ଆସନ୍ତାକାଲି ‘ସମଲେଇ ପ୍ରକଳ୍ପ’ର ହେବ ଶୁଭ ଲୋକାର୍ପଣ

ଚିରସ୍ରୋତସ୍ୱିନୀ ମହାନଦୀ ତଟରେ ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ସମ୍ବଲପୁର ସହର। ଶତାଧିକ ମନ୍ଦିରର ଅବସ୍ଥିତି ପାଇଁ ଏହି ସହରଟି ମନ୍ଦିରମାଳିନୀ ଏବଂ ହୀରା ବ୍ୟବସାୟୀ ପାଇଁ ପୂର୍ବଖ୍ୟାତ ହୀରକନଗରୀ ରୂୂପେ ମଧ୍ୟ ପରିଚିତ। ବିଶେଷକରି ସୁବିସ୍ତୃତ ନଦୀକୂଳରେ ବହୁ ଦେବାଦେବୀ ମନ୍ଦିର, ରାଜପ୍ରାସାଦ, ଗମ୍ବୁଜ ଏବଂ ପୂର୍ବତନ ଗଡ଼ଜାତ ରାଜା ଜମିଦାରଙ୍କ କୋଠା ଦୃଷ୍ଟିଗୋଚର ହୁଏ, ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ ସମ୍ବଲପୁର ସହରରେ। ଶ୍ରୀମନ୍ଦିର ପରିସରରେ ମା’ ସମଲେଶ୍ୱରୀ ପୂଜିତା […]

ଚିରସ୍ରୋତସ୍ୱିନୀ ମହାନଦୀ ତଟରେ ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ସମ୍ବଲପୁର ସହର। ଶତାଧିକ ମନ୍ଦିରର ଅବସ୍ଥିତି ପାଇଁ ଏହି ସହରଟି ମନ୍ଦିରମାଳିନୀ ଏବଂ ହୀରା ବ୍ୟବସାୟୀ ପାଇଁ ପୂର୍ବଖ୍ୟାତ ହୀରକନଗରୀ ରୂୂପେ ମଧ୍ୟ ପରିଚିତ। ବିଶେଷକରି ସୁବିସ୍ତୃତ ନଦୀକୂଳରେ ବହୁ ଦେବାଦେବୀ ମନ୍ଦିର, ରାଜପ୍ରାସାଦ, ଗମ୍ବୁଜ ଏବଂ ପୂର୍ବତନ ଗଡ଼ଜାତ ରାଜା ଜମିଦାରଙ୍କ କୋଠା ଦୃଷ୍ଟିଗୋଚର ହୁଏ, ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ ସମ୍ବଲପୁର ସହରରେ।

ଶ୍ରୀମନ୍ଦିର ପରିସରରେ ମା’ ସମଲେଶ୍ୱରୀ ପୂଜିତା

ଚିରସ୍ରୋତସ୍ୱିନୀ ମହାନଦୀ ତଟରେ ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ସମ୍ବଲପୁର ସହର। ଶତାଧିକ ମନ୍ଦିରର ଅବସ୍ଥିତି ପାଇଁ ଏହି ସହରଟି ମନ୍ଦିରମାଳିନୀ ଏବଂ ହୀରା ବ୍ୟବସାୟୀ ପାଇଁ ପୂର୍ବଖ୍ୟାତ ହୀରକନଗରୀ ରୂୂପେ ମଧ୍ୟ ପରିଚିତ। ବିଶେଷକରି ସୁବିସ୍ତୃତ ନଦୀକୂଳରେ ବହୁ ଦେବାଦେବୀ ମନ୍ଦିର, ରାଜପ୍ରାସାଦ, ଗମ୍ବୁଜ ଏବଂ ପୂର୍ବତନ ଗଡ଼ଜାତ ରାଜା ଜମିଦାରଙ୍କ କୋଠା ଦୃଷ୍ଟିଗୋଚର ହୁଏ, ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ ସମ୍ବଲପୁର ସହରରେ। କିମ୍ବଦନ୍ତୀ କହେ, ପାଟଣାର ରାଜା ନରସିଂହ ଦେବଙ୍କ ସାନଭାଇ ବଳରାମ ଦେବଙ୍କୁ ଦେବୀ ନିଜେ ସ୍ୱପ୍ନାଦେଶ କରିଥିଲେ। ଦେବୀଙ୍କ ନିର୍ଦ୍ଦେଶ ଅନୁସାରେ, ମହାନଦୀର ପୂର୍ବତଟରେ ଥିବା ଶିମୁଳି ବୃକ୍ଷ ମୂଳରେ ମାଆଙ୍କୁ ପ୍ରତିଷ୍ଠା କରିଥିଲେ ରାଜା ବଳରାମ ଦେବ। ଶିମୁଳିକୁ ସମ୍ବଲପୁର ଅଳଞ୍ଚରେ ସେମେଲ କୁହାଯାଉଥିବା ହେତୁ ଦେବୀଙ୍କୁ ‘ସମଲେଇ’ ବା ‘ସମଲାଇ’ କୁହାଯାଉଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ସମୟରେ ଦେବୀ ସମଲେଶ୍ୱରୀ ଭାବେ ସମଗ୍ର ରାଜ୍ୟରେ ଖ୍ୟାତ। ତେବେ ଦେବୀଙ୍କୁ କେହି କେହି ସିଂହବାହିନୀ, ସୋମଲାଇ, ସୋମଲେଶ୍ୱରୀ ଆଦି ନାଁରେ ପୂଜା କରିଥାନ୍ତି। ଚୌହାଣ ରାଜମାନେ ଦେବୀ ସମଲେଶ୍ୱରୀଙ୍କୁ ତାଙ୍କ ଇଷ୍ଟଦେବୀ ଭାବେ ପୂଜା କରୁଥିବା ଜଣାଯାଏ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ କ୍ଷତ୍ରିୟ ପୂଜକମାନେ ଭୁବନେଶ୍ୱରୀ ମନ୍ତ୍ରରେ ପୂଜାର୍ଚ୍ଚନା କରିଥାନ୍ତି। ମାଆଙ୍କ ଗମ୍ଭୀରା ମଧ୍ୟରେ ଚଣ୍ଡୀ, ଚାମୁଣ୍ଡା, ଭୁବନେଶ୍ୱରୀ, ଛତ୍ର ବାଉତି, ବେଢ଼ା କାନ୍ଥରେ ଦଶ ମହାବିଦ୍ୟା -ଉଗ୍ରତାରା, ଦୁର୍ଗା, ମଙ୍ଗଳା, ଜ୍ୱାଳାମୁଖୀ, ବନଦୁର୍ଗା, ବରାହୀ, ଛିନ୍ନମସ୍ତା, ମାତଙ୍ଗୀ, ରାମଚଣ୍ଡୀ ଓ ମାଆ କାଳୀ ପ୍ରମୁଖ ପୂଜିତ। ପୃଷ୍ଠ ଭାଗରେ ମନ୍ଦିର ପରିକ୍ରମାରେ ଦୁଇ କୋଣରେ ହନୁମାନ ଓ ଘାସିନୀ ଏବଂ ସମ୍ମୁଖ କୋଣରେ ବଞ୍ଜାରି ପୂଜା ପାଉଛନ୍ତି। ମାଆ ସମଲାଇଙ୍କ ମୁଖ୍ୟ ପାର୍ବଣ ମଧ୍ୟରେ ନୂଆଁଖାଇ, ମହାଳୟା ଓ ଶାରଦୀୟ ଦୁର୍ଗା ପୂଜା ମୁଖ୍ୟ। ତେବେ ଦୁର୍ଗାପୂଜାର ବିଶେଷତ୍ୱ ଟିକିଏ ଅଲଗା। ମହାଳୟା ଦିନ ଦେବୀଙ୍କ ଧବଳମୁଖୀ ବା ଗଙ୍ଗାଦର୍ଶନ ବେଶ ହୋଇଥାଏ। କେବଳ ଆଶ୍ୱିନ ମାସରେ ସମଲେଶ୍ୱରୀଙ୍କୁ ୧୧ଟି ବେଶ କରାଯାଇଥାଏ। ବାସନ୍ତୀକ ଦଶହରା ଅବସରରେ ନବରାତ୍ର ପୂଜା ବେଳେ ସମଲେଶ୍ୱରୀ ବଡ଼ସିଂହାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ପୁରୀ ଶ୍ରୀମନ୍ଦିର ପରିସରରେ ନବଗ୍ରହ ମନ୍ଦିର ପାର୍ଶ୍ବରେ ମାଆ ସମଲେଶ୍ୱରୀ ପୂଜିତା ।

ମହାନଦୀରେ ନିର୍ମାଣ ହେବ ରିଭର ଭିୟୁ ପଏଣ୍ଟ

ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ପାଖ ମହାନଦୀରେ ରିଭର୍‌ ଭିୟୁ ପଏଣ୍ଟ ନିର୍ମାଣ ପ୍ରସ୍ତାବକୁ ଜଳସମ୍ପଦ ବିଭାଗ ମଞ୍ଜୁର କରିଛି। ଏହା ମନ୍ଦିର ପାରିପାର୍ଶ୍ୱିକ ବିକାଶ ପାଇଁ ପରିକଳ୍ପିତ ସମଲେଶ୍ୱରୀ ଟେମ୍ପୁଲ ଏରିଆ ମ୍ୟାନେଜମେଣ୍ଟ ଓ ଲୋକାଲ ଇକୋନୋମିକ୍‌ ଇନିସିଏଟିଭ୍‌ ସମଲେଇ ଯୋଜନାର ଅଂଶ ଭାବେ ନିର୍ମାଣ କରାଯାଇଛି। ରାଜ୍ୟ ସରକାର ସମଲେଇ ଯୋଜନା ପାଇଁ ଦୁଇଟି ପର୍ଯ୍ୟାୟରେ ୪ଶହ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ପୁରାତନ ଶକ୍ତିପୀଠର ଦର୍ଶନ ପାଇଁ ପ୍ରତିବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। ପ୍ରସ୍ତାବିତ ରିଭର ଭିୟୁ ପଏଣ୍ଟ ଡେଭଲପ୍‌ମେଣ୍ଟ ପ୍ରକଳ୍ପ ୨୨ ଏକର ଜମିରେ କାର୍ଯ୍ୟକାରୀ ହୋଇଛି। ଏଥିରେ ଆର୍ଦ୍ର ଭୂମି ଉନ୍ନୟନ, ବର୍ଜ୍ୟ ଜଳ ପ୍ରକ୍ରିୟାକରଣ, ସୌନ୍ଦର୍ଯ୍ୟକରଣ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା ବିକଶିତ କରାଯାଇଛି। ଏହା ସହିତ ଏକ ଫୁଟ୍‌ ପାର୍କ, ପ୍ରତ୍ନତତ୍ତ୍ବପାର୍କ, ମୁକ୍ତାକାଶ ରଙ୍ଗମଞ୍ଚ, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ବିକ୍ରୟ ସୁବିଧା କରାଯାଇଛି। ପ୍ରକଳ୍ପକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ କାର୍ଯ୍ୟକାରୀ କରିଛି। ମହାନଦୀ ଜଳସ୍ରୋତକୁ ପ୍ରଭାବିତ ନ କରି ରିଭର ଭିୟୁ ପଏଣ୍ଟ ଡେଭ୍‌ଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସେହିଭଳି ସମଲେଇ ଯୋଜନାରେ ମନ୍ଦିର ପାରିପାର୍ଶ୍ୱିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୧୨ ଏକର ଜମି ଉପଯୋଗ କରାଯାଇଛି। ନଦୀକୂଳରେ ହେରିଟେଜ୍‌ କରିଡର ସହିତ ସାନ୍ଧ୍ୟ ଆଳତି ପାଇଁ ପ୍ଲାଟଫର୍ମ ରହିଛି। ମନ୍ଦିରରୁ ମହାନଦୀ ପର୍ଯ୍ୟନ୍ତ ଏବଂ ରେଲୱେ ଷ୍ଟେସନ୍‌ ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ନିର୍ମାଣ କରାଯାଇଛି।

୪୪ ଏକରର ଭବ୍ୟ ମନ୍ଦିର ପରିସର

ସମଲେଇ ପ୍ରକଳ୍ପର ପ୍ରାଥମିକ ଦିଗ ମଧ୍ୟରୁ ପ୍ରଥମଟି ହେଉଛି, ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ। ଏକ ସମୟରେ କେବଳ ୪ ଏକର ପରିସରରେ ରହିଥିଲା ମା’ଙ୍କ ମନ୍ଦିର। ‘୫-ଟି’ ରୂପାନ୍ତରଣ ପରେ ଆଜି ପ୍ରାୟ ୪୪ଏକରର ପରିବ୍ୟାପ୍ତ ଅଞ୍ଚଳରେ ଝଲସୁଛି ମାତା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର। ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ ହୋଇଛି। ଏହା ମନ୍ଦିର ପରିସରକୁ ପ୍ରାକୃତିକ ଭାବରେ ସୁନ୍ଦର କରିପାରିଛି। ପ୍ରତ୍ୟେକଟି ନୂତନ ନିର୍ମାଣ ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ ହୋଇଛି। ଏହି ପଥର ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ଭାବେ ବିଭିନ୍ନ କାରୁକାର୍ଯ୍ୟରେ ଶୋଭା ପାଉଛି। ପଶ୍ଚିମ ଓଡ଼ିଶାର ସମ୍ୱଲପୁରୀ କଳାକୃତିକୁ ମନ୍ଦିର ପରିସରରେ ବିଶେଷ ରୂପେ ଧ୍ୟାନ ଦିଆଯାଇଛି। ଏହି ପରିସରରେ ହୋଇଥିବା ପ୍ରତିଟି ନିର୍ମାଣରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଭବ୍ୟ ରୂପାନ୍ତରଣରେ ନିର୍ମିତ ହୋଇଥିବା ପ୍ରବେଶ ଦ୍ୱାର, ମନ୍ଦିର କାର୍ଯ୍ୟାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍‌, ଜୋତା ଷ୍ଟାଣ୍ଡ ଆଦିକୁ ମନ୍ଦିର ନିର୍ମାଣ ଶୈଳୀ ସହ ସମାନ୍ତରାଳ ଭାବେ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି।

ପର୍ଯ୍ୟଟନ ଓ ଅର୍ଥନୀତି ବଢ଼ିବ

ସମଲେଇ ପ୍ରକଳ୍ପ ମାଧ୍ୟମରେ ସମ୍ୱଲପୁର ତଥା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଠାରେ ନିର୍ମାଣ ହୋଇଥିବା ଭେଣ୍ଡିଙ୍ଗ ଜୋନ୍‌ରେ ମୋଟ ୮୨ଟି ଦୋକାନ ଗୃହର ନିର୍ମାଣ ହୋଇଛି। ତନ୍ମଧ୍ୟରୁ ୧୪ଟି ଦୋକାନ ଗୃହ ମନ୍ଦିରର ପୂଜକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

ସମ୍ୱଲପୁରୀ ବାନ୍ଧକଳାର ଲାଇଭ୍‌ ଡେମୋନ୍‌ଷ୍ଟ୍ରେସନ୍‌

କ୍ୟାଫେଟେରିଆ ପରିଚାଳନା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ନାରୀ ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରାଯାଇଛି। ସମ୍ୱଲପୁରୀ ବାନ୍ଧକଳାକୁ ଏଠାରେ ଅଗ୍ରାଧିକାର ଦିଆଯାଇଛି। ଦେଶବିଦେଶରୁ ଆସୁଥିବା ମା’ଙ୍କ ଭକ୍ତମାନେ ସମ୍ୱଲପୁରୀ ବାନ୍ଧକଳାର ସ୍ୱତନ୍ତ୍ର ସଂସ୍କରଣର ସାମଗ୍ରୀ ପାଇପାରିବେ। ଏହାଦ୍ୱାରା ସାରା ବିଶ୍ୱରେ ସମ୍ୱଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ। ଏଠାରେ ମଧ୍ୟ ସମ୍ୱଲପୁରୀ ବାନ୍ଧକଳାର ଲାଇଭ ଡେମୋନଷ୍ଟ୍ରେସନ୍‌ର ବ୍ୟବସ୍ଥା କରାଯାଇଛି।

ସ୍ଥାନୀୟ ଅଧିବାସୀଙ୍କ ପାଇଁ ଆର୍ଥିକ ବିକାଶର ସୁଯୋଗ

ସମଲେଇ ପ୍ରକଳ୍ପର ଅନ୍ୟତମ ଗୁରୁତ୍ୱପୂର୍ଣ ଦିଗ ହେଉଛି ମନ୍ଦିର ଚତୁଃପାର୍ଶ୍ୱରେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଅଧିବାସୀଙ୍କ ଆର୍ଥିକ ବିକାଶ ଲାଗି ସୁଯୋଗ ସୃଷ୍ଟି କରିବା। ଏହି ସମଲେଇ ପ୍ରକଳ୍ପର ଲୋକାର୍ପଣ ପରେ ଦେଶର କୋଣଅନୁକୋଣରୁ ମା’ଙ୍କ ଭକ୍ତଙ୍କ ସମାଗମ ହେବ। ଏଥିରୁ ସମ୍ୱଲପୁରର ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ଲାଭାନ୍ୱିତ ହୋଇପାରିବ। ସ୍ଥାନୀୟ ଅଧିବାସୀଙ୍କ ପାଇଁ ଆର୍ଥିକ ବିକାଶର ବହୁତ ସୁଯୋଗ ସୃଷ୍ଟି ହେବ। ଏହା ସମଗ୍ର ଅଞ୍ଚଳର ବିକାଶ ଲାଗି ବାଟ ଫିଟାଇବ।

‘୫-ଟି’ ମନ୍ତ୍ରର ଅନନ୍ୟ ଉଦାହରଣ

ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ଭବ୍ୟ ଓ ବିଶାଳ ରୂପାନ୍ତରଣ ‘୫-ଟି’ ମନ୍ତ୍ରର ସଫଳତାର ଅନନ୍ୟ ଉଦାହରଣ। ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ମା’ ସମଲେଇଙ୍କ ପ୍ରତି ଭକ୍ତି , ସମର୍ପଣ ଓ ଶ୍ରଦ୍ଧା ରହି ଆସିଛି। ସେ ଲଗାତାର ଭାବେ ଏହି ସମଲେଇ ପ୍ରକଳ୍ପର ମନିଟରିଂ କରି ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱପ୍ନର ପ୍ରକଳ୍ପକୁ ବାସ୍ତବିକତାର ରୂପ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମା’ ସମଲେଇଙ୍କ ପ୍ରତି ଥିବା ଅଗାଢ଼ ଭକ୍ତି ଓ ପଶ୍ଚିମ ଓଡ଼ିଶା ପ୍ରତି ଥିବା ଅଶେଷ ସ୍ନେହ ଓ ଶ୍ରଦ୍ଧା ଏବଂ ସମୃଦ୍ଧିର ସେନାପତି କାର୍ତ୍ତିକ ପାଣ୍ଡିଆନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ହିଁ ଏହି ପ୍ରକଳ୍ପ ସମ୍ଭବ ହୋଇପାରିଛି ବୋଲି ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି।

ଦିବ୍ୟ ଅନୁଭବ ପ୍ରାପ୍ତିକୁ ଗୁରୁତ୍ବ

ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିଲେ ଯେଉଁଭଳି ଭାବେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପ୍ରାପ୍ତ କରିପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଯେଉଁଭଳି ଭାବେ ଭକ୍ତମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଧାଡ଼ିରେ ଛିଡ଼ା ହେବା ପାଇଁ ଉପଯୁକ୍ତ ଛାୟାଯୁକ୍ତ ସ୍ଥାନ, ଧାଡ଼ି ପାଇଁ ଉପଯୁକ୍ତ ରେଲିଂ, ଜୋତା ଷ୍ଟାଣ୍ଡ, ପାନୀୟ ଜଳ, ଶୌଚାଳୟ, ପାର୍କିଂ ସ୍ଥଳ ଆଦିର ନିର୍ମାଣ ହୋଇଛି। ମନ୍ଦିର ନିକଟରେ ରହିଥିବା ପୋଖରୀର ଜୀର୍ଣ୍ଣୋଧାର କରାଯାଇ ମା’ଙ୍କ ଭକ୍ତିର ଛାପ ଦିଆଯାଇଛି। ନିର୍ମିତ ହୋଇଥିବା ୱାଚ୍‌ ଟାୱାର୍‌ରୁ ଭକ୍ତ ଶ୍ରଦ୍ଧାଳୁମାନେ ଏହି ସମସ୍ତ ଅଭିନବ ଦୃଶ୍ୟକୁ ଉପଭୋଗ କରିପାରିବେ। ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କିଂ ସ୍ଥଳରୁ ମା’ଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନର ବ୍ୟବସ୍ଥା କରାଯାଇଛି। ମା’ଙ୍କର ନବରାତ୍ର ପୂଜା, ଅଖଣ୍ଡ ଦୀପ ସମ୍ପାଦନ ଓ ସ୍ୱତନ୍ତ୍ର ଶ୍ରେଣୀୟ ପର୍ବ ପାଇଁ ଧ୍ୟାନ ଦିଆଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ମହାନଦୀ ଆରତି ମାଧ୍ୟମରେ ପ୍ରକୃତି ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟର ନିର୍ଦ୍ଦେଶ ପାଇଁ ସ୍ୱତନ୍ତ୍ର ମହାନଦୀ ଆରତି ଘାଟ ନିର୍ମାଣ କରାଯାଇଛି।

ରୂପାନ୍ତରଣର ଶ୍ରେଷ୍ଠ ପ୍ରତୀକ: ସମଲେଇ ପ୍ରକଳ୍ପ
ଜଗଜ୍ଜନନୀ ଶ୍ରଦ୍ଧାସ୍ୱରୂପିଣୀ ପରମ ଆରାଧ୍ୟା ମା’ ସମଲେଶ୍ୱରୀ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଦେବୀ ଆରାଧନାର ସାଂସ୍କୃତିକ ଓ ଆଧ୍ୟତ୍ମିକ ଚେତନାର କେନ୍ଦ୍ରବିନ୍ଦୁ। ସମ୍ୱଲପୁରସ୍ଥିତ ମାତା ସମଲେଶ୍ୱରୀଙ୍କ ଐତିହାସିକ ମନ୍ଦିରର ରୂପାନ୍ତରଣ ସେହି ଚେତନାର ଏକ ପ୍ରତିଫଳନ। ପଶ୍ଚିମ ଓଡ଼ିଶାବାସୀଙ୍କ ସେହି ଭାବନାକୁ ସାଦର ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେହି ଐତିହାସିକ ନିଷ୍ପତ୍ତି କ୍ରମେ ୨୦୨୧ରୁ ଆରମ୍ଭ ହୋଇଥିବା ସମଲେଇ ପ୍ରକଳ୍ପ ଯାହା ଏବେ ଲୋକାର୍ପଣ ଅପେକ୍ଷାରେ। ମା’ଙ୍କ ପ୍ରତି ଭକ୍ତି ଓ ତାଙ୍କ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ୫-ଟି ରୂପାନ୍ତରଣ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିବା ସମଲେଇ ପ୍ରକଳ୍ପରେ ଭକ୍ତମାନଙ୍କର ଅବଶ୍ୟକତା ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରକଳ୍ପ ଆରମ୍ଭରୁ ହିଁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଲଗାତାର ଭାବେ ଏଠାକୁ ଗସ୍ତ କରି ରୂପାନ୍ତରଣ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରାଇ ଆସିଛନ୍ତି।

About The Author: The Sakala