ଉତ୍କଳ ଦିବସରୁ ଦୁବାଇ ବିମାନ ଯାତ୍ରା ପାଇଁ ଟିକେଟ୍ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ମେ ୧୫ରେ ଭୁବନେଶ୍ବରରୁ ଉଡିବ ପ୍ରଥମ ବିମାନ

ଭୁବନେଶ୍ବର : ସଫଳ ହେବ ରାଜ୍ୟ ସରକାରଙ୍କ ଆଉ ଏକ ସ୍ବପ୍ନ। ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଭୁବନେଶ୍ବରରୁ ସିଧାସଳଖ ଆରମ୍ଭ ହେବ ଦୁବାଇକୁ ବିମାନ ଉଡ଼ାଣ। ଆସନ୍ତାକାଲି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ଉଡିବାକୁ ଥିବା ବିମାନ ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରିବେ। ମେ ୧୫ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ […]

ଭୁବନେଶ୍ବର : ସଫଳ ହେବ ରାଜ୍ୟ ସରକାରଙ୍କ ଆଉ ଏକ ସ୍ବପ୍ନ। ବିମାନ ଚଳାଚଳ ଇତିହାସରେ ଓଡ଼ିଶା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଭୁବନେଶ୍ବରରୁ ସିଧାସଳଖ ଆରମ୍ଭ ହେବ ଦୁବାଇକୁ ବିମାନ ଉଡ଼ାଣ। ଆସନ୍ତାକାଲି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ଉଡିବାକୁ ଥିବା ବିମାନ ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରିବେ। ମେ ୧୫ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡାଣ ଭରିବାକୁ ଥିବା ବେଳେ କାଲିଠୁ ଏଥିପାଇଁ ଟିକେଟ ବୁକିଂ ଆରମ୍ଭ କରାଯିବ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ପୁନଃ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଖୁବ୍‌ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବା ସହ ଚଳିତ ବର୍ଷ ମେ ୧୫ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡାଣ ଭରିବ। ଏହା ପରେ ପରେ ସିଙ୍ଗାପୁର ଓ ବ୍ୟାଙ୍ଗକକ୍‌‌କୁ ମଧ୍ୟ ଇଣ୍ଡିଗୋ ବିମାନ ସିଧାସଳକଖ ଉଡ଼ାଣ ଆରମ୍ଭ ହେବ ବୋଲି କୁହାଯାଇଛି।

View this post on Instagram

A post shared by VK Pandian (@vkpandian.odisha)


ବିଭିନ୍ନ ଦୃଷ୍ଟିକୋଣରୁ ରାଜ୍ୟର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଯଥେଷ୍ଟ ଆବଶ୍ୟକତା ରହିଥିଲା। ଅପରପକ୍ଷେ ଦୁବାଇ ଗସ୍ତ ସମୟରେ ସେଠାକାର ପ୍ରବାସୀ ଓଡ଼ିଆ ସଂଗଠନଙ୍କ ଅନୁରୋଧ ରକ୍ଷା କରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟ ସରକାର ଦୁବାଇ, ବ୍ୟାଙ୍ଗକକ୍‌‌ ଏବଂ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଇବା ପାଇଁ ଟେଣ୍ଡର ଜରିଆରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ୱ ଦେଇଛନ୍ତି। ଗତ ଡିସେମ୍ବର ୨୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌‌ ଏହି ନିଷ୍ପତ୍ତି ଉପରେ ମୋହର ମାରିଥିଲା।

ତେବେ କୋଭିଡ୍‌‌ ପରଠାରୁ ଅନ୍ତର୍ଜାତୀୟ ବିମାନ ପାଇଁ ବ୍ୟବହାର ହେଉଥିବା ଟର୍ମିନାଲ-୨ ବନ୍ଦ ହୋଇ ରହିଥିଲା। କିଛି ମାସ ତଳେ ସ୍ଥାନୀୟ ଏଏଆଇ କର୍ତ୍ତୃପକ୍ଷ ଟର୍ମିନାଲ-୨ର ପୁନଃ ନିର୍ମାଣ କାମ ଆରମ୍ଭ କରିଥିଲେ। ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ମେ ୧୫ ତାରିଖରୁ ଦୁବାଇକୁ ବିମାନ ଉଢ଼ାଣ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଏୟାରଲାଇନ୍ସ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ଡିଜିସିଏକୁ ସ୍ଲଟ୍‌‌ ମାଗିଥିବା ବେଳେ ତାହା ମିଳି ସାରିଛି। କାଲିଠୁ ଏଥି ପାଇଁ ଅନ୍‌ଲାଇନ୍‌ ଟିକେଟ୍ ବୁକିଂ ଆରମ୍ଭହେବ।

ସୂଚନାଯୋଗ୍ୟ ଯେ, ପ୍ରଥମଥର ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମରେ ତିନିଟି ଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯାଉଛନ୍ତି। ପର୍ଯ୍ୟାୟକ୍ରମେ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍‌‌କୁ ଯଥାକ୍ରମେ ତିନିଟି ଏବଂ ଦୁଇଟି ୧୮୬ ସିଟ୍‌‌ ଥିବା ବିମାନ ଉଡ଼ାଣ କରିବ। ରାଜ୍ୟ ସରକାର ବିମାନର ଚଳାଚଳର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ଏବଂ ଟିକଟ ମୂଲ୍ୟ ରାଜ୍ୟ ସରକାର ରଖିବେ। ଫଳରେ ଟିକଟ ମୂଲ୍ୟ ଅପେକ୍ଷାକୃତ ଶସ୍ତା ହେବା ସମ୍ଭାବନା ଅଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିମାନ ଇନ୍ଧନ ଏଭିଏସନ୍‌‌ ଟର୍ବାଇନ୍‌‌ ଫ୍ୟୁଏଲ୍‌‌ (ଏଟିଏଫ୍‌‌) ଉପରୁ ଭାଟ୍‌‌ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ପୂର୍ବରୁ ଏହାକୁ ୫%କୁ ହ୍ରାସ କରିଥିଲେ। ବାଣିଜ୍ୟ, ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇଟି ଦୃଷ୍ଟିରୁ ଏହି ଅନ୍ତର୍ଜାତୀୟ ଉଡ଼ାଣ ବେଶ୍‌‌ ମହତ୍ୱ ବହନ କରୁଛି। ୨୦୧୭ ମସିହାରେ ଏୟାର ଏସିଆ ହବ୍‌‌ ଆଣ୍ଡ ସ୍ପୋକ୍‌‌ ମଡେଲ୍‌‌ରେ ଭୁବନେଶ୍ୱର-କୁଆଲାଲୁମ୍ପୁର ମଧ୍ୟରେ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲା। ତେବେ ୨୦୨୦ ମାର୍ଚ୍ଚରେ କୋଭିଡ୍‌‌ ସଂକ୍ରମଣ ଦୃଷ୍ଟିରୁ ଏହି ସେବାକୁ ବନ୍ଦ ହୋଇଯାଇଥିଲା।

About The Author: The Sakala