ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ଚଳିତ ନଭେମ୍ବର ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ‘ଲଙ୍ଗରେଞ୍ଜ ଫୋର୍କାଷ୍ଟ’ରେ ଏହି ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ନଭେମ୍ବର ମାସରେ ସାରା ରାଜ୍ୟରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବାର ଥିବା ବେଳେ ନୂଆପଡ଼ା, ବଲଙ୍ଗିର, କୋରାପୁଟ ଓ ନବରଙ୍ଗପୁରରେ ବର୍ଷାର ପ୍ରଭାବ ସର୍ବାଧିକ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ସାଧାରଣ ଭାବେ ନଭେମ୍ବର ମାସରେ ଓଡ଼ିଶାରେ ବିଶେଷ ବର୍ଷା […]

ଭୁବନେଶ୍ୱର: ଚଳିତ ନଭେମ୍ବର ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ‘ଲଙ୍ଗରେଞ୍ଜ ଫୋର୍କାଷ୍ଟ’ରେ ଏହି ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ନଭେମ୍ବର ମାସରେ ସାରା ରାଜ୍ୟରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବାର ଥିବା ବେଳେ ନୂଆପଡ଼ା, ବଲଙ୍ଗିର, କୋରାପୁଟ ଓ ନବରଙ୍ଗପୁରରେ ବର୍ଷାର ପ୍ରଭାବ ସର୍ବାଧିକ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ସାଧାରଣ ଭାବେ ନଭେମ୍ବର ମାସରେ ଓଡ଼ିଶାରେ ବିଶେଷ ବର୍ଷା ହୋଇ ନ ଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ପରିବର୍ତ୍ତନ ନେଇ ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ବର୍ତ୍ତମାନ ସ୍ଥିତିରେ ମଧ୍ୟରେ ଅନେକ ସ୍ଥାନରେ ବର୍ଷା ଜାରି ରହିଛି।

ଅନ୍ୟପଟେ ଚଳିତ ବର୍ଷ ଲା-ନିନା ସକ୍ରିୟ ରହିବ। ଏହି ସ୍ଥିତି ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଭାଗ କହିଛି। କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତନର ତାପମାତ୍ରା ସ୍ୱାଭାବିକଠାରୁ କମିଲେ ଏହାକୁ ଲା-ନିନା କୁହାଯାଏ। ଲା-ନିନା ସକ୍ରିୟ ରହିଲେ ଶୀତର ପ୍ରକୋପ ଅଧିକ ରହିଥିବା ବେଳେ ମୌସୁମୀ ବେଳେ ଅଧିକ ବର୍ଷା କରାଇଥାଏ। ମାତ୍ର ଚଳିତ ବର୍ଷ ଲା-ନିନା ସକ୍ରିୟ ସତ୍ତ୍ବେ ଶୀତ ଋତୁରେ ବର୍ଷାର ଆଶଙ୍କା ରହୁଛି। ଯାହାକି ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସ୍ଥିତିରେ ପରିବର୍ତ୍ତନ ହେଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପଟେ ଲା-ନିନା ଯୋଗୁଁ ଥଣ୍ଡାର ପ୍ରକୋପ ଅଧିକ ରହିଥାଏ।

ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗୋପାଳପୁରରେ ୧୪୩, ମାଲକାନଗିରିରେ ୫୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଛତ୍ରପୁର ୨୫, ଭବାନୀପାଟଣା ୨୪ ଓ କୋରାପୁଟରେ ୨୦ ମିମି ବର୍ଷା ରେକର୍ଡ କରାଯାଇଛି। ବୁଧବାର ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଦୀପାବଳିରେ ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ହାଲକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

About The Author: The Sakala