ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ବାଲିଅନ୍ତା : ଆଜି ବାଳକାଟୀ ଫାଣ୍ଡି ଅଞ୍ଚଳରେ ସନ୍ଧ୍ୟା ସମୟରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବରଣ କରିଥିବା ଯୁବକ ହେଲେ ବିଷ୍ଣୁ ଚରଣ ରାଉତ । ସୂଚନା ଅନୁଯାୟୀ, ମୃତ ବିଷ୍ଣୁ ମାହାଲସାହି ଗ୍ରାମରେ ଥିବା ଭାଗବତ ବାସୁଦେବ ମନ୍ଦିର ଛାତ ଉପରେ ଚଢି ଜୈନେକ ବ୍ଯକ୍ତିଙ୍କ ଲାଇନ ତାର କାମ କରୁଥିବା ବେଳେ କୌଣସି କାରଣ ବଶତଃ ଵିଦ୍ୟୁତ ସଂସ୍ପର୍ଶ ଆଶି ହଠାତ ଆଚେତ ହୋଇ ତଳେ ପଡିଯାଇଥିଲେ […]

ବାଲିଅନ୍ତା : ଆଜି ବାଳକାଟୀ ଫାଣ୍ଡି ଅଞ୍ଚଳରେ ସନ୍ଧ୍ୟା ସମୟରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବରଣ କରିଥିବା ଯୁବକ ହେଲେ ବିଷ୍ଣୁ ଚରଣ ରାଉତ ।

ସୂଚନା ଅନୁଯାୟୀ, ମୃତ ବିଷ୍ଣୁ ମାହାଲସାହି ଗ୍ରାମରେ ଥିବା ଭାଗବତ ବାସୁଦେବ ମନ୍ଦିର ଛାତ ଉପରେ ଚଢି ଜୈନେକ ବ୍ଯକ୍ତିଙ୍କ ଲାଇନ ତାର କାମ କରୁଥିବା ବେଳେ କୌଣସି କାରଣ ବଶତଃ ଵିଦ୍ୟୁତ ସଂସ୍ପର୍ଶ ଆଶି ହଠାତ ଆଚେତ ହୋଇ ତଳେ ପଡିଯାଇଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକେ ବାବୁଲିକୁ ଛାତ ଉପରୁ ଉଦ୍ଧାରକରି ବାଳକାଟୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ଡାକ୍ତର ବିଷ୍ଣୁଙ୍କୁ ଚିକିତ୍ସାକରି ଗୁରୁତରଥିବା କହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ପରେ ୧୦୮ ଯୋଗେ ସ୍ଥାନୀୟ ଲୋକେ ବିଷ୍ଣୁଙ୍କୁଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଶେଷ ସୂତ୍ରରୁ ଜଣାପଡିଛି ଯେ, ବିଷ୍ଣୁଙ ବାଳକାଟୀ ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବରେ କାମ କରୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପିପିଲ ବିଦ୍ୟୁତ ବିଭାଗ ଅଧିନ ମଙ୍ଗଳପୁରକୁ ବଦଳି କରାଯାଇଥିଲା । ଦୀର୍ଘ ୨ରୁ ୩ ବର୍ଷ ହବ ସେଠାରେ ସେ କାର୍ଯ୍ୟରତ ଥିଲେ । ବିଷ୍ଣୁ ବିଭାହିତ ଏବଂ ତାଙ୍କର ଧର୍ମପତ୍ନୀ ସମେତ ଗୋଟିଏ ପୁତ୍ର ସନ୍ତାନ ଏବଂ ଗୋଟିଏ କନ୍ୟା ସନ୍ତାନ ଅଛି । ବିଷ୍ଣୁଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି ।

About The Author: The Sakala