ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଉପକୂଳରୁ- ପଶ୍ଚିମ ଯାଏ ତାତି ବଳବତ୍ତର ରହିଛି। ସୂର୍ଯ୍ଯଙ୍କ ପ୍ରଖର କିରଣ ସାଙ୍ଗକୁ ରାଜ୍ୟକୁ ଆସୁଥିବା ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ଉପର ମୁହାଁ ରହୁଛି। ଆସନ୍ତା କାଲି ମଧ୍ୟ ଏହାର ପ୍ରଭାବ ଦେଖାଯିବ। ବିଶେଷ କରି ବଲାଙ୍ଗୀର, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ତାତି ଅନୁଭୂତ ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ଗ୍ରୀଷ୍ମ ପ୍ରବାହ ଜନିତ ୟେଲୋ ଆଲର୍ଟ ଜାରି କରିଛି।
ସେହିପରି ୨୦ ତାରିଖ ପାଇଁ ବୌଦ୍ଧ , ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜଙ୍କୁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା
ଝାରସୁଗୁଡା: ୪୨.୬ ଡ଼ିଗ୍ରୀ
ଭୁବନେଶ୍ୱର: ୪୨.୨ ଡ଼ିଗ୍ରୀ
ସମ୍ବଲପୁର: ୪୨.୨ ଡ଼ିଗ୍ରୀ
କେନ୍ଦୁଝର:୪୧.୦ ଡ଼ିଗ୍ରୀ
ହୀରାକୁଦ: ୪୧.୦ ଡ଼ିଗ୍ରୀ
ଚାନ୍ଦବାଲି: ୪୦.୮ଡ଼ିଗ୍ରୀ
ବାଲେଶ୍ୱର: ୩୫.୮ ଡ଼ିଗ୍ରୀ
ପୁରୀ: ୩୪.୫ ଡ଼ିଗ୍ରୀ
ଗୋପାଳପୁର: ୩୩.୬ ଡ଼ିଗ୍ରୀ
ପାରାଦୀପ: ୩୨.୮ ଡ଼ିଗ୍ରୀ