ହକି ବିଶ୍ୱକପ ପାଇଁ ଟ୍ରାଫିକ ପରିଚାଳନା: ଟ୍ରାଫିକ ଦାୟିତ୍ବରେ ରହିବ ୨୦ ପ୍ଲାଟୁନ ଫୋର୍ସ, ଆମ୍ବୁଲାନ୍ସ ପାଇଁ ରହିବ ଗ୍ରୀନ କରିଡର ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତା ହକି ବିଶ୍ୱକପ ପାଇଁ ଟ୍ରାଫିକ ବ୍ୟବସ୍ଥା କିଭଳି ରହିବ ସେ ନେଇ ଆଲୋଚନା କରାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ୫ ଜଣ ଡ଼ିଏସପିଙ୍କ ଅଧୀନରେ ୧୮ ଏସ୍ ଆଇ, ୧୫ ଜଣ ଏଏସଆଇ ନିୟୋଜିତ ରହିବେ। ୫ ଜଣ ଡ଼ିଏସପିଙ୍କୁ ବିଭିନ୍ନ ଏରିଆରେ ନିୟୋଜିତ କରାଯିବ। ବର୍ତ୍ତମାନ ସେମାନେ ବିଏମସି ଏଭିକ୍ସନ ଟିମ ଟ୍ରାଫିକ ସହିତ ରହିଛନ୍ତି। କୌଣସି ସ୍ଥାନରେ ବେଆଇନ ପାର୍କିଂ, ବେଆଇନ ଭେଣ୍ଡିଂ, ଟ୍ରାଫିକ ସମସ୍ୟା ନଉପୁଜିବ ସେ ନେଇ […]

ଭୁବନେଶ୍ବର: ଆସନ୍ତା ହକି ବିଶ୍ୱକପ ପାଇଁ ଟ୍ରାଫିକ ବ୍ୟବସ୍ଥା କିଭଳି ରହିବ ସେ ନେଇ ଆଲୋଚନା କରାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ୫ ଜଣ ଡ଼ିଏସପିଙ୍କ ଅଧୀନରେ ୧୮ ଏସ୍ ଆଇ, ୧୫ ଜଣ ଏଏସଆଇ ନିୟୋଜିତ ରହିବେ। ୫ ଜଣ ଡ଼ିଏସପିଙ୍କୁ ବିଭିନ୍ନ ଏରିଆରେ ନିୟୋଜିତ କରାଯିବ। ବର୍ତ୍ତମାନ ସେମାନେ ବିଏମସି ଏଭିକ୍ସନ ଟିମ ଟ୍ରାଫିକ ସହିତ ରହିଛନ୍ତି। କୌଣସି ସ୍ଥାନରେ ବେଆଇନ ପାର୍କିଂ, ବେଆଇନ ଭେଣ୍ଡିଂ, ଟ୍ରାଫିକ ସମସ୍ୟା ନଉପୁଜିବ ସେ ନେଇ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ପାଇଁ ଏକ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି।

ଗୋଟିଏ ମିଡିଆ ସେଲର ମଧ୍ୟ ବ୍ୟବସ୍ଥା ହୋଇଛି। କୌଣସି ସ୍ଥାନରେ ଅସୁବିଧା ହେଲେ ନିକଟସ୍ଥ ଥାନାକୁ ଯୋଗାଯୋଗ କରାଯାଉଛି।  ଟୋଇଁ ଭେହିକିଲ ସହାୟତାରେ ରାସ୍ତାରୁ ଜବରଦଖଲ ହଟୁଛି। ଟ୍ରାଫିକ ୨ରେ ମଧ୍ୟ ୪ଟି ଏନଫୋର୍ସମେଣ୍ଟ ଟିମ ରହିଛି । ମୋଟ ଉପରେ ୨୦ ପ୍ଲାଟୁନ ଫୋର୍ସ କେବଳ ଟ୍ରାଫିକ ଦାୟିତ୍ଵ ରେ ରହିବେ। ସୋସିଆଲ ମିଡିଆ ଜରିଆରେ ମଧ୍ୟ ଲୋକେ ନିଜ ଅସୁବିଧା ଜଣାଇ ପାରିବେ। ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯିବ। ପ୍ରତି ଟିମକୁ ପାଇଲଟ ପ୍ରୋଟେକ୍ସନ ଦିଆଯିବ। ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଖେଳାଳି ଯିବାବେଳେ ସମସ୍ତ ଟ୍ରାଫିକ ବ୍ୟବସ୍ଥାର ଅନୁଶୀଳନ କରାଯାଇଛି । ଆଡ଼ିସିନାଲ ସିପି ଟ୍ରାଫିକ ମ୍ୟାନେଜମେଣ୍ଟର ଦାୟିତ୍ୱ ନେଇଛନ୍ତି। ବିଶ୍ୱକପ ପୂର୍ବରୁ ୭ ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ଲୋକଙ୍କ ଯିବା ଆସିବା ପାଇଁ ସମସ୍ୟା ଉପୁଜିବ ନାହିଁ, କାରଣ ଯାହା ସମସ୍ୟା ଥିବ ପୂର୍ବରୁ ପବ୍ଲିକ ନୋଟିସ ଓ ସୋସିଆଲ ମିଡିଆ ସହାୟତାରେ ଏ ସମ୍ପର୍କରେ ଜଣାଯିବ ବୋଲି ଟ୍ରାଫିକ ଡିସିପି ଠାକୁର ପାତ୍ର ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ଉମାଶଙ୍କର ଦାସ, ଏସିପି ସ୍ୱସ୍ତିକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

About The Author: The Sakala