ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୫ଟା ୩୦ ମିନିଟ୍‍ରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ନୂତନ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ଏହା ପ୍ରଥମ ମନ୍ତ୍ରିପରିଷଦ ବୈଠକ। ଏହି ବୈଠକରେ ସମସ୍ତ କ୍ୟାବିନେଟ୍‍, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମନ୍ତ୍ରୀ ଯୋଗ ଦେବେ। ଆସନ୍ତା ଜୁଲାଇ ୨ରେ ଆଗତ ହେବାକୁ ଥିବା ଚଳିତ ଆର୍ଥିକ ବର୍ଷ(୨୦୨୨-୨୩) ର ପୂର୍ଣ୍ଣାଙ୍ଗ ବଜେଟ ମନ୍ତ୍ରୀ ପରିଷଦର ଅନୁମୋଦନ ଲାଭ କରିବ ବୋଲି ଜଣାପଡ଼ିଛି। ସେହିପରି […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୫ଟା ୩୦ ମିନିଟ୍‍ରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ନୂତନ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ଏହା ପ୍ରଥମ ମନ୍ତ୍ରିପରିଷଦ ବୈଠକ। ଏହି ବୈଠକରେ ସମସ୍ତ କ୍ୟାବିନେଟ୍‍, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମନ୍ତ୍ରୀ ଯୋଗ ଦେବେ। ଆସନ୍ତା ଜୁଲାଇ ୨ରେ ଆଗତ ହେବାକୁ ଥିବା ଚଳିତ ଆର୍ଥିକ ବର୍ଷ(୨୦୨୨-୨୩) ର ପୂର୍ଣ୍ଣାଙ୍ଗ ବଜେଟ ମନ୍ତ୍ରୀ ପରିଷଦର ଅନୁମୋଦନ ଲାଭ କରିବ ବୋଲି ଜଣାପଡ଼ିଛି। ସେହିପରି ନୂଆ ମନ୍ତ୍ରିମଣ୍ଡଳର ଏହା ପ୍ରଥମ ବୈଠକ ହୋଇଥିବାରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।

About The Author: The Sakala