ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ଦେହାନ୍ତ, ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

The Sakala Picture
Published On

ଦୁବାଇ: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ଆଜି ୭୩ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ସେ ଗମ୍ଭୀର ରୋଗରେ ପୀଡିତ ଥିଲେ । ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସେହିପରି ଆଜିଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି । ଏହା ସହ ସମସ୍ତ ସରକାରୀ ଓ ବେସରକାରୀ […]

ଦୁବାଇ: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ଆଜି ୭୩ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ସେ ଗମ୍ଭୀର ରୋଗରେ ପୀଡିତ ଥିଲେ । ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସେହିପରି ଆଜିଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ

ଏହା ସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତିନି ଦିନିଆ ଛୁଟି ଘୋଷଣା କରାଯା ଇଛି । କହିରଖୁ କି, ୨୦୦୪ ମସିହାରୁ ଖଲିଫା ରାଷ୍ଟ୍ରପତି ଭାର ସମ୍ଭାଳି ଆସିଥିଲେ । ଯେବେକି ତାଙ୍କ ପୂର୍ବରୁ ତାଙ୍କ ବାପା ଏହି ଦାୟିତ୍ୱରେ ଥିଲେ । ଶେଖ ଖଲିଫା ବିନ ଜାୟଦ ୧୯୪୮ରେ ଜନ୍ମ ହୋଇଥିଲେ । ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ସେ କାମ କରୁଥିଲେ । ଆବୁଧାବିର ୧୬ ତମ ଶାସକ ଭାବେ ସେ କ୍ଷମତାରେ ଥିଲେ । ଦେଶର ରାଷ୍ଟ୍ରପତି ହେବା ପରେ ସେ ସଂଘୀୟ ସରକାର ଏବଂ ଆବୁଧାବିର ସରକାର ମଧ୍ୟରେ ଅନେକ ପରିବର୍ତ୍ତନ କରିଥିଲେ ।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ତେବେ ରାଷ୍ଟ୍ରପତିଙ୍କ ବିୟୋଗ ପରେ ଦୁବାଇ ସମ୍ବିଧାନ ଅନୁସାରେ, ଉପରାଷ୍ଟ୍ରପତି ତଥା ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ ରଶିଦ ଅଲ୍ ମଖତୁମ କାମଚଳା ରାଷ୍ଟ୍ରପତି ହେବେ। ସେହିପରି ନିୟମ ଅନୁସାରେ ୩୦ ଦିନ ଭିତରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରାଯିବ।

ଆହୁରି ପଢ଼ନ୍ତୁ: ସିଜେପି ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା: ଭୁଲ ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହେଲେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

13 May 2022 By The Sakala

ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ଦେହାନ୍ତ, ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଦୁବାଇ: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ଆଜି ୭୩ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ସେ ଗମ୍ଭୀର ରୋଗରେ ପୀଡିତ ଥିଲେ । ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ସେହିପରି ଆଜିଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି ।

ଏହା ସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତିନି ଦିନିଆ ଛୁଟି ଘୋଷଣା କରାଯା ଇଛି । କହିରଖୁ କି, ୨୦୦୪ ମସିହାରୁ ଖଲିଫା ରାଷ୍ଟ୍ରପତି ଭାର ସମ୍ଭାଳି ଆସିଥିଲେ । ଯେବେକି ତାଙ୍କ ପୂର୍ବରୁ ତାଙ୍କ ବାପା ଏହି ଦାୟିତ୍ୱରେ ଥିଲେ । ଶେଖ ଖଲିଫା ବିନ ଜାୟଦ ୧୯୪୮ରେ ଜନ୍ମ ହୋଇଥିଲେ । ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ସେ କାମ କରୁଥିଲେ । ଆବୁଧାବିର ୧୬ ତମ ଶାସକ ଭାବେ ସେ କ୍ଷମତାରେ ଥିଲେ । ଦେଶର ରାଷ୍ଟ୍ରପତି ହେବା ପରେ ସେ ସଂଘୀୟ ସରକାର ଏବଂ ଆବୁଧାବିର ସରକାର ମଧ୍ୟରେ ଅନେକ ପରିବର୍ତ୍ତନ କରିଥିଲେ ।

ତେବେ ରାଷ୍ଟ୍ରପତିଙ୍କ ବିୟୋଗ ପରେ ଦୁବାଇ ସମ୍ବିଧାନ ଅନୁସାରେ, ଉପରାଷ୍ଟ୍ରପତି ତଥା ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ ରଶିଦ ଅଲ୍ ମଖତୁମ କାମଚଳା ରାଷ୍ଟ୍ରପତି ହେବେ। ସେହିପରି ନିୟମ ଅନୁସାରେ ୩୦ ଦିନ ଭିତରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର