କମିଲା ବର୍ଷା, ଆଜିଠୁ ଶୀତରେ ଥରିବ ସାରା ଓଡିଶା; ଘନ କୁହୁଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଗତ ୩ରୁ ୪ ଦିନ ଧରି ରାଜ୍ୟବ୍ୟାପୀ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ପ୍ରଭାବରୁ ରାତ୍ରି ତାପମାତ୍ରା ବଢ଼଼ିଥିବା ବେଳେ ପୁଣି ଶୀତ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ କମିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ ଆର୍‍ ବିଶ୍ୱାସ ଏନେଇ ପୂର୍ବାନୁମାନ କରିଛନ୍ତି। ବିଗତ ୪ରୁ ୫ ଦିନ ଧରି ରାଜ୍ୟବ୍ୟାପୀ ଅଧିକାଂଶ ସ୍ଥାନରେ ସର୍ବନିମ୍ନ […]

ଭୁବନେଶ୍ୱର: ଗତ ୩ରୁ ୪ ଦିନ ଧରି ରାଜ୍ୟବ୍ୟାପୀ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ପ୍ରଭାବରୁ ରାତ୍ରି ତାପମାତ୍ରା ବଢ଼଼ିଥିବା ବେଳେ ପୁଣି ଶୀତ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ କମିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ ଆର୍‍ ବିଶ୍ୱାସ ଏନେଇ ପୂର୍ବାନୁମାନ କରିଛନ୍ତି।

ବିଗତ ୪ରୁ ୫ ଦିନ ଧରି ରାଜ୍ୟବ୍ୟାପୀ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଥିଲା। ତେବେ ଆଗାମୀ ୩ ଦିନ ମଧ୍ୟରେ ଏଥିରେ ରାତ୍ରି ତାପମାତ୍ରା କମିବା ସହ ରାଜ୍ୟବ୍ୟାପୀ ଶୀତ ଲହରୀ ଅନୁଭୂତ ହେବ ବୋଲି ଜଣାପଡ଼ିଛି। ଡ. ବିଶ୍ୱାସଙ୍କ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟ ଧରଣର ବର୍ଷା ହୋଇଥିବା ବେଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି। ସର୍ବାଧିକ ବର୍ଷା ଝାରସୁଗୁଡ଼ାର ଳାଇକିରାଠାରେ ୪୮.୬ ମିଲିମିଟର ରେକର୍ଡ କରାଯାଇଛି। ତେବେ ୧୬ ତାରିଖଠାରୁ ପାଗରେ ପରିବର୍ତ୍ତନ ହେବା ସହ ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୬ରୁ ୨୦ ତାରିଖ ରାଜ୍ୟବ୍ୟାପୀ ଶୁଖିଲା ପାଗ ରହିବାକୁ ଥିବାବେଳେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

About The Author: The Sakala