ଭୁବନେଶ୍ୱର : ଛତିଶଗଡ଼ର ଦାନ୍ତେୱାଡା ଠାରେ ନକ୍ସଲ ମାନଙ୍କ ଆକ୍ରମଣରେ ଶହୀଦ ହୋଇଥିବା ୧୦ ଜଣ ବୀର ଯବାନ ମାନଙ୍କୁ ଝୁରୁଛି ସାରା ଦେଶ । ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଦିଆଯାଇଛି ଗଭୀର ଶ୍ରଦ୍ଧାଞ୍ଜଳୀ । ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଜନମଙ୍ଗଳ କ୍ୟାମ୍ପରେ ବୀର ଶହୀଦ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ‘ଶହୀଦ ଯବାନ ଅମର ରହେ’ ସ୍ଲୋଗାନ ସହ ବହୁ ସଂଖ୍ୟାରେ ସାଧାରଣ ଲୋକ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ସଭାରେ ସାମିଲ ହୋଇଥିଲେ। ଏହି ଅବସରରେ ଉପସ୍ଥିତ ଥିବା ବୁଦ୍ଧିଜୀବୀ ମାନେ ଏଭଳି ବର୍ବରୋଚିତ ନକ୍ସଲ ଆକ୍ରମଣର ଦୃଢ଼ ନିନ୍ଦା କରିବା ସହ ଆଜି ସମଗ୍ର ଦେଶ ବୀର ଯବାନ ମାନଙ୍କ ସହ ଠିଆ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଜନମଙ୍ଗଳ ପରିଷଦ ପକ୍ଷରୁ ଆୟୋଜିତ ଏହି ‘ଶହୀଦ ଯବାନ ଅମର ରହେ’ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସମାଜସେବୀ ତଥା ସାଧାରଣ ଲୋକ ଉପସ୍ଥିତ ଥିଲେ। ପରିଷଦ ପକ୍ଷରୁ ମନୋରଞ୍ଜନ ପଣ୍ଡା, ସୁକାନ୍ତ ମହାନ୍ତି, ସୀମାଦ୍ରି ଶେଖର ସାହାଣୀ, ବୈଲୋଚନ ସାହୁ, ଜୟପ୍ରଦା ସାମନ୍ତରାୟ, ଦେବୀ ପ୍ରସାଦ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଜନମଙ୍ଗଳ ପରିଷଦ ପକ୍ଷରୁ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ
ଭୁବନେଶ୍ୱର : ଛତିଶଗଡ଼ର ଦାନ୍ତେୱାଡା ଠାରେ ନକ୍ସଲ ମାନଙ୍କ ଆକ୍ରମଣରେ ଶହୀଦ ହୋଇଥିବା ୧୦ ଜଣ ବୀର ଯବାନ ମାନଙ୍କୁ ଝୁରୁଛି ସାରା ଦେଶ । ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଦିଆଯାଇଛି ଗଭୀର ଶ୍ରଦ୍ଧାଞ୍ଜଳୀ । ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଜନମଙ୍ଗଳ କ୍ୟାମ୍ପରେ ବୀର ଶହୀଦ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ […]