ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ୍‌ କଟକଣା ଜାରି, ପାର୍କିଂ ପାଇଁ ୧୨ ସ୍ଥାନ ଚିହ୍ନଟ

ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦେଇଛି କମିସନରେଟ୍‌ ପୁଲିସ। ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନା ଲାଗି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଗାଡ଼ି ରଖିବା ପାଇଁ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଅନୁରୂପ ଭାବେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ମନ୍ଦିରକୁ ପୂରା ସିସିଟିଭିରେ ଛାଉଣୀ ସହ ସିସିଟିଭି ମନିଟରିଂ ଲାଗି କଣ୍ଟ୍ରୋଲ […]

ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦେଇଛି କମିସନରେଟ୍‌ ପୁଲିସ। ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନା ଲାଗି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଗାଡ଼ି ରଖିବା ପାଇଁ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଅନୁରୂପ ଭାବେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ମନ୍ଦିରକୁ ପୂରା ସିସିଟିଭିରେ ଛାଉଣୀ ସହ ସିସିଟିଭି ମନିଟରିଂ ଲାଗି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।

କେଉଁବାଟେ ଯିବେ….

  • ରଥ ରୋଡ୍‌ ଏବଂ ପୁନାମା ଗେଟ୍‌ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଦୁଇ ଓ ଚାରିଚକିଆ ଯାନବାହନ ବଢେ଼ଇବାଙ୍କଠାରୁ ଆଗକୁ ନ ଯାଇ ବି.ଏମ୍‌. ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ। ସେହି ସମୟରେ ରଥ ରୋଡ୍‌ ଦେଇ କୌଣସି ପ୍ରକାରର ଭାରୀଯାନ ଚଳାଚଳ କରିପାରିବେ ନାହିଁ।
  • କେଦାରଗୌରୀ ମନ୍ଦିର ପଟୁ ଓ ସାନିଟାରିୟମ୍‌ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ କୋଟିତୀର୍ଥ ଗଳି ଦେଇ କଚେରି ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ୍‌ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ। ଏଥିନିମନ୍ତେ କୋଟି ତୀର୍ଥ ଗଳିଠାରୁ ସିଦ୍ଧିମଣ୍ଡପ ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ ଚଳାଚଳ ନିମନ୍ତେ ୱାନ୍‌ ୱେ କରାଯାଇଛି।
  • ସାମନ୍ତରାପୁର ଛକ ପଟୁ ଆସୁଥିବା ଯାନବାହନଗୁଡ଼ିକ ଶ୍ରୀରାମ ନଗର ଓ ସବ୍‌ଷ୍ଟେସନ ଛକ ଦେଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାଶ୍ୱର୍ରେ ଏବଂ ତରଙ୍ଗ କ୍ଲବ୍‌ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ।
  • କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ସବ୍‌ଷ୍ଟେସନ୍‌ ଛକ ଦେଇ ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡ଼ି ରଖିପାରିବେ।
  • ତାରା ସୁନ୍ଦରୀ ରାସ୍ତାରେ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ବଢେ଼ଇବାଙ୍କ ଛକ ପରେ ଆଗକୁ ଯିବାକୁ ଦିଆଯିବନାହିଁ। ସେମାନେ ମ୍ୟୁନିସିପାଲିଟି ହସ୍ପିଟାଲ୍‌ କିମ୍ବା ବି.ଏମ୍‌. ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।
  • ରାମକୃଷ୍ଣ ମଠ ଦେଇ ମାଉସୀ ମା’ ଛକ ପଟୁ/କଳ୍ପନା ସାନିଟାରିୟମ୍‌ ଛକ ପର୍ଯ୍ୟନ୍ତ ଯିବାକୁ ଦିଆଯିବ ଏବଂ ଷ୍ଟାଣ୍ଡରେ ପାର୍କିଂ କରିପାରିବେ। ଛକ ପଟୁ ଆସୁଥିବା ସମସ୍ତ ବସ୍‌/ଭାରୀଯାନ/ କାର୍‌ଗୁଡ଼ିକ ସେମାନେ ସାନିଟାରିୟମ୍‌ ଛକ ପାଖରେ ଥିବା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ପାର୍କିଂ କରିପାରିବେ।
  • ଆମନ୍ତ୍ରିତ ଅତିଥି ଓ ସରକାରୀ କର୍ମଚାରୀଙ୍କ ଯାନବାହନ ରଥ ରୋଡ୍‌ରେ ଆସି ବଢେ଼ଇବାଙ୍କ ଛକଠାରୁ ମ୍ୟୁନିସପାଲିଟି ହସ୍ପିଟାଲ୍‌ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥାନକୁ ଯାଇପାରିବେ।

 

କେଉଁଠି କିଏ ପାର୍କିଂ କରିବେ

  • ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସରେ ଚାରିଚକିଆ ଯାନ ପାର୍କିଂ କରିବେ।
  • ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସର ଉତ୍ତର ପାଶ୍ୱର୍ରେ କାର୍‌ ଓ ଚାରିଚକିଆ ପାର୍କିଂ କରିବେ।
  • ସାନିଟାରିୟମ୍‌ ଛକ ପାଖରେ ଥିବା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ଓ କାର୍‌ ପାର୍କିଂ କରିବେ।
  • କୋଟିତୀର୍ଥ ଲେନ୍‌ଠାରୁ କଚେରି ପିଣ୍ଡି ଛକ (ତରଙ୍ଗ କ୍ଲବ୍‌ ପଛପଟ)ରେ ଦୁଇଚକିଆ ଯାନବାହନ ପାର୍କିଂ କରିବେ।
  • ବିଏମ୍‌ସି ହସ୍ପିଟାଲର ଉତ୍ତର ପାଶ୍ୱର୍ରେ ଏବଂ ପାପନାଶିନୀ ପୋଖରୀ ପାଖ ଓ ବିଏମ୍‌ସି ହାଇସ୍କୁଲ ଉତ୍ତର ପାଶ୍ୱର୍ରେ ସରକାରୀ ଯାନବାହନ ପାର୍କିଂ କରିବେ।
  • ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଗେଟ୍‌ ସାମ୍‌ନା ପଟେ ଭିଆଇପି ପାର୍କିଂ କରିବେ।
  • ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାରି ଓ ଦୁଇଚକିଆ ଯାନ ପାର୍କିଂ କରିବେ।
  • ଲିଙ୍ଗରାଜ ହାଟର ସାମ୍‌ନା ପାର୍ଶ୍ବ ଓବିଭ୍ୟାନ୍‌ ଓ ପଶ୍ଚିମପଟେ ମିଡିଆର ଦୁଇ ଓ ଚାରି ଚକିଆ ଯାନ ପାର୍କିଂ କରିବେ।
  • ଲିଙ୍ଗରାଜ ମନ୍ଦିର ଦକ୍ଷିଣ ପଟେ ଡ୍ୟୁଟି ନିମନ୍ତେ ନିୟୋଜିତ ସରକାରୀ ଯାନ ପାର୍କିଂ ଓ ଦକ୍ଷିଣ-ପୂର୍ବ କୋଣରେ ସେବାୟତ ଓ କଳାକାରମାନେ ପାର୍କିଂ କରିବେ।

About The Author: The Sakala