ସମ୍ବଲପୁର: ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ। ନିଆଁ ଲଗାଉଥିବା ଲୋକ ବାବଦରେ ସୂଚନା ଦେଲେ ୫ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ । ଏ ନେଇ ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର କଡା ପଦକ୍ଷେପ ନେଇଛନ୍ତି।
ଅନ୍ଯପକ୍ଷରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ୭୫ ଜଣ ସ୍ଵତନ୍ତ୍ର ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଗାଁରେ ପ୍ରଚାର ଗାଡି ବୁଲୁଛି।
ଏନେଇ ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର କହିଛନ୍ତି ଯେ, ଜଙ୍ଗଲରେ ନିଆଁ ରୋକିବା ପାଇଁ ବନ ବିଭାଗ ସଜାଗ ଅଛି। ଲୋକମାନଙ୍କୁ ସଚେତନ କରିବା ଓ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି। ପ୍ରତି ରେଞ୍ଜରେ ୧୫ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।