ରାଜ୍ୟରେ ୨ ଦିନ ପରେ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଛତିଶଗଡ଼ ଉପରେ ରହିଛି। ଏହା ପ୍ରଭାରେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେଉଛି। ଲଘୁଚାପର ପ୍ରଭାବ ଧୀରେଧୀରେ ଓଡ଼ିଶା ଉପରେ କମିବା ଯୋଗୁଁ ବର୍ଷାର ପ୍ରକୋପ ସାମାନ୍ୟ ହ୍ରାସ ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ୨ ଦିନ ପରେ ଅର୍ଥାତ ୧୯ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ୧୯ରୁ ବର୍ଷାର ପ୍ରକୋପ […]

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଛତିଶଗଡ଼ ଉପରେ ରହିଛି। ଏହା ପ୍ରଭାରେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେଉଛି। ଲଘୁଚାପର ପ୍ରଭାବ ଧୀରେଧୀରେ ଓଡ଼ିଶା ଉପରେ କମିବା ଯୋଗୁଁ ବର୍ଷାର ପ୍ରକୋପ ସାମାନ୍ୟ ହ୍ରାସ ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ୨ ଦିନ ପରେ ଅର୍ଥାତ ୧୯ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ୧୯ରୁ ବର୍ଷାର ପ୍ରକୋପ ପୁଣିଥରେ ବୃଦ୍ଧି ପାଇବ।

୧୯ରୁ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ବୁଧବାର ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ମୁଖ୍ୟତଃ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ୨୫ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୧୧ ମିମି ବର୍ଷା ହୋଇଛି। ବାକି ଅଞ୍ଚଳଗୁଡ଼ିକରେ ବର୍ଷାର ପରିମାଣ ୧୦ ମିମି ତଳେ ରହିଛି।

About The Author: The Sakala