ବିଧାନସଭା ଶୀତ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ ପରେ ଆସନ୍ତାକାଲି ଯାଏଁ ମୁଲତବି ରହିଲା ଗୃହ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅର୍ଥାତ୍‌‌ ଶୀତ ଅଧିବେଶନ। ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତି , ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାଶ, ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର, 620 ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ,ପୂର୍ବତନ କନେଷ୍ଟବଳ, 206କୋବ୍ରା ବାଟାଲିୟନ, ବି. ଏସ. ଏଫ ପ୍ରକାଶ ଚନ୍ଦ୍ର ସିଆଲଙ୍କ ଉଦ୍ଦେଶ୍ୟରେ […]

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅର୍ଥାତ୍‌‌ ଶୀତ ଅଧିବେଶନ। ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତି , ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାଶ, ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର, 620 ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ,ପୂର୍ବତନ କନେଷ୍ଟବଳ, 206କୋବ୍ରା ବାଟାଲିୟନ, ବି. ଏସ. ଏଫ ପ୍ରକାଶ ଚନ୍ଦ୍ର ସିଆଲଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ । ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ମୁଖ୍ୟ ସଚେତ ମୋହନ ମାଝୀ ସମର୍ଥନ ଜଣାଇଥିଲେ। ଏହା ପରେ କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ମସର୍ଥନ ଦେବା ସହ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ। ପରେ ସିପିଆଇ ନେତା ମଧ୍ୟ ଏହି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଏହା ପରେ ଦିଂବଗତଙ୍କ ଅମର ଆତ୍ମାର ସଦଗତି ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଆସନ୍ତାକାଲି ପର୍ଯ୍ୟନ୍ତ ବାଚସ୍ପତି ପ୍ରମିଳା ମଲ୍ଲିକ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟକୁ ମୁଲତବି ରଖିଛନ୍ତି।

About The Author: The Sakala