ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ..

ଭୁବନେଶ୍ବର: ମାଲାକ୍କା ସମୁଦ୍ର ସନ୍ଧିରେ ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର I ମାଲେସିଆ ଏବଂ ପାର୍ଶ୍ଵବର୍ତ୍ତୀ ମାଲାକ୍କା ସମୁଦ୍ର ସନ୍ଧି ଉପରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଆଜି ବର୍ତ୍ତମାନ ମାଲାକ୍କା ସମୁଦ୍ର ସନ୍ଧି ଉପରେ ସକ୍ରିୟ ରହିଛି। ଏହା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି I

About The Author: Deviprasad Mohanty