ଚରମ ସୀମାରେ ଋଷ୍-ୟୁକ୍ରେନ୍ ବିବାଦ: ଭାରତୀୟଙ୍କୁ ଆଣିବା ପାଇଁ ୟୁକ୍ରେନ୍ ଗଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ଋଷ୍-ୟୁକ୍ରେନ୍ ବିବାଦ। ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ଆହୁରି ବିଗିଡ଼ିଛି ସ୍ଥିତି । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଦୁଇ ପ୍ରାନ୍ତକୁ ପୁଟିନ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବା ସହ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡୋନେସ୍କ ଓ ଲୁଗାନସ୍କୁ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର ପୁଟିନ । ଏହା ସହ […]

ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ଋଷ୍-ୟୁକ୍ରେନ୍ ବିବାଦ। ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ଆହୁରି ବିଗିଡ଼ିଛି ସ୍ଥିତି । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଦୁଇ ପ୍ରାନ୍ତକୁ ପୁଟିନ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବା ସହ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡୋନେସ୍କ ଓ ଲୁଗାନସ୍କୁ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର ପୁଟିନ । ଏହା ସହ ମସ୍କୋକୁ ବ୍ଲାକମେଲ କରିବା ଚଳିବ ନାହିଁ ବୋଲି ସେ ଖୋଲା ଧମକ ଦେଇଛନ୍ତି ।

ଏସବୁ ଭିତରେ ଭାରତ ସରକାର ୟୁକ୍ରେନରେ ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ପଠାଇଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖି ଭାରତ ସରକାର ନିଜ ଦେଶର ନାଗରିକଙ୍କୁ ସ୍ଥିତି ସ୍ୱାଭାବିକ ନ ହେବା ଯାଏ ସ୍ୱଦେଶ ଫେରି ଆସିବାକୁ କହିଥିଲେ। ହେଲେ ଠିକଣା ସମୟରେ ବିମାନ ଟିକେଟ ମିଳୁ ନଥିବାରୁ ସେଠାରେ ରହିଥିବା ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀ କେମିତି ଆସିବେ, ତା’କୁ ନେଇ ଚିନ୍ତାରେ ପଡ଼ିଥିଲେ। ଏବେ ଭାରତ ସରକାର ସେମାନଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ପଠାଇଛନ୍ତି। ବି-୭୮୭ ବିମାନରେ ୨୦୦ ସିଟ୍ ରହିଛି। ଏହାକୁ କେବଳ ସ୍ୱତନ୍ତ୍ର ଅପରେସନ ବେଳେ ବ୍ୟବହାର କରାଯାଇ ଥାଏ। ଆଜି ସକାଳୁ ଏହା ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଛି। ସେଠାରୁ ଭାରତୀୟଙ୍କୁ ଧରି ଆଜି ରାତିରେ ବିମାନଟି ନୂଆଦିଲ୍ଲୀରେ ପହଞ୍ଚିବ।

 

About The Author: The Sakala