ରାସ୍ତା ଅତିକ୍ରମ କରୁଥିବା ବେଳେ ବର୍ଷା ପାଣିରେ ବାଇକ୍‌ ସହ ଭାସିଗଲେ ଯୁବକ

ବାରିପଦା:ଶନିବାର ଅପରାହ୍ଣରେ ବାରିପଦା ସହରରେ ୨ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବାରୁ ନାହିଁ ନଥିବା ସ୍ଥିତି ଉପୁଜିଥିଲା। ଉଦବୃତ୍ତ ଜଳ ରାସ୍ତାଘାଟ ଓ ଲୋକଙ୍କ ଘରେ ପ୍ରବେଶକୁ ନେଇ ଅସନ୍ତୋଷ ତୀବ୍ରରୂପ ନେଇଥିଲା। ୧୭ନଂ ୱାର୍ଡ଼ର ଶୁଖଯୋଡ଼ି ନାଳ ଘୋଷରା ପୋଲ ଉପରେ ୨ଫୁଟ ପାଣି ପ୍ରବାହିତ ହେଉଥିବା ସମୟରେ ୧୬ନଂ ୱାର୍ଡ଼ ପେରେଡ଼ ପଡ଼ିଆ ଅଞ୍ଚଳର ଗୁଲୁ(୩୦) ବାଇକରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ଓ […]

ବାରିପଦା:ଶନିବାର ଅପରାହ୍ଣରେ ବାରିପଦା ସହରରେ ୨ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବାରୁ ନାହିଁ ନଥିବା ସ୍ଥିତି ଉପୁଜିଥିଲା। ଉଦବୃତ୍ତ ଜଳ ରାସ୍ତାଘାଟ ଓ ଲୋକଙ୍କ ଘରେ ପ୍ରବେଶକୁ ନେଇ ଅସନ୍ତୋଷ ତୀବ୍ରରୂପ ନେଇଥିଲା। ୧୭ନଂ ୱାର୍ଡ଼ର ଶୁଖଯୋଡ଼ି ନାଳ ଘୋଷରା ପୋଲ ଉପରେ ୨ଫୁଟ ପାଣି ପ୍ରବାହିତ ହେଉଥିବା ସମୟରେ ୧୬ନଂ ୱାର୍ଡ଼ ପେରେଡ଼ ପଡ଼ିଆ ଅଞ୍ଚଳର ଗୁଲୁ(୩୦) ବାଇକରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ଓ ପୁଲିସ ବାହିନୀ ପହଞ୍ଚି ବାଇକଟିକୁ ଉଦ୍ଧାର କରିଥିବା ବେଳେ ନିଖୋଜଙ୍କ ସନ୍ଧାନ ପାଇନାହାନ୍ତି। ସେହିପରି ଶୁୁନଗଡ଼ିଆ ବାଲଟି କାରରଖାନା ନିକଟରେ ଘର କାନ୍ଥ ପଡ଼ି ସୁବାସିନୀ ଧିନ୍ଧା ନାମକ ଜଣେ ମହିଳା ଆହାତ ହୋଇଥିବା ଖବର ମିଳିଛି। ତାଙ୍କୁ ପିଆରଏମ ମେଡ଼ିକାଲ କଲେଜ ଓ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

About The Author: The Sakala