ରିଲ୍ସ କରୁ କରୁ ପାଣି ଭିତରକୁ ଖସି ପଡ଼ିଲେ ଦୁଇ ଯୁବତୀ, ଅଳ୍ପକେ ବର୍ତ୍ତିଲା ଜୀବନ

ମାଲକାନଗିରି: ରିଲ୍ସ ନିଶା ଡାକିଆଣିଲା ବିପଦ । ମୃତ୍ୟୁ ମୁଖରୁ ବଞ୍ଚିଲେ ଦୁଇ ଯୁବତୀ । ରିଲ୍ସ କରୁ କରୁ ଅସାବଧାନତା ଯୋଗୁଁ ପାଣି ଭିତରେ ଖସି ପଡ଼ିଲେ ଦୁଇ ଯୁବତୀ। ପାଣିର ପ୍ରଖର ସୁଅରେ ଭାସି ଯାଇଥିଲେ ଦୁଇ ଜଣ। ବଂଚିବା ପାଇଁ ଚିତ୍କାର କରୁଥିଲେ। ପାଖରେ ପରିବାର ଲୋକ ଥିଲେ ବି କେହି କିଛି କରି ପାରୁନଥିଲେ । ତେବେ ଚିତ୍କାର ଶୁଣି ଏମାନଙ୍କ ସହ ଯାଇଥିବା ଦୁଇଜଣ ଡ୍ରାଇଭର ନିଜ ଜୀବନକୁ ବାଜିରେ […]

ମାଲକାନଗିରି: ରିଲ୍ସ ନିଶା ଡାକିଆଣିଲା ବିପଦ । ମୃତ୍ୟୁ ମୁଖରୁ ବଞ୍ଚିଲେ ଦୁଇ ଯୁବତୀ । ରିଲ୍ସ କରୁ କରୁ ଅସାବଧାନତା ଯୋଗୁଁ ପାଣି ଭିତରେ ଖସି ପଡ଼ିଲେ ଦୁଇ ଯୁବତୀ। ପାଣିର ପ୍ରଖର ସୁଅରେ ଭାସି ଯାଇଥିଲେ ଦୁଇ ଜଣ। ବଂଚିବା ପାଇଁ ଚିତ୍କାର କରୁଥିଲେ। ପାଖରେ ପରିବାର ଲୋକ ଥିଲେ ବି କେହି କିଛି କରି ପାରୁନଥିଲେ । ତେବେ ଚିତ୍କାର ଶୁଣି ଏମାନଙ୍କ ସହ ଯାଇଥିବା ଦୁଇଜଣ ଡ୍ରାଇଭର ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ମରଣ ମୁହଁରୁ ଏମାନଙ୍କୁ ଟାଣି ଆଣିଥିଲେ। ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ନିଟକ ଗୁମ୍ମାଝରଣ ଜଳପ୍ରପାତର ।

ଗତକାଲି କୁଡୁମୁଲୁଗୁମ୍ମାର ଏହି ଦୁଇ ଯୁବତୀ ପରିବାର ସହ ପିକନିକ ପାଇଁ ଏଠାକୁ ଆସିଥିଲେ। ତେବେ ସେଠାରେ ବୁଲାବୁଲି କରିବା ବେଳେ ରିଲ୍ସ କରୁଥିଲେ। ସେହି ସମୟରେ ଗୋଡ ଖସି ଯିବାରୁ ପାଣିରେ ପଡ଼ି ଯାଇଥିଲେ । ତେବେ ଗୋବିନ୍ଦପାଲ୍ଲିର ଦୁଇ ଜଣ ଡ୍ରାଇଭର ଜିତୁ ଗୌଡ ଓ ଦୀପକ ଗୌଡ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ଯୁବତୀ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ଗୁମ୍ମାଝରଣ ଜଳପ୍ରପାତ ବୁଲିବାକୁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏଠାରେ ସୁରକ୍ଷା ବାଡ ନଥିବାରୁ ଏମିତି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

About The Author: The Sakala