ଅପରେସନ ସିନ୍ଦୂର ପରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଙ୍ଘନରେ ୧୩ ମୃତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ପାର କରି କୁପୱାଡା, ବାରାମୁଲ୍ଲା, ଉରି ଏବଂ ଅଖନୁର ବିପରୀତ ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳିଚାଳନା କରିଛି। ଲଗାତର ୧୪ ତମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌। ଭାରତର ‘ଅପରେସନ ସିନ୍ଦୂର’ ଜବାବରେ ପାକିସ୍ତାନୀ ସେନା ତୀବ୍ର ତୋପ ଏବଂ ଗୁଳିଚାଳନା କରିବାରୁ ଚାରି ଶିଶୁ ଏବଂ ଜଣେ ସୈନିକଙ୍କ ସମେତ ତେର (୧୩) ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୯ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗତକାଲି […]

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ପାର କରି କୁପୱାଡା, ବାରାମୁଲ୍ଲା, ଉରି ଏବଂ ଅଖନୁର ବିପରୀତ ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳିଚାଳନା କରିଛି। ଲଗାତର ୧୪ ତମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌। ଭାରତର ‘ଅପରେସନ ସିନ୍ଦୂର’ ଜବାବରେ ପାକିସ୍ତାନୀ ସେନା ତୀବ୍ର ତୋପ ଏବଂ ଗୁଳିଚାଳନା କରିବାରୁ ଚାରି ଶିଶୁ ଏବଂ ଜଣେ ସୈନିକଙ୍କ ସମେତ ତେର (୧୩) ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୯ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗତକାଲି ରାତିରେ, ଭାରତୀୟ ସେନା ଜମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନ ସେନା ଦ୍ୱାରା ଗୁଳିମାଡ଼ର ପ୍ରଭାବଶାଳୀ ଜବାବ ଦେଇଥିଲା।

About The Author: The Sakala