ଉତ୍କଳ ବିଶ୍ବବିଦ୍ୟାଳୟ ୨୦୦୭- ୦୯ ବ୍ୟାଚର ବନ୍ଧୁମିଳନ, ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ୨୦୦୭- ୦୯ ବର୍ଷ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ବାଣୀବିହାର ପରିସରରେ ଥିବା ମା’ ତାଳପଦେଶ୍ବରୀ ମନ୍ଦିରରରେ ଅନୁଷ୍ଠିତ ହୋଇଯାଇଛି। ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମେ ମାଆ ତାଳପଦେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମୁଖ୍ୟ ଫାଟକ ନିକଟରେ ଥିବା ମାଆ ସରସ୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା ସହ ବସ୍ତ୍ର ଓ ପୂଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉକ୍ତ ଶିକ୍ଷା ବର୍ଷର ପୁରାତନ ତଥା ପିଏମଆଇଆର ବିଭାଗର ବର୍ତ୍ତମାନ ସହକାରୀ […]


ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ୨୦୦୭- ୦୯ ବର୍ଷ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ବାଣୀବିହାର ପରିସରରେ ଥିବା ମା’ ତାଳପଦେଶ୍ବରୀ ମନ୍ଦିରରରେ ଅନୁଷ୍ଠିତ ହୋଇଯାଇଛି। ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମେ ମାଆ ତାଳପଦେଶ୍ବରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମୁଖ୍ୟ ଫାଟକ ନିକଟରେ ଥିବା ମାଆ ସରସ୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା ସହ ବସ୍ତ୍ର ଓ ପୂଷ୍ପମାଲ୍ୟାର୍ପଣ କରାଯାଇଥିଲା ।

ଏହାପରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉକ୍ତ ଶିକ୍ଷା ବର୍ଷର ପୁରାତନ ତଥା ପିଏମଆଇଆର ବିଭାଗର ବର୍ତ୍ତମାନ ସହକାରୀ ପ୍ରାଧ୍ୟାପକ କାର୍ତ୍ତିକ ଚନ୍ଦ୍ର ଦାସ କ୍ୟାମ୍ପସ ପରିସରରେ ଏକ ବୃକ୍ଷ ଲଗାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହାପରେ ମନ୍ଦିର ପିରସରରେ ଆୟୋଜିତ ସଭାରେ ଦିବଙ୍ଗତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ୨ ମନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ପରେ ବିଭିନ୍ନ ବିଭାଗର ପୁରାତନ ଛାତ୍ରଛାତ୍ରୀ ମାନେ ନିଜର ବକ୍ତବ୍ୟ ମାଧ୍ୟମରେ ପୁରାତନ ସ୍ମୃତିକୁ ମନେପକାଇବା ସବ ଭାବବିହ୍ବଳ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଜ ନିଜର ପରିବାର ସହ ଯୋଗ ଦେଇଥିଲେ। ଆଗାମୀ ଦିନରେ କିଭିଳି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରି ସାମିଲ କରାଯିବ ଏବଂ ସାମାଜିକ ବାର୍ତ୍ତା ସହ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ସେ ଦିଗରେ ଆଲୋଚନା କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ସଙ୍ଗୀତ କାର୍ଯ୍ୟକ୍ରମକୁ ଅଧିକ ମନୋରଞ୍ଜନ ଯୋଗାଇଥିଲା। ଉତ୍ସବକୁ ସଫଳ କରିବାରେ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

About The Author: The Sakala