ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍-ବୋଲେରୋ ମୁହମୁହିଁ ଧକ୍କାରେ ଚାଲିଗଲା ଦୁଇ ଜୀବନ । ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ୟାସ କଟରରେ କାଟି ଗାଡ଼ିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। କାରରେ ଥିଲେ ମୋଟ ୭ ଜଣ ଯାତ୍ରୀ। ଚନ୍ଦକା ଅଂଚଳର ଭୋଳାରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା।