କାବୁଲ: ଆଫଗାନିସ୍ତାନରେ ତାଲିବାନ କବଜା କରିଛି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ସେଠାରେ ସ୍ଥିତି ସଂଗୀନ ହୋଇପଡ଼ିଛି ।ତାଲିବାନର ଭୟ ଯୋଗୁଁ ଲୋକମାନେ କୌଣସି ପ୍ରକାରେ ଦେଶ ଛାଡ଼ି ପଳାୟନ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଜମା ହୋଇଥିଲା। ଏହି ସମୟରେ ବିମାନବନ୍ଦରରେ ତାଲିବାନ ଯୁଦ୍ଧବିମାନ ହିଜାବ ପିନ୍ଧି ନଥିବା ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ଆମେରିକୀୟ ସୈନିକମାନେ ମଧ୍ୟ ଗୁଳି ଚଳାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ତେବେ ତାଲିବାନ ବିମାନବନ୍ଦରରେ ଗୁଳି ବିନିମୟକୁ ସ୍ପଷ୍ଟ କରିନାହିଁ। ବର୍ତ୍ତମାନ ବିମାନବନ୍ଦର ଆମେରିକୀୟ ସେନାର ନିୟନ୍ତ୍ରଣରେ ଅଧୀନରେ ଅଛି।
ଏହାପରେ କାବୁଲକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ ବନ୍ଦ ହୋଇଛି । ଫଳରେ ଏବେ ଦିଲ୍ଲୀ ଏବଂ କାବୁଲ ମଧ୍ୟରେ ଚଳାଚଳ କରିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିଦିଆଯାଇଛି । ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ କରିବାର ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି, କାବୁଲ ବିମାନବନ୍ଦରରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ । ଏୟାର ସ୍ପେସ୍ ବନ୍ଦ ରହିବା ପର୍ଯ୍ଯନ୍ତ ଅପରେସନ୍ ଚାଲିପାରିବ ନାହିଁ । ଏଭଳି ସ୍ଥିତିରେ ଦିଲ୍ଲୀରୁ କାବୁଲକୁ ଏୟାର ଇଣ୍ଡିଆର ବିମାନ ଯାହା ରାତି ୮.୩୦ ପରିବର୍ତ୍ତେ ୧୨.୩୦ରେ ଉଡ଼ାଣ ଭରିବାକୁ ସ୍ଥିର ହୋଇଥିଲା, ତାହା ଆଉ ଚାଲିବ ନାହିଁ । ସରକାରୀ ସୂତ୍ରରୁ ପ୍ରକାଶ ଭାରତ ସରକାର ଏୟାର ଇଣ୍ଡିଆକୁ କାବୁଲରୁ ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ଦୁଇଟି ବିମାନକୁ ଷ୍ଟାଣ୍ଡବାଇରେ ରଖିବା ପାଇଁ କହିଛନ୍ତି । କାବୁଲରୁ ନୂଆଦିଲ୍ଲୀ ପର୍ଯ୍ଯନ୍ତ ଯେକୌଣସି ସମୟରେ ଜରୁରୀକାଳୀନ ଉଡ଼ାଣ ପାଇଁ ଏୟାର ଇଣ୍ଡିଆ ଏକ ଦଳ ପ୍ରସ୍ତୁତ ରହିଛି ।
ସେପଟେ କାବୁଲ ଦଖଲ କରିବା ପରେ ଯୁଦ୍ଧ ଶେଷ ହୋଇଥିବା ଘୋଷଣା କରିଛି ଆତଙ୍କବାଦୀ ସଂଗଠନ। ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ି ବିଦେଶକୁ ପଳାଇ ଯାଇଥିବାରୁ ଏହା ତାଲିବାନକୁ ସୁହାଇଛି । ଆଫଗାନିସ୍ତାନର ବଗ୍ରାମ ଏୟାରବେସକୁ ଅକ୍ତିଆରକୁ ନେବା ସହ ୫ ହଜାର ବନ୍ଦୀଙ୍କୁ ମୁକ୍ତ କରିଛି ତାଲିବାନ।
ସେପଟେ ଆଫଗାନିସ୍ତାନ ଛାଡ଼ି ପଳାଇବା ପରେ ସୋସିଆଲ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ଏକ ପୋଷ୍ଟ ଜାରି କରିଛନ୍ତି । ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଥିବା କହିଛନ୍ତି । ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା, ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା । ମୁଁ ମୋର ଜୀବନକୁ ଏଠାକାର ଲୋକମାନଙ୍କୁ ବଞ୍ଚାଇବାରେ ଅତିବାହିତ କରିଛି । ଯଦି ମୁଁ ଦେଶ ଛାଡି ନଥା’ନ୍ତି, ଏହାର ପରିଣାମ ଏଠାକାର ଲୋକଙ୍କୁ ଭୋଗିବାକୁ ପଡ଼ିଥାନ୍ତା । ତେଣୁ ଦେଶ ଛାଡ଼ିବା ଉଚିତ ବୋଲି ମୁଁ ଚିନ୍ତା କରି ଦେଶ ଛାଡ଼ିଛି ବୋଲି ଘନି ଉକ୍ତ ପୋଷ୍ଟରେ ଲେଖିଛନ୍ତି ।