ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭା କାର୍ଯ୍ୟରେ ସାମିଲ ହେବା ପାଇଁ ଏବଂ ଜଙ୍ଗଲର ନିଆଁ ସ୍ଥିତି ପରଖିବା ପାଇଁ ଶିମିଳିପାଳର ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗତକାଲି ଶିମିଳିପାଳ ଯିବା ନେଇ ଟ୍ବିଟ୍ ଯୋଗେ ପ୍ରଣବ ସୂଚନା ଦେଇଥିବା ବେଳେ ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚିସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁ ଲିଭା ଅପରେସନ ସାମିଲ ହୋଇଛନ୍ତି ।
ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ବିଭିନ୍ନ ଜଙ୍ଗଲର ବିଭିନ୍ନ ଅଞ୍ଚଳ ବୁଲି ସ୍ଥାନୀୟ ଲୋକଙ୍କ ସହ ନିଆଁ ଲିଭାକାର୍ଯ୍ୟରେ ସାମିଲ ଅଛନ୍ତି ପ୍ରଣବ ପ୍ରକାଶ ଦାସ । ତାଙ୍କ ସହ ରାଜ୍ୟସଭା ସାଂସଦ ମମତା ମହନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଅଛନ୍ତି ।
ତେବେ ଗତକାଲି ବର୍ଷା ପରେ ଶିିମିଳିପାଳ ଅଭୟାରଣ୍ୟ ତଥା ନିକଟବର୍ତୀ ବନାଂଚଳର ୬ଟି ରେଂଜରେ ନିଆଁ ଲିଭିଯାଇଥିବା ସୂଚନା ମିଳିଛି । ଏସବୁ ଭିତରେ ବର୍ତମାନ ସେଠି କେଉଁଭଳି ସ୍ଥିତି ରହିଛି ଏବଂ କ’ଣ କଲେ ନିଆଁକୁ ସମ୍ପୁର୍ଣ୍ଣ ଭାବେ ଆୟତ କରାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଶିମିଳିପାଳରେ ପହଂଚିଛନ୍ତି ପ୍ରଣବ ପ୍ରକାଶ ଦାସ ।