ଚନ୍ଦ୍ରରେ ଘରୋଇ ମହାକାଶ ଯାନ ‘ବ୍ଲୁ ଘୋଷ୍ଟ’

ୱାଶିଂଟନ୍‌ : ବିଭିନ୍ନ ଦେଶ ଚନ୍ଦ୍ର ଅଭିଯାନ ଚଳାଇଥିବା ବେଳେ ଆମେରିକାର ଏକ ଘରୋଇ ସଂସ୍ଥାର ଫାୟାରଫ୍ଲାଏର ମହାକାଶ ଯାନ ‘ବ୍ଲୁ ଘୋଷ୍ଟ’ ରବିବାର ପ୍ରତ୍ୟୁଷ ୩.୩୪ରେ ଚନ୍ଦ୍ରରେ ଅବତରଣ କରିଛି। ବିଶ୍ୱର ଦ୍ୱିତୀୟ ଘରୋଇ ସଂସ୍ଥା ଭାବରେ ଫାୟାରଫ୍ଲାୟ ଚନ୍ଦ୍ରରେ ମହାକାଶଯାନ ଅବତରଣ କରିବାରେ ସମର୍ଥ ହୋଇଛି। ‘ଘୋଷ୍ଟ ରାଇଡ଼ର୍ସ ଇନ୍‌ ଦ ସ୍କାଏ’ ନାମରେ ପରିଚିତ ଏହି ମିଶନକୁ ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ସହଯୋଗ ଦେଇଥିବା କୁହାଯାଉଛି। ୧୫ ଜାନୁଆରୀରେ ସ୍ପେସ-ଏକ୍ସ […]

ୱାଶିଂଟନ୍‌ : ବିଭିନ୍ନ ଦେଶ ଚନ୍ଦ୍ର ଅଭିଯାନ ଚଳାଇଥିବା ବେଳେ ଆମେରିକାର ଏକ ଘରୋଇ ସଂସ୍ଥାର ଫାୟାରଫ୍ଲାଏର ମହାକାଶ ଯାନ ‘ବ୍ଲୁ ଘୋଷ୍ଟ’ ରବିବାର ପ୍ରତ୍ୟୁଷ ୩.୩୪ରେ ଚନ୍ଦ୍ରରେ ଅବତରଣ କରିଛି। ବିଶ୍ୱର ଦ୍ୱିତୀୟ ଘରୋଇ ସଂସ୍ଥା ଭାବରେ ଫାୟାରଫ୍ଲାୟ ଚନ୍ଦ୍ରରେ ମହାକାଶଯାନ ଅବତରଣ କରିବାରେ ସମର୍ଥ ହୋଇଛି। ‘ଘୋଷ୍ଟ ରାଇଡ଼ର୍ସ ଇନ୍‌ ଦ ସ୍କାଏ’ ନାମରେ ପରିଚିତ ଏହି ମିଶନକୁ ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ସହଯୋଗ ଦେଇଥିବା କୁହାଯାଉଛି।

୧୫ ଜାନୁଆରୀରେ ସ୍ପେସ-ଏକ୍ସ ଫାଲକନ୍‌-୯ ରକେଟରେ ସାମୁଦ୍ରିକ ଘୋଡ଼ା ଆକାରର ଏହି ମହାକାଶଯାନକୁ ଉତ୍‌କ୍ଷେପଣ କରାଯାଇଥିଲା। ‘ବ୍ଲୁ-ଘୋଷ୍ଟ’ରେ ବିକୀରଣ ସହିଷ୍ଣୁ କମ୍ପ୍ୟୁଟର ଲଗାଯାଇଛି ଏବଂ ଏଥିରେ ବ୍ୟବହାର୍ଯ୍ୟ ପରୀକ୍ଷଣ କରିବାର କ୍ଷମତା ରଖାଯାଇଥିବା ସାମଗ୍ରୀ ରଖାଯାଇଛି। ୧୪ ମାର୍ଚ୍ଚରେ ହେବାକୁ ଥିବା ପୂର୍ଣ୍ଣ ଗ୍ରହଣ ଓ ୧୬ ମାର୍ଚ୍ଚରେ ଚନ୍ଦ୍ର ସୂର୍ଯ୍ୟାସ୍ତକୁ ଏହି ଚନ୍ଦ୍ରଯାନ ରେକର୍ଡ କରିବ। ଯେଉଁଥିରୁ ପୃଥିବୀ ଉପରେ ସୌର ପ୍ରଭାବର ଆକଳନ କରାଯାଇ ପାରିବ। ‘ବ୍ଲୁ ଘୋଷ୍ଟ’ର ଚନ୍ଦ୍ର ଅଭିଯାନ ସଫଳତାକୁ କମ୍ପାନୀର ସିଇଓ ଜେସନ୍‌ କିମ୍‌ ସ୍ୱୀକାର କରିଛନ୍ତି। ସ୍ଥିର ଓ ସିଧା ଭାବରେ ଚନ୍ଦ୍ର ଯାନର ଅବତରଣ ପରେ କମ୍ପାନୀ ର ସହଯୋଗୀ ପ୍ରଶାସକ ନିକି ଫକ୍ସ ‘ଆମେ ଚନ୍ଦ୍ରରେ ପହଞ୍ଚିଛୁ’ ବୋଲି ଉଲ୍ଲେଖ କରି ଖୁସି ପ୍ରକଟ କରିଛନ୍ତି ।

About The Author: The Sakala