କୋରିଆନ୍ ଗ୍ଲାସ୍ ସ୍କିନ୍ ପାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ଚେହେରା ଚମକିବ ଆଇନା ପରି

କୋରିଆନ୍ ମହିଳାମାନଙ୍କ ଭଳି ଦାଗହୀନ ଏବଂ ଉଜ୍ଜ୍ୱଳ ତ୍ୱଚା (Korean Glass Skin) ପାଇବାକୁ ଆଜିକାଲି ସମସ୍ତେ ଇଚ୍ଛା କରୁଛନ୍ତି। ଅନେକ ଲୋକ ଭାବନ୍ତି ଯେ ମହଙ୍ଗା କେ-ବିଉଟି ପ୍ରଡକ୍ଟସ (K-Beauty Products) କିମ୍ବା ୧୦-ଷ୍ଟେପ୍ ସ୍କିନକେୟାର ରୁଟିନ୍ ଫଲୋ କରିବା ଦ୍ୱାରା ହିଁ ଏମିତି ତ୍ୱଚା ମିଳିପାରିବ। କିନ୍ତୁ ପ୍ରକୃତ ସତ୍ୟ ହେଉଛି, ଏହାର ଅସଲ ରହସ୍ୟ ସେମାନଙ୍କ ଖାଦ୍ୟପେୟରେ ଲୁଚି ରହିଛି। ପ୍ରସିଦ୍ଧ ଡାଏଟିସିଆନ୍ ସୋନିଆ ନାରଙ୍ଗଙ୍କ ଅନୁଯାୟୀ, କୋରିଆନ୍ ଲୋକଙ୍କର ଯୁବସୁଲଭ ଏବଂ ଗ୍ଲୋଇଂ ସ୍କିନ୍ କେବଳ ପ୍ରଡକ୍ଟସ୍ ପାଇଁ ନୁହେଁ, ବରଂ ସେମାନଙ୍କର ସୁସ୍ଥ ଡାଏଟ୍ ଯୋଗୁଁ ସମ୍ଭବ ହୋଇଥାଏ। ସେମାନେ ଯାହା ଖାଆନ୍ତି, ତାହା ସେମାନଙ୍କ ଚେହେରାରେ ସ୍ପଷ୍ଟ ବାରି ହୋଇପଡ଼େ।

କୋରିଆନ୍ ଗ୍ଲାସ୍ ସ୍କିନ୍ ପାଇଁ ସଠିକ୍ ଖାଦ୍ୟ

କୋରିଆନ୍ ମହିଳାମାନେ କୌଣସି କଠୋର ଡାଏଟ୍ ଫଲୋ କରନ୍ତି ନାହିଁ, ବରଂ ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରନ୍ତି। ସେମାନଙ୍କ ଖାଦ୍ୟରେ ପ୍ରଚୁର ପରିମାଣରେ ସବୁଜ ପନିପରିବା ରହିଥାଏ। ଏଥିରୁ ଶରୀରକୁ ଫାଇବର, ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ। ଏହାସହ ସେମାନେ କେବଳ ପାଣି ପିଅନ୍ତି ନାହିଁ, ବରଂ ପାଣି ଅଂଶ ଅଧିକ ଥିବା ଫଳ ଓ ପନିପରିବା (ଯେପରିକି ତରଭୁଜ, କାକୁଡ଼ି) ଖାଇବାକୁ ପସନ୍ଦ କରନ୍ତି, ଯାହା ତ୍ୱଚାକୁ ଭିତରୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ।

ଫର୍ମେଣ୍ଟେଡ୍ ଫୁଡ୍ ଏବଂ ଗଟ୍ ହେଲ୍ଥ

କୋରିଆନ୍ ଖାଦ୍ୟରେ କିମଚି (Kimchi) ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ବ୍ରେକଫାଷ୍ଟ, ଲଞ୍ଚ୍ ଏବଂ ଡିନରରେ ଏହାକୁ ସାମିଲ କରନ୍ତି। ଫର୍ମେଣ୍ଟେଡ୍ ଫୁଡ୍‌ରେ ପ୍ରଚୁର ମାତ୍ରାରେ ପ୍ରୋବାୟୋଟିକ୍ସ (Probiotics) ଥାଏ, ଯାହା ପେଟ ଅର୍ଥାତ୍ ଗଟ୍ ହେଲ୍ଥ (Gut Health) କୁ ସୁସ୍ଥ ରଖେ। ବିଶେଷଜ୍ଞଙ୍କ ମତରେ, ପେଟ ସୁସ୍ଥ ରହିଲେ ଏହାର ସିଧାସଳଖ ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ଏକ ସୁସ୍ଥ ଗଟ୍ ବିନା କୌଣସି ମହଙ୍ଗା ଟ୍ରିଟମେଣ୍ଟରେ ମଧ୍ୟ ତ୍ୱଚାକୁ ଦାଗହୀନ ଏବଂ ଉଜ୍ଜ୍ୱଳ କରିପାରେ।

ଓମେଗା-୩ ଏବଂ କୋଲାଜେନ୍

ସୁସ୍ଥ ତ୍ୱଚା ପାଇଁ କୋରିଆନ୍ ଲୋକେ ମାଛ ଏବଂ ଟୋଫୁ (Tofu) ପ୍ରଚୁର ପରିମାଣରେ ଖାଇଥାଆନ୍ତି। ଏଥିରୁ ଶରୀରକୁ ଓମେଗା-୩ ଫ୍ୟାଟି ଏସିଡ୍ ଏବଂ କୋଲାଜେନ୍ ମିଳିଥାଏ। ଏହା ତ୍ୱଚାର ଇଲାଷ୍ଟିସିଟି ବଜାୟ ରଖିବା ସହ ବୟସ ବଢ଼ିବାର ପ୍ରଭାବ ବା ଆଣ୍ଟି-ଏଜିଂ (Anti-aging) କୁ କମ୍ କରିଥାଏ। ଡାଏଟିସିଆନ୍ ସୋନିଆଙ୍କ ମତରେ, ଏକ ସନ୍ତୁଳିତ ଡାଏଟ୍ ବଜାରରେ ମିଳୁଥିବା ଯେକୌଣସି କ୍ରିମ୍ କିମ୍ବା ସେରମ୍ ଠାରୁ ବହୁତ ଅଧିକ ପ୍ରଭାବଶାଳୀ ହୋଇଥାଏ।

*(ବିଦ୍ର: ଏହି ଖବରଟି କେବଳ ସାଧାରଣ ସୂଚନା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ନିଜ ଡାଏଟ୍‌ରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତର କିମ୍ବା ଡାଏଟିସିଆନ୍‌ଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।)*

About The Author: Suryakanta