ମୁମ୍ବଇ: ମାର୍ଚ୍ଚ ପହିଲାରୁ ଠାକୁର ଦର୍ଶନ ପାଇଁ ଅନଲାଇନ୍ ପଞ୍ଜିକରଣ

ମୁମ୍ବଇ: କରୋନା ସଂକ୍ରମଣ ବୃଦ୍ଧି ପାଇଁ ବର୍ତ୍ତମାନ ଭକ୍ତମାନଙ୍କୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ଭଗବାନ ଗଣେଶଙ୍କ ଦର୍ଶମ ପାଇଁ ପ୍ରଥମେ ଅନଲାଇନରେ ପଞ୍ଜିକରଣ କରିବାକୁ ପଡିବ। ମାର୍ଚ୍ଚ ପହିଲାରୁ ଏହି ବ୍ୟବସ୍ଥା କାର୍ଯ୍ଯକାରୀ ହେବ ବୋଲି ମନ୍ଦିରର ପରିଚାଳନା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ମାସରୁ କେବଳ ଯେଉଁମାନେ ଅନଲାଇନ୍ ପଞ୍ଜିକରଣ କରିବେ ସେମାନଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ। ଏକ ଘଣ୍ଟା ମଧ୍ୟରେ ମନ୍ଦିର ଭିତରକୁ […]

ମୁମ୍ବଇ: କରୋନା ସଂକ୍ରମଣ ବୃଦ୍ଧି ପାଇଁ ବର୍ତ୍ତମାନ ଭକ୍ତମାନଙ୍କୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ଭଗବାନ ଗଣେଶଙ୍କ ଦର୍ଶମ ପାଇଁ ପ୍ରଥମେ ଅନଲାଇନରେ ପଞ୍ଜିକରଣ କରିବାକୁ ପଡିବ। ମାର୍ଚ୍ଚ ପହିଲାରୁ ଏହି ବ୍ୟବସ୍ଥା କାର୍ଯ୍ଯକାରୀ ହେବ ବୋଲି ମନ୍ଦିରର ପରିଚାଳନା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆସନ୍ତା ମାସରୁ କେବଳ ଯେଉଁମାନେ ଅନଲାଇନ୍ ପଞ୍ଜିକରଣ କରିବେ ସେମାନଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ। ଏକ ଘଣ୍ଟା ମଧ୍ୟରେ ମନ୍ଦିର ଭିତରକୁ କେବଳ ୧୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ।

ଶ୍ରୀ ସିଦ୍ଧବିନାୟକ ଗଣପତି ମନ୍ଦିର ଟ୍ରଷ୍ଟର ମୁଖ୍ୟ କାର୍ଯ୍ଯନିର୍ବାହୀ ଅଧିକାରୀ ପ୍ରିୟଙ୍କା ଚାପୱାଲେ କହିଛନ୍ତି ଯେ, ଦର୍ଶନ ପାଇଁ ପଞ୍ଜିକରଣ କରି ନ ଥିବା ଶ୍ରଦ୍ଧାଳୁଙ୍କୁ ବର୍ତ୍ତମାନ ମନ୍ଦିରରେ ପ୍ରବେଶ କରିବାକୁ QR କୋଡ ଦିଆଯାଉଛି।

ମାର୍ଚ୍ଚ ୧ ତାରିଖରୁ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ଯେଉଁ ଭକ୍ତମାନେ ପଞ୍ଜୀକୃତ ହୋଇ ନାହାଁନ୍ତି ସେମାନଙ୍କୁ ମନ୍ଦିର ଭିତରେ ଅନୁମତି ଦିଆଯିବ ନାହିଁ ବୋଲି ମନ୍ଦିରର ମୁଖ୍ୟ କାର୍ଯ୍ଯନିର୍ବାହୀ ଅଧିକାରୀ କହିଛନ୍ତି। ପଞ୍ଜୀକୃତ ଶ୍ରଦ୍ଧାଳୁ ସକାଳ ୭ ରୁ ରାତି ୯ଟା ମଧ୍ୟରେ ଦର୍ଶନ କରିପାରିବେ।

 

About The Author: The Sakala