମିରେଟରେ ବିତ୍ପାତ ରଚିଛି ବନ୍ୟା। ବର୍ଷା ପାଣିରେ ଉବୁଟୁବୁ ହେଉଛି ସୁନାର ସହର ଦୁବାଇ । ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି। ରାସ୍ତା ଉପରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ବର୍ଷାରେ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ । ପକ୍କା ଚିକ୍କଣ ରାସ୍ତା ମଧ୍ୟ ସମୁଦ୍ର ପରି ଭ୍ରମ ସୃଷ୍ଟି କରୁଛି । କେଉଁଠି ରାସ୍ତା ଧୋଇ ହୋଇଛି ତ ପୁଣି କେଉଁଠି ଭାସୁଛି ଶହ ଶହ ଦାମୀ କାର । ପ୍ରାୟ ୨୭ ବର୍ଷ ପରେ ଆରବ ଏମିରେଟରେ ଏଭଳି ବୃଷ୍ଟିପାତ ହୋଇଥିବା କୁହାଯାଉଛି। ଇୟୁରୋପୀୟ ଦେଶମାନଙ୍କରେ ଚଳିତବର୍ଷ ଗ୍ରୀଷ୍ମରେ ନିଆଁ ବର୍ଷୁଥିବା ବେଳେ ଏବେ ମରୁଭୂମିରେ ବନ୍ୟା ସମସ୍ତଙ୍କୁ ଚକିତ କରିଛି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ୟୁଏଇର ରାସ ଅଲ ଖେମାହ, ସାରାଜାହା, ଫୁଜରା ଓ ଦୁବାଇ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସ୍ଥିତି ଏଭଳି ହୋଇଛି କି ଲୋକମାନେ ଘର ଦ୍ୱାରା ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ସହରରୁ ସହ ଯୋଗାଯୋଗ ବିଚ୍ଛିନ ମଧ୍ୟ ହୋଇଛି । ସହରର ପ୍ରବେଶ ପଥ ପାଣିରେ ଧୋଇ ହୋଇଛି । ଏଠାରେ ସରକାରଙ୍କ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏଥିଲାଗି ୫୦ଟି ସ୍ୱତନ୍ତ୍ର ବସ୍‌କୁ ନିୟୋଜିତ କରାଯାଇଛି। ସାରାଜାହା ଓ ଫୁଜେରିଆରେ ପ୍ରାୟ ୪ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ପାଣି ଭିତରୁ ୯୦ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

ବର୍ଷା ପରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ରାସ୍ତାଘାଟ ଧୋଇଯିବା ସହ ବିତ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ତୁରନ୍ତ ମରାମତି ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମି କିଛି ଦିନ ଯାଏଁ ଏଠାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଲିଥୁଆନିଆ ଆକାଶରେ ନାଟୋର ଗର୍ଜନ: ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଲା ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର