ରାତି ଅଧିଆ ଡିଲ କରି ମୋ ଟିକେଟ କାଟିଦେଲେ ଅପରାଜିତା ଷଡ଼ଙ୍ଗୀ: ଯୁଗାଂଶୁ ପଣ୍ଡା

ଭୁବନେଶ୍ବର: ରାତି ଅଧିଆ ଡିଲ କରି ମୋ ଟିକେଟ କାଟିଦେଲେ ଅପରାଜିତା ଷଡ଼ଙ୍ଗୀ । ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଭୁବନେଶ୍ବର ଉତ୍ତରରୁ ଟିକେଟ ଆଶାୟୀ ଯୁଗାଂଶୁ ପଣ୍ଡା। ଦୁଇଦିନ ତଳେ ଅପରାଜିତା ଯୁଗାଂଶୁଙ୍କୁ ଟିକେଟ ଦେବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଦୁଇଦିନ ତଳେ ବିଜେପିରେ ସାମିଲ ହୋଇଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ଟିକେଟ ଦେଇଛି ଦଳ। ସାମ୍ବାଦିକ ସମ୍ମିଳନୀ କରି ଅପରାଜିତାଙ୍କ ଉପରେ ବର୍ଷିବା ସହ ଅସନ୍ତୋଷ […]

ଭୁବନେଶ୍ବର: ରାତି ଅଧିଆ ଡିଲ କରି ମୋ ଟିକେଟ କାଟିଦେଲେ ଅପରାଜିତା ଷଡ଼ଙ୍ଗୀ । ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଭୁବନେଶ୍ବର ଉତ୍ତରରୁ ଟିକେଟ ଆଶାୟୀ ଯୁଗାଂଶୁ ପଣ୍ଡା। ଦୁଇଦିନ ତଳେ ଅପରାଜିତା ଯୁଗାଂଶୁଙ୍କୁ ଟିକେଟ ଦେବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଦୁଇଦିନ ତଳେ ବିଜେପିରେ ସାମିଲ ହୋଇଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ଟିକେଟ ଦେଇଛି ଦଳ। ସାମ୍ବାଦିକ ସମ୍ମିଳନୀ କରି ଅପରାଜିତାଙ୍କ ଉପରେ ବର୍ଷିବା ସହ ଅସନ୍ତୋଷ ବଖାଣିଛନ୍ତି ଯୁଗାଂଶୁ । ସେ କହିଛନ୍ତି ସାଂସଦ ଅପରାଜିତାଙ୍କ ପ୍ରତିନିଧି ଭାବେ ସେ ଦୀର୍ଘବର୍ଷ ଧରି କାମ କରିଛନ୍ତି। ପ୍ରାର୍ଥୀ କରିବାକୁ ଅପରାଜିତା ତାଙ୍କୁ ପ୍ରତିଶୃତି ଦେଇଥିଲେ। ଏପରିକି ଗତ ୨୮ ତାରିଖରେ ଟିକେଟ ମିଳିବ ବୋଲି ସେ କହିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅନ୍ଯ ଦଳରୁ ନେତାଙ୍କୁ ଆଣି ରାତିଅଧିଆ ଡିଲ୍ କରି ଟିକେଟ ଦେଇଦେଲେ ବୋଲି ସେ ଅଭିଯୋଗ କରିଛନ୍ତି।

About The Author: The Sakala