ଭୁବନେଶ୍ୱର: ବିଦେଶିନୀଙ୍କ ମାୟାଜାଲରେ ପଡ଼ି ଜଣେ ଯୁବ ଇଞ୍ଜିନିୟର ହରାଇଛନ୍ତି ସାଢ଼େ ୩ ଲକ୍ଷ ଟଙ୍କା। ଠକେଇର ଶିକାର ଯୁବକ ଏକ ଘରୋଇ ଆଇଟି ସଂସ୍ଥାର କର୍ମଚାରୀ ବୋଲି ଜଣାପଡ଼ିଛି। ଏନେଇ ସେ ଥାନାରେ ଅଭିଯୋଗ ହେବା ପରେ ପୁଲିସର ତନାଘନା ଚଳାଇଛି।
ଅଭିଯୋଗ ଅନୁଯାୟୀ, ସାମାଜିକ ଗଣମାଧ୍ୟମରେ ଲଣ୍ଡନର ଜଣେ ଯୁବତୀଙ୍କ ସହ ଯୁବକଙ୍କ ପରିଚୟ ହୋଇଥିଲା। ବେଶ୍ କିଛିଦିନ କଥା ହେବା ପରେ ସମ୍ପର୍କ ନିବିଡ଼ ହୋଇଥିଲା। ଫୋନ୍ରେ ଉଭୟ କଥାବାର୍ତ୍ତା ହୋଇଥିଲେ। ଯୁବତୀ ତାଙ୍କୁ ମିଠାମିଠା କଥା କହି ଫସାଇ ଦେଇଥିଲେ। ତାଙ୍କୁ ଏକ ଦାମୀ ଉପହାର ପଠାଇବା ଆଳରେ ତାଙ୍କର ଗୋପନୀୟ ତଥ୍ୟ ନେଇଯାଇଥିଲେ। ଏପରିକି ଫୋନ୍, ଘଣ୍ଟା, ଜୋତା ଭଳି ଦାମୀ ଉପହାରର ଫଟୋଗୁଡ଼ିକ ଯୁବକଙ୍କୁ ପଠାଇଥିଲେ ମାୟାବିନୀ। ଏଥିରେ ତାଙ୍କର ବିଶ୍ୱାସ ହୋଇଥିଲା। କୌଶଳକ୍ରମେ ତାଙ୍କ ଆକାଉଣ୍ଟ ନମ୍ବର ନେଇ ସେଥିରେ ଥିବା ସାଢ଼େ ୩ ଲକ୍ଷ ଟଙ୍କା କାଟି ନେଇଥିଲେ। ପରେ ଉକ୍ତ ନମ୍ବରରେ ଯୋଗାଯୋଗ କରିବା ପରେ ଉକ୍ତ ନମ୍ବରଟି ବ୍ଲକ ଦର୍ଶାଇଥିଲା। ସେ ଠକେଇ ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।