୭ ବର୍ଷ ପରେ ଗ୍ରହାଣୁପୁଞ୍ଜର ନମୁନା ଧରି ପୃଥିବୀକୁ ଫେରିଲା ନାସା କ୍ୟାପ୍‌ସୁଲ

ୱାଶିଂଟନ: ଆମେରିକା ମହାକାଶ ଏଜେନ୍ସି ନାସାର ଏକ କ୍ୟାପ୍‌ସୁଲ ୭ ବର୍ଷ ପରେ ପୃଥିବୀକୁ ଫେରିଛି। ଏହି ଯାନ ଗ୍ରହାଣୁପୁଞ୍ଜ ବେଣୁରୁ ନମୁନା ସଂଗ୍ରହ କରି ଆଣିଛି। ଏହି ନମୁନା ଦ୍ବାରା ପୃଥିବୀର ରହସ୍ୟ ଉନ୍ମୋଚନ ହୋଇପାରେ। ୪.୫ ଅରବ ବର୍ଷ ତଳେ ସୂର୍ଯ୍ୟ ଏବଂ ଗ୍ରହଗୁଡିକର ସୃଷ୍ଟି, ଜୀବନ କେମିତି ଆରମ୍ଭ ହୋଇଥିଲା ତାହାର ସୂଚନା ମିଳିପାରେ। ଏହି ଅଭିଯାନର ନାମ ଓସିରିସ-ଆରଇଏକ୍ସ ରଖାଯାଇଥିଲା। ୨୦୧୬ ସେପ୍ଟେମ୍ବର ୮ରେ ଏହାର ଉତ୍‌କ୍ଷେପଣ ହୋଇଥିଲା। ଏହି ମହାକାଶ […]

ୱାଶିଂଟନ: ଆମେରିକା ମହାକାଶ ଏଜେନ୍ସି ନାସାର ଏକ କ୍ୟାପ୍‌ସୁଲ ୭ ବର୍ଷ ପରେ ପୃଥିବୀକୁ ଫେରିଛି। ଏହି ଯାନ ଗ୍ରହାଣୁପୁଞ୍ଜ ବେଣୁରୁ ନମୁନା ସଂଗ୍ରହ କରି ଆଣିଛି। ଏହି ନମୁନା ଦ୍ବାରା ପୃଥିବୀର ରହସ୍ୟ ଉନ୍ମୋଚନ ହୋଇପାରେ। ୪.୫ ଅରବ ବର୍ଷ ତଳେ ସୂର୍ଯ୍ୟ ଏବଂ ଗ୍ରହଗୁଡିକର ସୃଷ୍ଟି, ଜୀବନ କେମିତି ଆରମ୍ଭ ହୋଇଥିଲା ତାହାର ସୂଚନା ମିଳିପାରେ। ଏହି ଅଭିଯାନର ନାମ ଓସିରିସ-ଆରଇଏକ୍ସ ରଖାଯାଇଥିଲା। ୨୦୧୬ ସେପ୍ଟେମ୍ବର ୮ରେ ଏହାର ଉତ୍‌କ୍ଷେପଣ ହୋଇଥିଲା।

ଏହି ମହାକାଶ ଯାନ ପୃଥିବୀରେ ଅବତରଣ ନ କରି ନମୁନା ପଠାଇ ‘ଏପୋଫିସ୍‌ ଗ୍ରହାଣୁପୁଞ୍ଜ’ ବାହାରି ଯାଇଛି। ୨୦୧୯ରେ ସେଠାରେ ପହଞ୍ଚିବ। ପୃଥିବୀରୁ ପ୍ରାୟ ୧ ଲକ୍ଷ କିମି ଉପରେ ଥିବାବେଳେ ମହାକାଶ ଯାନଟି ନମୁନା ଥିବା କ୍ୟାପ୍‌ସୁଲକୁ ମୁକ୍ତ କରିଥିଲା। ଏହାର ୨୦ ମିନିଟ ପରେ ଇଞ୍ଜିନ ଫାୟାର କରାଯାଇଥିଲା। କ୍ୟାପ୍‌ସୁଲ ୨୭ ହଜାର କିମି ବେଗରେ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିଥିଲା। ଏହା ରାତି ୮ଟା ୨୩ରେ ପାରାଚୁଟ ମାଧ୍ୟମରେ ୟୁଟା ମରୁଭୂମିରେ ଅବତରଣ କରିଥିଲା। ମିଲିଟାରୀ ରିକଭରି ଟିମ୍‌ କ୍ୟାପସୁଲ୍‌କୁ ସଂଗ୍ରହ କରି ପରୀକ୍ଷାଗାରକୁ ନେଇଛି। ଏଥିରେ ୨୫୦ ଗ୍ରାମ ନମୁନା ରହିଛି।

About The Author: The Sakala