ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ – ଟୁରିଷ୍ଟ ବସ୍ ମୁହାଁମୁହିଁ ଧକ୍କା, ୧୦ ମୃତ

ନାସିକ୍: ମହାରାଷ୍ଟ୍ରର ସିନ୍ନର-ଶିରଡୀ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପାଥରେ ନିକଟରେ ଏକ ଟୁରିଷ୍ଟ ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୧୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ।  ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ପୁଲିସ ସୂଚନା ଅନୁଯାୟୀ, ଉଲହାସନଗରରୁ ସାଇ ଦର୍ଶନ ପାଇଁ ଯାଇଥିବା ୧୫ ଟି […]

ନାସିକ୍: ମହାରାଷ୍ଟ୍ରର ସିନ୍ନର-ଶିରଡୀ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପାଥରେ ନିକଟରେ ଏକ ଟୁରିଷ୍ଟ ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୧୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ।  ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ ।

ପୁଲିସ ସୂଚନା ଅନୁଯାୟୀ, ଉଲହାସନଗରରୁ ସାଇ ଦର୍ଶନ ପାଇଁ ଯାଇଥିବା ୧୫ ଟି ବସ୍ ମଧ୍ୟରୁ ଏହା ଗୋଟିଏ । ଶୁକ୍ରବାର ସକାଳେ ସାଇ ଭକ୍ତଙ୍କୁ ନେଇ ଯାଉଥିଲା ଟୁରିଷ୍ଟ ବସ୍ । ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର ଜାରି ରଖିଛି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ସିନ୍ନର ଗ୍ରାମୀଣ ସ୍ବାସ୍ଥ୍ୟ କେନ୍ଦ୍ର ଓ ଯଶୋବନ୍ତ ହସ୍ପିଟାଲ୍ ନିଆଯାଇଛି। କେତେ ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶୋକବ୍ୟକ୍ତ କରିବା ସହିତ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋ‌ଷଣା କରିଛନ୍ତି।

About The Author: The Sakala