ଏସସିବି ମେଡିକାଲରେ ଉଦଘାଟିତ ହେଲା ଲିଭର ଟ୍ରାନସପ୍ଲାଣ୍ଟ ୟୁନିଟ୍

କଟକ: ଆଜି କଟକ ଏସ୍‌ସିବି ମେଡିକାଲ କଲେଜରେ ଉଦଘାଟିତ ହୋଇଛି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ ଓ ଆଉଟଡୋର । ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ଟ୍ରାନ୍ସପ୍ଲାଣ୍ଟ ୟୁନିଟର ଉଦଘାଟନ କରିଛନ୍ତି। ଏଣିକି ଆକ୍ରାନ୍ତମାନେ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୂଆ ଲିଭର ଟ୍ରାନ୍ସପ୍ଲାଣ୍ଟ ଆଉଟଡୋରରେ ପଞ୍ଜିକରଣ କରିପାରିବେ। ପ୍ରାୟ ଦଶ କୋଟି ଟଙ୍କା ବ୍ୟୟରେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଏସ୍‌ସିବିରେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଆସନ୍ତା ଦୁଇ ମାସ ଭିତରେ ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି […]

କଟକ: ଆଜି କଟକ ଏସ୍‌ସିବି ମେଡିକାଲ କଲେଜରେ ଉଦଘାଟିତ ହୋଇଛି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ ଓ ଆଉଟଡୋର । ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ଟ୍ରାନ୍ସପ୍ଲାଣ୍ଟ ୟୁନିଟର ଉଦଘାଟନ କରିଛନ୍ତି। ଏଣିକି ଆକ୍ରାନ୍ତମାନେ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୂଆ ଲିଭର ଟ୍ରାନ୍ସପ୍ଲାଣ୍ଟ ଆଉଟଡୋରରେ ପଞ୍ଜିକରଣ କରିପାରିବେ।

ପ୍ରାୟ ଦଶ କୋଟି ଟଙ୍କା ବ୍ୟୟରେ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଏସ୍‌ସିବିରେ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଆସନ୍ତା ଦୁଇ ମାସ ଭିତରେ ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପ୍ରାଥମିକ ପର୍ଯ୍ଯାୟରେ ଲିଭର ଡୋନର ଓ ଯେଉଁମାନଙ୍କର ଟ୍ରାନ୍ସପ୍ଲାଣ୍ଟ ହେବ ସେମାନେ ରେଜିଷ୍ଟ୍ରେସନ କରିସାରିଛନ୍ତି । ଦୁଇ ମାସ ମଧ୍ୟରେ ଲିଭର ଟ୍ରାନସ ପ୍ଲାଣ୍ଟ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

About The Author: The Sakala