ରାଜଧାନୀରେ ପୁଣି ବୁଲିଲା ଖଣ୍ଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। କ୍ୟାପିଟାଲ ଥାନା ଅଞ୍ଚଳ ଫାଳିକିଆ ବସ୍ତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ଉପରେ ଖଣ୍ଡାରେ ହୋଇଛି ଆକ୍ରମଣ। ଆକ୍ରମଣରେ ଗୁରୁତର ଯୁବକ ହେଲେ ଡି ହରି କ୍ରିଷ୍ଣା। ଯୁବକ ଜଣକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଘରଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କାରୀଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ।

About The Author: Madhusudan Das