୯ମ ବିବାହ ପୂର୍ବରୁ ଧରାପଡ଼ିଲେ ଲୁଟେରି କନ୍ୟା…

ନାଗପୁର: ମହାରାଷ୍ଟ୍ର ନାଗପୁରରୁ ଜଣେ ଲୁଟେରି କନ୍ୟା ଧରା ପଡ଼ିଛନ୍ତି। ସେ ଏକାଧିକ ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିବାର ଏକ ମଜାଦାର ଖବର ସାମ୍ନାକୁ ଆସିଛି। ନବମ ଥର ବିବାହ କରିବାକୁ ଯାଉଥିବାବେଳେ ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି। ପୂର୍ବରୁ ସେ ୮ଥର ବିବାହ କରି ଧନୀ ସମ୍ପତ୍ତି ଲୁଟି ଫେରାର ହେଇ ଯାଉଥିଲେ। ସେଥିପାଇଁ ଏହି ମହିଳାଙ୍କୁ ‘ଲୁଟେରୀ କନ୍ୟା’ କୁହାଯାଉଛି। ଏହି ଧୂର୍ତ୍ତ ମହିଳାଙ୍କ ନାମ ସମୀରା ଫାତିମା। ଗତ […]

ନାଗପୁର: ମହାରାଷ୍ଟ୍ର ନାଗପୁରରୁ ଜଣେ ଲୁଟେରି କନ୍ୟା ଧରା ପଡ଼ିଛନ୍ତି। ସେ ଏକାଧିକ ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିବାର ଏକ ମଜାଦାର ଖବର ସାମ୍ନାକୁ ଆସିଛି। ନବମ ଥର ବିବାହ କରିବାକୁ ଯାଉଥିବାବେଳେ ପୁଲିସ ଏହି ମହିଳାଙ୍କୁ ଗିରଫ କରିଛି। ପୂର୍ବରୁ ସେ ୮ଥର ବିବାହ କରି ଧନୀ ସମ୍ପତ୍ତି ଲୁଟି ଫେରାର ହେଇ ଯାଉଥିଲେ। ସେଥିପାଇଁ ଏହି ମହିଳାଙ୍କୁ ‘ଲୁଟେରୀ କନ୍ୟା’ କୁହାଯାଉଛି। ଏହି ଧୂର୍ତ୍ତ ମହିଳାଙ୍କ ନାମ ସମୀରା ଫାତିମା। ଗତ ୧୫ ବର୍ଷ ମଧ୍ୟରେ ୮ଜଣଙ୍କୁ ବିବାହ କରି ଠକିବା ପରେ ୯ମ ବିବାହ ପାଇଁ ସେ ଜୋରସୋରରେ ପ୍ରସ୍ତୁତି ଚଳାଇଥିଲେ। ସେ ବିବାହ କରିଥିବା ସ୍ବାମୀମାନଙ୍କୁ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବାକୁ ସକ୍ଷମ ହୋଇଥିଲା। ଏ ନେଇ ପୁଲିସ ମାମଲା ରୁଜୁ କରିଛି ଓ ତଦନ୍ତ ମଧ୍ୟ ଆରମ୍ଭ କରିଛି। ସମୀରା ଏକ ଗ୍ୟାଙ୍ଗ୍‌‌ ସହ ଜଡ଼ିତ ଥିଲା। ସେ ଉଚ୍ଚ ଶିକ୍ଷିତା । ଶିକ୍ଷୟିତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲା। ସେ ମୁସଲମାନ ସମ୍ପ୍ରଦାୟର ବିବାହିତ ଧନୀ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରି ସହଜରେ ନିଜର ସ୍ବାର୍ଥ ସାଧନ କରୁଥିଲା। ସେ ୫୦ ଲକ୍ଷ ଟଙ୍କା ଲୁଟି ଥିବା ଜଣେ ତା’ର କଥା ପୂର୍ବତନ ସ୍ବାମୀ ଅଭିଯୋଗ କରିଛନ୍ତି। ନଗଦ ଓ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ସେ ଏହି ଟଙ୍କା ଆଦାୟ କରିଥିଲା। ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ସେ ଲୁଟି ଥିଲା। ସମୀରା ବିଭିନ୍ନ ମାଟ୍ରିମୋନିଆଲ ୱେବ୍‌‌ସାଇଟ୍‌‌, ସାମାଜିକ ଗଣମାଧ୍ୟମ ଆୟୁଧ କରି ଧନୀଙ୍କୁ ନିଜର ଭାବନାତ୍ମକ କାହାଣୀ କହି ଲୁଟ୍‌ର ଜାଲ ବିଛାଉ ଥିଲା । ସେ ନିଜକୁ ଜଣେ ଛାଡ଼ପତ୍ର ପାଇଥିବା ମହିଳା ଓ ଏକ ସନ୍ତାନର ଜନନୀ ବୋଲି କହି ବିବାହିତ ବ୍ୟକ୍ତିମାନଙ୍କଠାରୁ ସହାନୁଭୂତି ଓ ଅନୁକମ୍ପା ହାସଲ ପାଇଁ ପ୍ରୟାସ କରୁଥିଲା। ଏପରି କହି ବିଶ୍ବାସ ଜିତୁଥିଲା। ପରେ ବିବାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ପଳାଉ ଥିଲା। ପୂର୍ବରୁ ଥରେ ସେ ନିଜକୁ ମିଛରେ ଗର୍ଭବତୀ ବୋଲି ଦର୍ଶାଇ ଗିରଫକୁ ଏଡାଇ ଦେଇଥିଲା। କିନ୍ତୁ ଶେଷରେ ଗତ ୨୯ରେ ଗିରଫ ହେବା ପରେ ତା’ର ସବୁ ଚାଲ୍‌ ଧରାପଡ଼ିଯାଇଥିଲା।

About The Author: The Sakala