ମହାକାଶରୁ କେମିତି ଫେରିବେ ସୁନିତା ୱିଲିୟମ୍ସ , ନାସାର ଭୁଲ ପାଇଁ ସଙ୍କଟରେ ୨ ମହାକାଶଚାରୀଙ୍କ ଜୀବନ

ୱାଶିଂଟ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର ଦୀର୍ଘଦିନ ହେଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। ମାତ୍ର ସାତ ଦିନ ପାଇଁ ଆଇଏସ୍‌ଏସକୁ ଯାଇଥିବା ୨ ବୈଜ୍ଞାନିକ ୮୬ ଦିନ ହେଲା ସେଠାରେ ରହିବାକୁ ବାଧ୍ୟ ହେଉଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସାର ଭୁଲ୍‌ ନିଷ୍ପତ୍ତି ପାଇଁ ଉଭୟଙ୍କ ଜୀବନ ବିପଦରେ ପଡ଼ିଛି। ଏହାକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି। ସୁନିତା ଏବଂ […]

ୱାଶିଂଟ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋର ଦୀର୍ଘଦିନ ହେଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। ମାତ୍ର ସାତ ଦିନ ପାଇଁ ଆଇଏସ୍‌ଏସକୁ ଯାଇଥିବା ୨ ବୈଜ୍ଞାନିକ ୮୬ ଦିନ ହେଲା ସେଠାରେ ରହିବାକୁ ବାଧ୍ୟ ହେଉଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସାର ଭୁଲ୍‌ ନିଷ୍ପତ୍ତି ପାଇଁ ଉଭୟଙ୍କ ଜୀବନ ବିପଦରେ ପଡ଼ିଛି। ଏହାକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି। ସୁନିତା ଏବଂ ୱିଲମୋର ଯେଉଁ ଷ୍ଟାରଲାଇନର ମହାକାଶଯାନରେ ଆଇଏସଏସକୁ ଯାଇଥିଲେ ସେଥିରେ ଅନେକ ସମସ୍ୟା ଥିଲା। ଏଥିପାଇଁ ଏହାର ଉତ୍‌କ୍ଷେପଣକୁ ଅନେକ ଥର ସ୍ଥଗିତ ରଖା ଯାଇଥିଲା। ଏହା ସତ୍ତ୍ବେ ତାର ମରାମତି କରାଯାଇ ଜୁନ୍‌ ୫ରେ ଉତ୍‌କ୍ଷେପଣ କରାଯାଇଥିଲା। ଏହା ପରେ ମହାକାଶଯାନରେ ପୁଣି ସମସ୍ୟା ଥିବା ଖବର ଆସିଥିଲା। ଏହାର ସର୍ଭିସ ମଡ୍ୟୁଲୋର ଥ୍ରେଷ୍ଟରୁ ହିଲିୟମ ଲିକ୍‌ (ପ୍ରଘଟ) ହେଉଥିଲା।

ସୂଚନା ଅନୁଯାୟୀ, ଗୋଟିଏ ମହାକାଶାଯାନରେ ଅନେକ ଥ୍ରେଷ୍ଟର ଥାଏ। ଏହାର ସହାୟତାରେ ଯାନ ନିଜ ମାର୍ଗ ଏବଂ ବେଗ ବଦଳାଇ ଥାଏ। ହିଲିୟମ ଗ୍ୟାସ ଯୋଗୁଁ ରକେଟ୍‌ରେ ଚାପ ବଢ଼ିଥାଏ। ଏହାକୁ ମଜବୁତ ରଖିଥାଏ। ଉତ୍‌କ୍ଷେପଣର ୨୫ ଦିନ ପରେ କ୍ୟାପସୁଲ୍‌ରୁ ୫ଟି ସ୍ଥାନରେ ହିଲିୟମ ଲିକ୍‌ ହେଉଥିଲା। ୫ଟି ଥ୍ରେଷ୍ଟର କାମ କରିବା ବନ୍ଦ କରିଦେଇଥିଲା। ଏହା ବ୍ୟତୀତ ପ୍ରପଲେଣ୍ଟ ଭାଲ୍‌ଭକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନ ଥିଲା। ମହାକାଶରେ ଥିବା କ୍ର୍ୟୁ ସଦସ୍ୟ ଏବଂ ଆମେରିକାର ହ୍ୟୁଷ୍ଟନ ସ୍ଥିତ ଅଭିଯାନର ମ୍ୟାନେଜର ମଧ୍ୟ ଏହାକୁ ସଜାଡ଼ି ପାରୁନାହାନ୍ତି। ଏଥିପାଇଁ ଉଭୟେ ଜୁନ୍‌ ୧୩ରେ ମହାକାଶକୁ ଫେରିପାରିଲେ ନାହିଁ। ଏହା ପରେ ଉତ୍‌କ୍ଷେପଣ ଭଳି ବାରମ୍ବାର ତାଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ମଧ୍ୟ ବଦଳା ଯାଇଥିଲା। ଶେଷରେ ଆସନ୍ତା ବର୍ଷ ଫେବୃଆରୀ ୨୪ରେ ଦୁଇ ମହାକାଶଯାତ୍ରୀ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଛି। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଆଇଏସଏସରେ ଉଭୟ ମହାକାଶଚାରୀ ରହିବାକୁ ବାଧ୍ୟ ହେଉଛନ୍ତି।

ନାସାର ନିୟମିତ ଅଭିଯାନରେ ସେପ୍ଟେମ୍ବରରେ ମସ୍କଙ୍କ ଡ୍ରାଗନ କ୍ର୍ୟୁ ୭ ଜଣ ମହାକାଶଚାରୀଙ୍କୁ ନେଇ ଆଇଏସଆଇଏସକୁ ଯିବାର ଥିଲା। ମାତ୍ର ଏହି ଅଭିଯାନରେ ସୁନିତା ଏବଂ ୱିଲମୋରଙ୍କୁ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେଥିପାଁ ଏହି ଗସ୍ତରୁ ୨ ଜଣ ମହାକାଶଚାରୀଙ୍କୁ ବାଦ ଦିଆଯାଇଛି। ସମସ୍ତେ ଆଇଏସ୍‌ଏସ୍‌ରେ ପହଞ୍ଚି ନିଜ ଅଭିଯାନ ଶେଷ କରିବେ। ଫେରିବା ସମୟରେ ସୁନିତା ଏବଂ ୱିଲମୋରଙ୍କୁ ଧରି ଫେରିବେ। ଏହା ସହିତ ପୁରୁଣା ଷ୍ଟାରଲାଇନର କ୍ୟାପ୍‌ସୁଲକୁ ଆଇଏସଏସରୁ ଅଲଗା କରିଦିଆଯିବ। ଏହା ୭ ତାରିଖରେ କୌଣସି ମହାକାଶଚାରୀଙ୍କୁ ନ ନେଇ ଫେରିବ। ଏହା ରାତି ୧୨ଟା ୦୩ରେ ଭୃପୃଷ୍ଠରେ ଅବତରଣ କରିବ। ଏହାକୁ ସୁରକ୍ଷିତ ଭାବେ ଅବତରଣ କରାଇବା ଲାଗି ନାସା ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି।

About The Author: The Sakala