ମୁମ୍ବାଇ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅନନ୍ତ ଅମ୍ବାନୀ । ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମାର୍ଚେଣ୍ଟଙ୍କ ସହ ର୍ନିବନ୍ଧ ହୋଇଛି । ଅନନ୍ତ ଅମ୍ବାନୀ ଖୁବଶୀଘ୍ର ରାଧିକା ମାର୍ଚେଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି । ହେଲେ କିଏ ଏହି ରାଧିକା ମାର୍ଚେଣ୍ଟ ? ଯିଏ କି ଅମ୍ବାନୀ ପରିବାରର ସାନବୋହୂ ହେବାକୁ ଯାଉଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ।
ରାଧିକା ମାର୍ଚେଣ୍ଟ ହେଉଛନ୍ତି ଏନକୋର ହେଲଥ କେୟାର ସିଇଓ ବିରେନ ମାର୍ଚେଣ୍ଟ ଏବଂ ଶିଲା ମାର୍ଚେଣ୍ଟଙ୍କ ଝିଅ । ରାଧିକାଙ୍କ ପିତା ବିରେନ ମଧ୍ୟ ଦେଶର ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ। ମୁମ୍ବଇରେ ରାଧିକାଙ୍କ ପାଠପଢା । ଏହା ପରେ ସେ ଉଚ୍ଚ ଶିକ୍ଷା ପାଇଁ ପାଇଁ ନ୍ୟୁୟର୍କ ଯାଇଥିଲେ। ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ସ୍ନାତକ ହାସଲ କରିଥିବା ବେଳେ ଏନକୋର ହେଲଥ କେୟାର ନିର୍ଦ୍ଦେଶକ ମଣ୍ଡଳୀରେ କାର୍ଯ୍ୟ କରନ୍ତି । ଏହା ସହିତ ରାଧିକ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମଧ୍ୟ।
ରାଧୀକାଙ୍କ ସହ ଅନନ୍ତଙ୍କର ନିର୍ବନ୍ଧ ରାଜସ୍ଥାନର ଉଦୟପୁର ଠାରୁ ୪୮ କିଲୋମିଟର ଦୂରରେ ଥିବା ନାଥବାଡା ସ୍ଥିତ ଶ୍ରୀନାଥ ମନ୍ଦିରରେ ହୋଇଛି । ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ପିଲାଦିନରୁ ପରସ୍ପରକୁ ଜାଣିଛନ୍ତି।