ମଧ୍ୟପ୍ରଦେଶର ବେତୁଲ୍‌ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବସ୍ ଓ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା, ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ଗୁରୁବାର ବିଳମ୍ବିତ ରାତିରେ ଏକ ବସ୍ ଓ ଟ୍ରାଭେରା ମଧ୍ୟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୧୧ ଜଣଙ୍କ ଜୀବନ । ବେତୁଲର ପରତୱାଡା ଜାତୀୟ ରାଜପଥ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଏକ ବସ୍ ଏବଂ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟ୍ରାଭେରାରେ ଥିବା ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଜଣେ ଆହତଙ୍କୁ […]

ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ଗୁରୁବାର ବିଳମ୍ବିତ ରାତିରେ ଏକ ବସ୍ ଓ ଟ୍ରାଭେରା ମଧ୍ୟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ୧୧ ଜଣଙ୍କ ଜୀବନ । ବେତୁଲର ପରତୱାଡା ଜାତୀୟ ରାଜପଥ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଏକ ବସ୍ ଏବଂ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟ୍ରାଭେରାରେ ଥିବା ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଜଣେ ଆହତଙ୍କୁ ନିକଟତମ ଡାକ୍ତରଖାନାକୁ ନିଆଯାଇଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରାଭେରାକୁ କାଟି ମୃତଦେହ ବାହାର କରିବାକୁ ପଡ଼ିଥିଲା। ରାତି ପ୍ରାୟ ୨ ଟାରେ ଏହି ଦୁର୍ଘଟଣା ଘଟିଥିଲା । ଦ୍ରୁତ ଗତି ଲାଗି ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଟ୍ରାଭେରାରେ ୧୧ଜଣ ଶ୍ରମଜୀବୀ ମହାରାଷ୍ଟ୍ରର ଅମରାବତୀରୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ରାତି ପ୍ରାୟ ୨ଟା ବେଳେ ଘଟିଥିବା ଉକ୍ତ ଦୁର୍ଘଟଣାରେ ୬ଜଣ ପୁରୁଷ, ୩ଜଣ ମହିଳା, ୫ ବର୍ଷର ଜଣେ ଝିଅ ଏବଂ ଜଣେ ଶିଶୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

About The Author: The Sakala