ଅଧା ରହିଲା ଜଗା ଦର୍ଶନ; ଭଦ୍ରକରୁ ପୁରୀ ଯାଉଥିବା ବେଳେ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍, ୨ ମୃତ

ଯାଜପୁର: ଅଧାରେ ରହିଗଲା ଜଗା ଦର୍ଶନ । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବାବେଳେ ବାଟରେ ଜଗିଥିଲା ଯମ । ଭଦ୍ରକରୁ ପୁରୀ ଯାଉଥିବା ବେଳେ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୨ ଜଣକ ଜୀବନ । ୬ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯାଜପୁର ଜାତୀୟ ରାଜପଥ ପାଣିକୋଇଲି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକ ହେଲେ […]

ଯାଜପୁର: ଅଧାରେ ରହିଗଲା ଜଗା ଦର୍ଶନ । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବାବେଳେ ବାଟରେ ଜଗିଥିଲା ଯମ । ଭଦ୍ରକରୁ ପୁରୀ ଯାଉଥିବା ବେଳେ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୨ ଜଣକ ଜୀବନ । ୬ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯାଜପୁର ଜାତୀୟ ରାଜପଥ ପାଣିକୋଇଲି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକ ହେଲେ ଶିବାନନ୍ଦ ମହାପାତ୍ର ଓ ପୂଜା ସାହୁ ।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ସାହାପଡା ଗାଁ ପାଟଣାସାହିର ୭ ଜଣ ଅଟୋରେ ପୁରୀ ବାହାରିଥିଲେ । ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଛକ ନିକଟରେ ଅଟୋକୁ ଏକ ଦ୍ରୁତଗାମୀ ଟ୍ରକ୍ ପଛରୁ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ୧୨ ବର୍ଷିୟା ଝିଅ ଓ ୭ ବର୍ଷିୟ ପୁଅ ପ୍ରାଣ ହରାଇଛନ୍ତି। ଆଉ ୬ ଜଣ ଆହତ ହୋଇଛନ୍ତି। ଟ୍ରକ୍ ଧକ୍କାରେ ଅଟୋରିକସାଟି ଭାଙ୍ଗି ଚୁରମାର ହୋଇଯାଇଛି। ଆହତମାନଙ୍କୁ ଯାଜପୁର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି।

About The Author: The Sakala