ଢ଼େଙ୍କାନାଳ: ପୋଲିସ ଗିରଫ ଭୟରେ ଝୁଲିପଡ଼ିଲେ ଯୁବକ । ଢେଙ୍କାନାଳ ଜିଲ୍ଲା ନିମିଧା ଗାଁର ବାଲିରତ୍ନପୁର ସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ୨୧ ବର୍ଷୀୟ ଯୁବକ ବେଣୁପାଣି ସାହୁ ଘର ଭିତରେ ରସି ଦେଇ ଆତ୍ମହତ୍ୟା କରିଦେଇଛନ୍ତି । ମୃତକ ବେଣୁପାଣି ଅନୁଗୁଳର ଜଣେ ନାବାଳିକାକୁ ପ୍ରେମ କରୁଥିଲେ । ଉଭୟ ଘରୁ ଲୁଚି କିଛି ଦିନ ପାଇଁ ମୁମ୍ବାଇ ପଳାଇଥିଲେ। ଝିଅଙ୍କ ପରିବାର ପକ୍ଷରୁ ଅନୁଗୋଳ ସଦର ଥାନାରେ ଅଭିଯୋଗ ଆଧାରରେ ବେଣୁର ବାପା-ମା' ଓ ୨ ସମ୍ପର୍କୀୟଙ୍କୁ ପୋଲିସ ୩ ଧରି ଅଟକ ରଖିଛି ।
ମୁମ୍ବାଇରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ବେଣୁପାଣି । ତେବେ ଏହା ସହିନପାରି ବେଣୁ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ବେକରେ ରଶି ଲଗାଇ ଜୀବନ ହାରିଥିବା ଜଣାପଡିଛି । ନାବାଳିକା ପତ୍ନୀ ନିଜ ବାପାମାଆଙ୍କ ଯୋଗୁଁ ବେଣୁର ଜୀବନ ଗଲା ବୋଲି କହୁଥିବା ଜଣାପଡିଛି । ତେବେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ବେଣୁଙ୍କ ପରିବାର ଲୋକ ।