ଦୋଳ ପୂର୍ଣ୍ଣିମାରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ କରିବେ ଓ କରିବେନି.....

ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ। ଏହି ଗ୍ରହଣ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିକୋଣରୁ ଖୁବ୍ ମହତ୍ତ୍ବପୂର୍ଣ୍ଣ ରହିବ। ଅବଶ୍ୟ ଗ୍ରହଣକୁ ନେଇ ଧର୍ମ ଶାସ୍ତ୍ରରେ ବିଶେଷ ନିୟମ ରହିଛି। ଏହି ସମୟ ମଧ୍ୟରେ କ’ଣ କରିବା ଉଚିତ ଓ ଅନୁଚିତ, ସେ ସମ୍ପର୍କରେ ଜାଣିବା। 

  •  ଗ୍ରହଣ କାଳରେ କୌଣସି ପୂଜା ପାଠ କରନ୍ତୁ ନାହିଁ। 
  •  ଗ୍ରହଣ ଲାଗିବା ସମୟରେ ଘରୁ ବାହାରିବା ଅନୁଚିତ। ବିଶେଷକରି ଗର୍ଭବତୀ ଘରୁ ବାହାରିବା ଭଲ ନୁହେଁ। 
  •  ଗ୍ରହଣ ସମୟରେ ରୋଷେଇ କରିବା ଠିକ୍‌ ନୁହେଁ। 
  •  ସେହିପରି ଗ୍ରହଣ ଲାଗିବା ସମୟରେ ଖାଦ୍ୟ ଖାଇବା ମନା। 
  •  ତୁଳସୀ, ଅଶ୍ବତ୍ଥ, ବରଗଛକୁ ସ୍ପର୍ଶ କରିବା ଅନୁଚିତ। 
  •  ଖାଲି ଆଖିରେ ଗ୍ରହଣକୁ ଦେଖିବା ଭଲ ନୁହେଁ।
  •  ଗ୍ରହଣ ଶେଷ ପରେ ସ୍ନାନ କରିବା ଶୁଭ। 
  •  ଗ୍ରହଣ ସମାପନ ପରେ ପୂଜାପାଠ ତଥା ଧାର୍ମିକ କାର୍ଯ୍ୟ କରାଯାଇପାରିବ। 
  • ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ। ଏହାଦ୍ବାରା ପରିବେଶ ଶୁଦ୍ଧ ହୋଇଥାଏ। 

About The Author: Madhusudan Das