ଓଡିଶାର ଅନେକ ଅଦିବାସୀ ବହୁଳ ଗ୍ରାମରେ ଲୋକେ କରୋନା ଟିକା ନେବାକୁ ଅମଙ୍ଗ ହେଉଥିବା ଖବର ଏବେ ଚର୍ଚ୍ଚାରେ ରହିଥିବାବେଳେ କିନ୍ତୁ ଏଭଳି ଏକ ଅଖ୍ୟାତ ପଲ୍ଲୀରୁ କରୋନା ସଚେତନତା ନେଇ ଏକ ସୁନ୍ଦର ଖବର ମିଳିଛି । କେନ୍ଦୁଝର ଜିଲ୍ଲାର ପଛୁଆ ଅଞ୍ଚଳ ଭାବେ ପରିଗଣିତ ବାଂଶପାଳ ବ୍ଲକର ଗୋନାସିକା ପଂଚାୟତ ।
ସେଠାରେ ରହିଛି ଉପର ବୈତରଣୀ ନାମକ ଏକ ଗାଁ । ଏହି ଗାଁକୁ ଏଯାବତ୍ କରୋନା ଛୁଇଁପାରିନି। ସ୍ଥାନୀୟ ଲୋକଙ୍କର ସଚେତନତା ଯୋଗୁଁ ଏହା ସମଗ୍ର ହୋଇପାରିଛି । ଏହି ଗାଁର ଜନସ ଖ୍ୟା ପାଖାପାଖୁ ତିନିଶହ ଅଟେ | ଗାଁର ସମସ୍ତ ଅଧିବାସୀ ପ୍ରାୟତା ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର | ବର୍ତମାନ କରୋନାର ସମୟ। ଜିଲ୍ଲାର ଅନେକ ଗାଁକୁ କରୋନା ଛୁଇଁ ସାରିଛି ।
କିନ୍ତୁ ଉପର ବୈତରଣୀ ଗାଁକୁ କରୋନା ପଶିପାରିନଥିବା ସ୍ଥାନୀୟ ଲୋକେ କୁହନ୍ତି । ଏହାପଛରେ କୌଣସି ବୈଜ୍ଞାନିକ ତନ୍ତ୍ର ନାହିଁ । କିନ୍ତୁ ସେମାନେ ଯାହା କରିଦେଖାଇଛନ୍ତି ତାହା ଅଜବ ଲାଗୁଥିଲେ ମଧ୍ୟ ସତ୍ୟରେ ପରିଣତ ହୋଇଛି । ଗାଁର ଲୋକେ କାମଧନ୍ଦା କରି ଓ କେହିକେହି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନର୍ବାହ କରନ୍ତି ।କିନ୍ତୁ କରୋନା ସମୟରେ ଗ୍ରାମବାସୀମାନେ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରୁନାହାନ୍ତି । ଏପରିକି ଗାଁକୁ କେହି ବାହାର ଲୋକ ଆସୁଥିଲେ ପ୍ରଥମେ କଞ୍ଚା ହଳଦୀ ପାଣିରେ ସେମାନଙ୍କର ଗୋଡହାତ ଧୋଇବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ ଗାଁ ପ୍ରଦେଶ ମନା । ଏଥିପାଇଁ ଗାଁର ମହିଳାମାନେ ଗାଁ ମୁଣ୍ଡରେ ସବୁସମୟରେ ହଳଦୀପାଣି ପ୍ରସ୍ତୁତ କରି ରଖିଥାନ୍ତି । ପ୍ରଶାସନ ପକ୍ଷରୁ ବୁଝାସୁଝା କରାଯିବା ପରେ ଗାଁର କିଛିଲୋକ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । କିନ୍ତୁ ଅନ୍ୟମାନେ ଟିକାନେବାକୁ ଅମଙ୍ଗ ହେଉଛନ୍ତି । ଗ୍ରାମବାସୀଙ୍କର ଯୁକ୍ତି ହେଲା ସେମାନଙ୍କୁ କରୋନା ଛୁଇଁବ ନାହିଁ । ଯୁକ୍ତି ଅଜବ ହେଲେ ମଧ୍ୟ ଉପର ବୈତରଣୀ ଗାଁକୁ ବର୍ତମାନ ପର୍ଯ୍ୟନ୍ତ କରୋନା ଛୁଇଁନାହିଁ । ଏହାର ମୁଖ୍ୟ କାରଣ ନିୟମର କଡ଼ାକଡ଼ି ପାଳନ ସହିତ ବାହର ଲୋକଙ୍କୁ ଗାଁରେ ପ୍ରବେଶ ଚଟକଣା ମାସ ପରିଧାନ ଏବଂ କଞ୍ଚା ହଳଦି ପାଣିରେ ହାତରେଳ ଧେଇବା ବୋଲି ଗ୍ରାମବାସୀମାନେ ମତ ଦିଅନ୍ତି ।